ଅଯୋଧ୍ୟା ରାୟ ଶୁଣାଇଥିବା କିଏ ସେହି ଶକ୍ତିଶାଳୀ ୫ ଜଣିଆ ଖଣ୍ଡପୀଠ ?
Advertisement

ଅଯୋଧ୍ୟା ରାୟ ଶୁଣାଇଥିବା କିଏ ସେହି ଶକ୍ତିଶାଳୀ ୫ ଜଣିଆ ଖଣ୍ଡପୀଠ ?

୫ ଜଣିଆ ଖଣ୍ଡପୀଠ ଯିଏ ଦେଶ ପାଇଁ ଆଣିଛନ୍ତି ଐତିହାସିକ ରାୟ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଶନିବାର ନଭେମ୍ୱର ୯ ତାରିଖ ଭାରତର ଇତିହାସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ପ୍ରକାଶ ପାଇଛି ବହୁ ପ୍ରତିକ୍ଷିତ ରାୟ ଅଯୋଧ୍ୟା ରାମ ଜନ୍ମଭୂମି ତଥା ବାବ୍ରି ମସଜିଦ ଜମି ବିବାଦ । ଆଉ ରାୟ ପ୍ରକାଶ ପରେ ସମସ୍ତ ମହଲରେ ଖୁସି ପ୍ରକାଶ ପାଇଛି । ଖଣ୍ଡପୀଠ ଦ୍ୱାରା ପ୍ରକାଶିତ ରାୟ ମୁତାବକ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜର ଭଗବାନଙ୍କୁ ପୂଜା କରିବାର ମୌକା ପାଇବେ । ରାମ ଭକ୍ତ ରାମଙ୍କୁ ପୂଜା କରିବେ ଓ ରହିମଙ୍କ ଭକ୍ତ ରହିମଙ୍କୁ ପୂଜା କରିବା ପାଇଁ ପଥ ପରିଷ୍କାର କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ଅର୍ଥାତ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବା ପାଇଁ ରାୟ ଆସିଥିବାବେଳେ ମସଜିଦ ପାଇଁ ସୁନ୍ନି ଓ୍ୱାକଫ ବୋର୍ଡକୁ ଅଯୋଧ୍ୟାର ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ ରାୟ ପ୍ରକାଶ ପାଇଛି । 

ତେବେ ଏହି ରାୟ ହିନ୍ଦୁପକ୍ଷଙ୍କୁ ସନ୍ତୁଷ୍ଟି ଦେଇଥିବା ବେଳେ ମୁସଲିମ ପକ୍ଷ ଏହି ରାୟକୁ ସମ୍ମାନ ଦେବା ସହିତ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ରାୟକୁ ସମ୍ପୂର୍ଣ୍ଣ ତର୍ଜମା କରିବା ପରେ ଆଗାମୀ ପଦକ୍ଷେପ ନିଆଯାଇ ବିଚାର କରାଯିବ ବୋଲି ମୁସଲିମ୍ ପର୍ସନଲ ବୋର୍ଡ୍ ମତ ପ୍ରକାଶ କରିଛି । 

୫ ଜଣିୟା ଖଣ୍ଡପୀଠରେ ସାମିଲ ଥିବା ବିଚାରପତିଙ୍କ ମଧ୍ୟରେ ବର୍ତ୍ତମାନର ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ସମେତ ଆଗକୁ ହେବାକୁ ଥିବା ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ, ବିଚାରପତି ଅବଦୁଲ ନଜିର, ଅଶୋକ ଭୂଷଣ ଏବଂ ଡି.ୱାଇ ଚନ୍ଦ୍ରଚୁଡ଼ ଖଣ୍ଡପୀଠରେ ସାମିଲ ଥିଲେ । 

୨୦୧୮ ମସିହାରେ ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଶେଷ ନିଷ୍ପତ୍ତି ଥିଲା ତିନି ଜଣିଆ ଖଣ୍ଡପୀଠ ଏହି ଚର୍ଚ୍ଚିତ ମାମଲାର ଶୁଣାଣି କରିବେ । କିନ୍ତୁ ପରବର୍ତ୍ତି ସମୟରେ ରଞ୍ଜନ ଗୋଗଇ କାର୍ଯ୍ୟଭାର ଗ୍ରହଣ କରିବା ପରେ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଯାହା ସମସ୍ତଙ୍କୁ ଚକିତ ମଧ୍ୟ କରିଦେଇଥିଲା ।

ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ

fallback

ଗୋଗଇ ୩ ଅକ୍ଟୋବର ୨୦୧୮ ମସିହାରେ ମୁଖ୍ୟ ବିଚାରପତି ଆସନରେ ବସିବା ପରେ ତୁରନ୍ତ ଅଯୋଧ୍ୟା ଜମି ବିବାଦର ଶୁଣାଣି କରିବା ପାଇଁ ମନା କରିଦେଇଥିଲେ । ମାତ୍ର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଏହି ବିବାଦୀୟ ମାମଲାର ଶୁଣାଣି କରିବା ପାଇଁ ଅନୁମତି ମାଗିଥିଲେ । ଆହ୍ଲାବାଦ ଉଚ୍ଚନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନିଜର କାର୍ଯ୍ୟଭାର ସମୟରେ ମାମଲାର ଶୁଣାଣି ଶେଷ କରିବା ପାଇଁ ଦୀପକ ମିଶ୍ର ଇଚ୍ଛା ପ୍ରକାଶ କରିଥିଲେ । ଆଉ ତାଙ୍କ କାର୍ଯ୍ୟକାଳ ସମୟରେ ଅର୍ଥାତ ୨୦୧୦ ମସିହାରେ ବିବାଦୀୟ ଜମିକୁ ପ୍ରାଥମିକ ପକ୍ଷରେ ତିନି ଭାଗରେ ବିଭକ୍ତ କରିଥିଲେ । 

ଏହାପରେ ଗୋଗଇ ମଧ୍ୟ ମାମଲର ଶୁଣାଣି ନିଜର ଅବସର ଗ୍ରହଣ କରିବା (ନଭେମ୍ୱର ୧୭) ପୂର୍ବରୁ ଶେଷ କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଆଉ ଶୁଣାଣିରେ କୌଣସି ସମାଧାନର ବାଟ ବାହାରୁ ନ ଥିବାରୁ ଅଗଷ୍ଟ ୬ ତାରିଖରୁ ଶୁଣାଣି ଦୈନିକ ଆରମ୍ଭ କରିଥିଲେ । ଆଉ ଦୀର୍ଘ ୪୫ ଦିନ ପରେ ଶୁଣାଣି ଶେଷ କରିଥିଲେ ।

ରଞ୍ଜନ ଗୋଗଇ ପୂର୍ବରୁ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ । ଏବଂ ୨୦୧୨ ମସିହା ଏପ୍ରିଲ ୨୩ ତାରିଖରେ ସୁପ୍ରିମକୋର୍ଟକୁ ମନୋନୀତ ହୋଇଥିଲେ ।

ଗୋଗଇ ଜଣେ କୋଠର ଜଜ୍ ଥିଲେ । ଯାହାକି ତାଙ୍କର ଏହି ଅଯୋଧ୍ୟା ଶୁଣାଣିରେ ଦେଖିବାକୁ ମିଳିଥିଲା । ଅନେକ ଉତଥାନ ପତନ ପରେ ବି ସେ ନିଜର ନିର୍ଦ୍ଦାରିତ ସମୟରେ ଶୁଣାଣି ଶେଷ କରିଥିଲେ । 

ତେବେ ତାଙ୍କ ବିରୁଦ୍ଧରେ ୨୦୧୯ ଏପ୍ରିଲରେ ଯୌନ କେଳେଙ୍କାରୀ ମାମଲା ଲାଗିଥିଲା । ଆଉ ଏହି ମାମଲା ଗୋଗଇଙ୍କ ଉପରେ ପୂର୍ବ କୋର୍ଟର ଓକିଲ ଲଗାଇଥିଲେ । ମାତ୍ର ଶେଷରେ ଇନ ହାଉସ ତଦନ୍ତ ମାଧ୍ୟମରେ ସେ କ୍ଲିନ ଚିଟ୍ ପାଇଥିଲେ । 

ଜଷ୍ଟିସ ଏସ.ଏ ବୋବଡେ

fallback

ଜଷ୍ଟିସ ଏସ.ଏ ବୋବଡେ ସୁପ୍ରିମକୋର୍ଟର ଆଗାମୀ ମୁଖ୍ୟ ବିଚାରପତି । ଗୋଗଇ ନଭେମ୍ୱର ୧୭ରେ ଅବସର ନେବା ପରେ ନଭେମ୍ୱର ୧୮ରେ ବୋବଡେ ସୁପ୍ରିମକୋର୍ଟର ସୁପ୍ରିମ ଦାୟିତ୍ୱ ସମ୍ଭାଳିବେ । ସେ ୨୦୧୩ ମସିହା ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କୁ ମନୋନୀତ ହୋଇଥିଲେ । ପୂର୍ବରୁ ମଧ୍ୟପ୍ରଦେଶ  ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଥିଲେ । 

ଜଷ୍ଟିସ ବାବଡେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିବା ପାଇଁ । ଆଉ ଏହି ପ୍ୟାନେଲରେ ତିନି ମୁଖ୍ୟ ମଧ୍ୟସ୍ଥିଙ୍କୁ ସାମିଲ କରାଯାଇଥିଲା । ସେଥିମଧ୍ୟରୁ ସୁପ୍ରିମକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ କାଲିଫୁଲ୍ଲା, ଶ୍ରୀ ଶ୍ରୀ ରବିଶଙ୍କର ଓ ମଧ୍ୟସ୍ଥତା ପ୍ରମୁଖ ଶ୍ରୀରାମ ପଞ୍ଚୁଙ୍କୁ ସମାଧାନର ପଥ ପରିଷ୍କାର କରିବାକୁ ଦାୟିତ୍ୱ ବଣ୍ଟା ଯାଇଥିଲା ।

ବାବଡେ ଜଷ୍ଟିସ ଚାଲେମଶ୍ୱରଙ୍କତ ସହ ମିଶି ସରକାରଙ୍କ ୨୦୧୫ ମସିହା ଆଧାର କାର୍ଡ ନିଷ୍ପତ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏତଦବାଦ ବାବଡେ ନଅ ଜଣ ଜଜ୍ ମଧ୍ୟରୁ ଜଣେ ଥିଲେ ଯିଏ ଗୋପନୀୟତା ସମସ୍ତଙ୍କର ମୌଳିକ ଅଧିକାର ବୋଲି ମତ ସାବ୍ୟସ୍ତ କରିଥିଲେ । ଯାହାକି ପରେ ଆଇନରେ ପରିଣତ ହୋଇଥିଲା ।

ଏତଦବାଦ ଗୋଗଇ ବିରୁଦ୍ଧରେ ଲାଗିଥିବା ଯୌନ କେଳେଙ୍କାରୀ ମାମଲାରେ ସୁପ୍ରିମକୋର୍ଟଙ୍କ ଇନ ହାଉସ ତଦନ୍ତର ନେତୃତ୍ୱ ବାବଡେ ନେଇଥିଲେ ।

ଜଷ୍ଟିସ ଡି.ୟୁ ଚନ୍ଦ୍ରଚୂଡ଼

fallback

ଜଷ୍ଟିସ ଡି.ୟୁ ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆସନ ରେସରେ ସାମିଲ ଅଛନ୍ତି । ବରିଷ୍ଟ ବିଚାରପୁତିଙ୍କ ମଧ୍ୟରୁ ଜଣେ ଥିବାରୁ ଚନ୍ଦ୍ରଚୂଡ଼ ମଧ୍ୟ ମୁଖ୍ୟ ବିଚାରପତି ଆସନ ପାଇଁ ହକଦାର । 

ଅଯୋଧ୍ୟା ମାମଲାର ଶୁଣାଣିବେଳେ ସେ ଉଭୟ ପକ୍ଷକୁ ଟେକନିକାଲ ପ୍ରମାଣ ଦେବାକୁ ଯୁ୍କ୍ତି ବାଢ଼ିଥିଲେ । ସେ ଇତିହାସର ପୃଷ୍ଟା ମଣ୍ଡନ କରିବା ଅପେକ୍ଷା ଟେକନିକାଲ ସତ୍ୟତାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ଆଉ ସେଥିପାଇଁ ସେ ସୁନ୍ନି ଓ୍ୱାକଫ ବୋର୍ଡର ଓକିଲଙ୍କୁ ବହୁ କଠିନ ପ୍ରଶ୍ନ ପଚାରିଥିଲେ । ସୁନ୍ନି ବୋର୍ଡ ଯେଉଁ ASI ରିପୋର୍ଟକୁ ଅସ୍ୱିକାର କରିଥିଲା ସେ ନେଇ ବୋର୍ଡକୁ ଚନ୍ଦ୍ରଚୂଡ଼ଙ୍କ କଠିନ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା । 

ଡି.ୟୁ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ୟୁ.ଭି ଚନ୍ଦ୍ରଚୂଡ଼ଙ୍କ ପୁତ୍ର । ଏବଂ ଡି.ୟୁ ୨୦୧୬ ମସିହାରେ ସୁପ୍ରିମକୋର୍ଟକୁ ମନୋନୀତ ହୋଇଥିଲେ । ଆଉ ଯେଉଁ ୨୦୧୭ ମସିହାରେ ରାଇର୍ଟ୍ସ ଟୁ ପ୍ରାଇଭେସି କେସ ମୁଣ୍ଡ ଟେକିଥିଲା ତାର ନେତୃତ୍ୱ ନେଇଥିଲେ ।
ଏତଦବାଦ ଅମିତ ଶାହାଙ୍କ ବିରୁଦ୍ଧରେ ଲାଗିଥିବା ମିଛ ସୋରାବୁଦ୍ଦିନ ସୈକ ଏନକାଉଣ୍ଟର ମାମଲାର ଶୁଣାଣି କରିଥିଲେ । 

ଜଷ୍ଟିସ ଅଶୋକ ଭୂଷଣ

fallback

୨୦୧୫ ମସିହାରେ ଅଶୋକ ସୁପ୍ରିମକୋର୍ଟକୁ ମନୋନୀତ ହୋଇଥିଲେ । ପୂର୍ବରୁ ସେ କେରଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ । ଯେତେବେଳେ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠିତ ହେଲା ସେତେବେଳେ ପ୍ରଥମେ ଅଶୋକ ଓ ନଜିରଙ୍କ ନାମ ନ ଥିଲା । ବରଂ ୟୁୟୁ ଲଳିତ ଓ ଏନ.ଭି ରମାନାଙ୍କ ନାମ ସାମିଲ ଥିଲା । ମାତ୍ର ପରବର୍ତ୍ତି ସମୟରେ ଜାନୁୟାରୀ ୨୯ ତାରିଖରେ ନୂତନ ଖଣ୍ଡପୀଠ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଦୁଇ ଜଷ୍ଟିସଙ୍କ ନାମ ସାମିଲ ହୋଇଥିଲା । 

ଶୁଣାଣି ସମୟରେ ଜଷ୍ଟିସ ଭୂଷଣ ଉଭୟ ପକ୍ଷର ଓକିଲଙ୍କୁ ଆହ୍ଲାବାଦ ନ୍ୟାୟାଳୟ ରାୟ ସମ୍ପର୍କିତ ସମସ୍ତ ସାକ୍ଷୀ ପ୍ରାମାଣର ଉପଯୁକ୍ତ ଯୁକ୍ତି ବାଢିବାକୁ କହିଥିଲେ । 

ଏତଦବ୍ୟତୀତ ଅଶୋକ ୨୦୧୯ ମସିହାରେ ଅନେକ ବଡ଼ ବଡ଼ କେସର  ଶୁଣାଣି କରିଥିଲେ । ସେଥିମଧ୍ୟରୁ ଆଧାର ସ୍କିମ ଓ ଦିଲ୍ଲୀ VS କେନ୍ଦ୍ର କେସକୁ ମଧ୍ୟ ହ୍ୟାଣ୍ଡେଲ କରିଥିଲେ ।

ଜଷ୍ଟିସ ଅବଦୁଲ ନଜିର

fallback

୨୦୧୭ ମସିହାରେ ସୁପ୍ରିମକୋର୍ଟକୁ ମନୋନୀତ ହୋଇଥିବା ନଜିର ପୂର୍ବରୁ ୧୪ ବର୍ଷ ଧରି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଜଜ ଥିଲେ । ନଜିର ୩ ଜଜ୍ ମଧ୍ୟରୁ ଜଣେ ଯିଏକି କୌଣସି ନ୍ୟାୟାଳୟରେ ମୁଖ୍ୟ ବିଚାରପତି ନ ଥାଇ ମଧ୍ୟ ସୁପ୍ରିମକୋର୍ଟକୁ ବିଚାରପତି ଭାବେ ମନୋନୀତ ହୋଇଥିଲେ ।

ଅଯୋଧ୍ୟା ମାମଲାର ଶୁଣାଣି ବେଳେ ଚନ୍ଦ୍ରଚୂଡ଼ଙ୍କ ସହ ମିଶି ମୁସଲିମ ପକ୍ଷକୁ ASI ରିପୋର୍ଟକୁ ବିରୋଧ ବିଷୟରେ ଅଧିକ କଠିନ ପ୍ରଶ୍ନ ପଚାରିଥିଲେ । 

ଟ୍ରିପଲ ତଲାକ କେସରେ ନଜିରଙ୍କ ମଧ୍ୟ ଆଂଶିକ ମତାମତ ଥିଲା । ରାଇଟ ଟୁ ପ୍ରାଇଭେସି ରାୟ ପ୍ରକାଶ କରିଥିବା ୯ ଜଣ ଜଜ୍ ଙ୍କ ମଧ୍ୟରୁ ନଜିର ମଧ୍ୟ ଅନ୍ୟତମ ଥିଲେ ।