କୋବେ କିଏ...
Advertisement

କୋବେ କିଏ...

ରବିବାର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ବିଶ୍ୱର ଅଭିଜ୍ଞସମ୍ପନ୍ନ ବାସ୍କେଟ ବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ ହୋଇଛି। କେବେ ପରାଜୟକୁ ସ୍ୱିକାର କରୁନଥିବା ତଥା କଡ଼ା ପ୍ରତିସ୍ପର୍ଦ୍ଧା ତଥା ସଠିକତା, ଦୃଢ ବିଶ୍ୱାସର ସହ ଖେଳୁଥିବା ଜଣେ ଦକ୍ଷ ବାସ୍କେବଲ ଖେଳାଳି ହେଉଛନ୍ତି କୋବେ। ତେବେ ତାଙ୍କର ଏହି ଆଭିମୁଖ୍ୟ ନୂତନ ଯୁଗର ଖେଳାଳି ତଥା ସମଗ୍ର ବିଶ୍ୱର ବାସ୍କେଟବଲ ପ୍ରଶଂସକଙ୍କୁ ପ୍ରେରଣା ଯୋଗାଇ ଥିଲା।  

କୋବେ କିଏ...

ଓ୍ୱାଶିଂଟନ: ରବିବାର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ବିଶ୍ୱର ଅଭିଜ୍ଞସମ୍ପନ୍ନ ବାସ୍କେଟ ବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ ହୋଇଛି। କେବେ ପରାଜୟକୁ ସ୍ୱିକାର କରୁନଥିବା ତଥା କଡ଼ା ପ୍ରତିସ୍ପର୍ଦ୍ଧା ତଥା ସଠିକତା, ଦୃଢ ବିଶ୍ୱାସର ସହ ଖେଳୁଥିବା ଜଣେ ଦକ୍ଷ ବାସ୍କେବଲ ଖେଳାଳି ହେଉଛନ୍ତି କୋବେ। ତେବେ ତାଙ୍କର ଏହି ଆଭିମୁଖ୍ୟ ନୂତନ ଯୁଗର ଖେଳାଳି ତଥା ସମଗ୍ର ବିଶ୍ୱର ବାସ୍କେଟବଲ ପ୍ରଶଂସକଙ୍କୁ ପ୍ରେରଣା ଯୋଗାଇ ଥିଲା।  

କୋବେ ବ୍ରାଏଣ୍ଟ ହେଉଛନ୍ତି ପୂର୍ବତନ ଏନବିଏ ସଦସ୍ୟ ତଥା ବାସ୍କେଟ ବଲ ଖେଳାଳି ବିନ ବ୍ରାଏଣ୍ଟଙ୍କ ପୁଅ। ବ୍ରାଏଣ୍ଟ ୧୯୭୮ ଅଗଷ୍ଟ ମାସ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବ୍ରାଏଣ୍ଟ ଲେକର୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୨୦୦୦,୨୦୦୧ ଓ ୨୦୦୨ କ୍ରମାଗତ ତିନି ବର୍ଷରେ ବେଶ ସଫଳତା ହାତେଇଥିଲେ। ସେ ମାତ୍ର ୨୩ ବର୍ଷ ମଧ୍ୟରେ ଏହି ହ୍ୟାଟ୍ରିକ ସଫଳତା ହାତେଇବାରେ ପ୍ରଥମ ଯୁବ ଖେଳାଳି ରହିଥିଲେ। ତେବେ ଦଳର ସହଯୋଗୀ ନୀଲ ବ୍ରାଏଣ୍ଟଙ୍କ ସହିତ ମନୋମାଳିନ୍ୟ ହେବାରୁ ସେ ଦଳ ଛାଡ଼ିଥିଲେ। 

ତେବେ ବ୍ରାଏଣ୍ଟ ଦଳ ଛାଡ଼ିବା ପରେ ସେଭଳି କୌଣସି ଆଖିଦୃଶିଆ ସଫଳତା ହାତେଇ ପାରିନଥିଲା। ସ୍ପେନର ପାଓ ଗୈସୋଲ ଆସିବା ପରେ ପୁନର୍ବାର ଦଳକୁ ସଫଳତା ମିଳିଥିଲା। ତେବେ ଦୀର୍ଘ ଦିନ ପରେ ନୀଲ ବ୍ରାଏଣ୍ଟଙ୍କ ସହିତ ବୁଝାମଣା ହୋଇ ଯିବା ପରେ ୨୦୦୮ ମସିହାରେ ଦଳକୁ ଫେରିଥିଲେ। ସେହିବର୍ଷ ୨୦୦୮ ଅଲମ୍ପିକ ଏବଂ ୨୦୧୨ ମସିହାରେ ଲଣ୍ଡନ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।  

୨୦୦୬ ମସିହାରେ ଇତିହାସ ରଚିଥିଲେ ବ୍ରାଏଣ୍ଟ। ୨୦୦୬ ମସିହା ୨୨ ଜାନୁଆରୀରେ ଟୋରୋଣ୍ଟୋ ରେପ୍ଟର୍ସ ବିପକ୍ଷରେ ଖେଳି ଏହି ରେକର୍ଡ କରିଥିଲେ ସେ। ଅନୁଷ୍ଠିତ ଉକ୍ତ ମ୍ୟାଚରେ ସେ ସର୍ବମୋଟ ୮୧ ଅଙ୍କ କରିଥିଲେ। ସେହିପରି ସେ ୨୦୧୬ ରେ ୩୭ ବର୍ଷ ବୟସରେ ସେ ଏନବିଏ ପାଇଁ ଅନ୍ତିମ ମ୍ୟାଚ ଖେଳିଥିଲେ। ଏବଂ ସେଥିରେ ସେ ମୋଟ ୬୦ ଅଙ୍କ କରିଥିଲେ। ସେହି ସମୟରେ ବ୍ରାଏଣ୍ଟ କହିଥିଲେ କି, ଏହି ମ୍ୟାଚର ପ୍ରତିଟି ମୂହୁର୍ତ୍ତକୁ ମୁ ପସନ୍ଦ କରୁଛି। ମୋ ପାଇଁ ଏହା ଜୀବନର ଏକ ଅଂଶ ନୁହେଁ, ବରଂ ଏହା ମୋ ଜୀବନ ବୋଲି ସେ କହିଥିଲେ।  

ସେହିପରି ନିଜର ଯାଜୁ୍ଲ୍ୟମୟ କ୍ୟାରିୟର ମଧ୍ୟରେ ବ୍ରାଏଣ୍ଟ ମୋଟ ୩୩୬୪୩ ଅଙ୍କ କରିଥିଲେ। ସେ ନିଜ କ୍ୟାରିୟର ମଧ୍ୟରେ ୧୮ ଥର ଏନବିଏ ଅଲଷ୍ଟାର ଭାବେ ମନୋନୀତ ହୋଇଥିଲେ। କେବଳ ଏତିକି ନୁହେଁ, ୨୦୦୮ ମସିହାରେ ସେ ଏନବିଏ ପକ୍ଷରୁ ସବୁଠାରୁ ଉପଯୋଗୀ ଖେଳାଳି ଭାବେ ମନୋନୀତ ହୋଇଥିଲେ। ତେବେ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ନେବା ପରେ ଦୁଇଟି ଫିଲ୍ମ ପାଇଁ କାହାଣୀ ମଧ୍ୟ ଲେଖିଥିଲେ। ସେ 'ଡିଅର ବାସ୍କେଟବଲ' ସିନେମାର କାହାଣୀ ମଧ୍ୟ ଲେଖିଥିଲେ। ଏପରିକି ଆନିମେସନ ଓ ଲଘୁ ସିନେମା ପାଇଁ ମଧ୍ୟ ସେ ପୁରସ୍କାର ଅର୍ଜନ କରିଥିଲେ।