close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସୁପ୍ରିମକୋର୍ଟରେ ନକ୍ସା ଚିରି ଦେଇଥିବା ଓକିଲ ରାଜୀବ ଧଓ୍ୱନ କିଏ ? ଜାଣନ୍ତୁ

ଗତକାଲି ଅଯୋଧ୍ୟା ମାମଲାର ଶୁଣାଣି ବେଳେ ରାଜୀବ ଧଓ୍ୱନ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ସରଗରମ ।

ସୁପ୍ରିମକୋର୍ଟରେ ନକ୍ସା ଚିରି ଦେଇଥିବା ଓକିଲ ରାଜୀବ ଧଓ୍ୱନ କିଏ ? ଜାଣନ୍ତୁ
କିଏ ସେହି ରାଜୀବ ଧଓ୍ୱନ ?

ନୂଆଦିଲ୍ଲୀ: ଗତକାଲି ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି ।ରାୟ ସଂରକ୍ଷିତ ରଖିଛନ୍ତି ଅଦାଲତ ।ତେବେ ଶେଷ ଦିନରେ ଶୁଣାଣିରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।କାହିଁକିନା ହିନ୍ଦୁ ମହାସଭା ଓକିଲ ବିକାଶ ସିଂହ ଏକ ପୁସ୍ତକର ନକ୍ସାକୁ ବଳିଷ୍ଠ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପନ କରିଥିଲେ ।ଅନ୍ୟପଟେ ଏହାକୁ ମୁସଲିମ ପକ୍ଷର ଓକିଲ ରାଜୀବ ଧୱନ ଚିରି ଦେଇଥିଲେ ।ତେବେ ଜାଣନ୍ତୁ, କିଏ ସେହି ରାଜୀବ ଧଓ୍ୱନ ? ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ରାଜୀବ ଧଓ୍ୱନଙ୍କୁ ନେଇ ଚର୍ଚ୍ଚା ।କିଏ ସେହି ରାଜୀବ ଧଓ୍ୱନ ?

୧୯୯୪ରେ ଅଯୋଧ୍ୟା ମାମଲାରେ ପ୍ରଥମ କରି ଚର୍ଚ୍ଚାକୁ ଆସିଥିଲେ ରାଜୀବ ।ସେ ଇଲହାବାଦ ଏବଂ ଶେରବୁଡ ସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ହାସଲ କରିଥିଲେ ।ପରେ ଇଲହାବାଦ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ ।ରାଜୀବ ଧଓ୍ୱନଙ୍କ ପିତା ଶାନ୍ତି ସ୍ୱରୂପ ଧଓ୍ୱନ ।ସେ ଇଂଲଣ୍ଡରେ ଭାରତର ରାଷ୍ଟ୍ରଦୂତ ଥିଲେ ।ଆହୁରି ମଧ୍ୟ ପଶ୍ଚିମବଙ୍ଗର ରାଜ୍ୟପାଳ ଏବଂ ଲ କମିଶନର ସଦସ୍ୟ ଥିଲେ ଶାନ୍ତି ସ୍ୱରୂପ ।ରାଜୀବ ଧଓ୍ୱନ ବରିଷ୍ଠ କଂଗ୍ରେସ ନେତା ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ସିବଲଙ୍କ ପାଖରେ ଓକିଲାତି ଶିଖୁଥିଲେ ।ପରବର୍ତ୍ତି ସମୟରେ ସଫଳତାର ପାହାଚ ପରେ ପାହାଚ ଚଢିଥିଲେ  ।ସେ ଭାରତୀୟ ଲ ଇଷ୍ଟିଚ୍ୟୁଟରେ ପ୍ରଫେସର ମଧ୍ୟ ଥିଲେ ।ଅଯୋଧ୍ୟା ମାମଲାରେ ସେ ସୁନ୍ନି ଓ୍ୱକଫ ବୋର୍ଡ ପକ୍ଷରୁ ମାମଲା ଲଢୁଛନ୍ତି . 

ଗତକାଲି ଅଯୋଧ୍ୟା ମାମଲାର ଶୁଣାଣି ବେଳେ ରାଜୀବ ଧଓ୍ୱନ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ସରଗରମ ।ଘଟଣା ଥିଲା ଏପରି ।ବୁଧବାର ଶୁଣାଣି ବେଳେ ହିନ୍ଦୁ ମହାସଭା ଓକିଲ ବିକାଶ ସିଂହ ଅବସରପ୍ରାପ୍ତ ଆଇଏଏସ ଅଫିସର କୁନାଲ କିଶୋରଙ୍କ ପୁସ୍ତକ ଅଯୋଧ୍ୟା ରିଭିଜେଟେଡକୁ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପନ କରିଥିଲେ ।ଏହି ପୁସ୍ତକରେ ରହିଥିବା ଏକ ନକ୍ସାକୁ କୋର୍ଟ ବଳିଷ୍ଠ ପ୍ରମାଣ ଆକାରରେ ଗ୍ରହଣ କରିବା ଆବଶ୍ୟକ ବୋଲି ଯୁକ୍ତି ବାଢିଥିଲେ ବିକାଶ ସିଂହ ।ଅନ୍ୟପଟେ ଏହି ନକ୍ସାକୁ ଖଣ୍ଡପୀଠଙ୍କ ସମ୍ମୁଖରେ ଚିରି ଦେଇଥିଲେ ସୁନ୍ନି ଓ୍ୱକଫ ବୋର୍ଡ ପକ୍ଷରୁ ମାମଲା ଲଢୁଥିବା ରାଜୀବ ଧଓ୍ୱନ ।ଯାହାକୁ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା .