Advertisement
Article Detail0/zeeodisha/odisha667593
Zee OdishaOther Newsମୋଦିଙ୍କୁ ପୁଣି ପ୍ରଶଂସା କଲା who

ମୋଦିଙ୍କୁ ପୁଣି ପ୍ରଶଂସା କଲା who

  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା who। କୋରୋନାକୁ ପ୍ରତିହତ କରିବା ପାଇଁ ଲକଡାଉନ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ପାଇଁ ମୋଦିଙ୍କୁ ପ୍ରଶଂସା କରିଛି who। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋଦିଙ୍କର ଏହି ନିଷ୍ପତ୍ତିକୁ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ଲକଡାଉନକୁ ମାର୍ଚ୍ଚ ୨୪ ତାରିଖରେ ଲାଗୁ କରିଥିଲେ। ତେବେ ତାହା ଆଜି ଅର୍ଥାତ ଏପ୍ରିଲ ୧୪ ତାରିଖରେ ଶେଷ ହେବାର ଥିଲା। 
  • whoର ଆଞ୍ଚଳିକ ନିର୍ଦ୍ଦେଶକ ଡା। ପୁନମ କ୍ଷେତ୍ରପାଲ ସିଂ କହିଛନ୍ତି ଯେ, କୋରୋନାକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ନିଆଯାଇଥିବା କଠୋର ପଦକ୍ଷେପ who ପ୍ରଶଂସା କରୁଛି। ସଂକ୍ରମଣକୁ ରୋକିବା ପାଇଁ ମଧ୍ୟ ରୋଗୀଙ୍କ ସଂଖ୍ୟାରେ କେତେ ହ୍ରାସ ପାଇବ ତାହା କହିବା ଯଦିଓ ଅସମ୍ଭବ। କିନ୍ତୁ ଏହି ପଦକ୍ଷେପ ଯେ ସଂକ୍ରମଣ ବ୍ୟାପିବାରେ ରୋକ ଲଗାଇବାରେ ବେଶ ସହାୟକ ହେବ। ତେବେ ଏହାରି ମଧ୍ୟରେ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବା ସହିତ ପ୍ରଭାବୀ ପଦକ୍ଷେପକୁ ମଧ୍ୟ ଆପଣା ଯିବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ। 
  • ଡା। ସିଂହ ଆହୁରି ମଧ୍ୟ କହିଥିଲେ ଏକ ବଡ଼ ଚ୍ୟାଲେଞ୍ଜ ସତ୍ତ୍ୱେ ଏହି ମହାମାରୀକୁ ହରାଇବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦୃଢ ପଦକ୍ଷେପ ସହିତ ଦେଶ ଆଗକୁ ବଢୁଛି। ଗୃହବନ୍ଦୀ ରହି ମଧ୍ୟ ସମସ୍ତ ଭାରତୀୟ ଏକତ୍ରିତ ହୋଇ କୋରୋନା ବିପକ୍ଷରେ ଲଢେଇ ଜାରି ରଖିଛନ୍ତି ବୋଲି ସେ କହିଥିଲେ। 

Trending Photos

ମୋଦିଙ୍କୁ ପୁଣି ପ୍ରଶଂସା କଲା who
Add Zee News as a Preferred Source
About the Author