ଆଜି ଯାଏଁ କାହିଁକି କେହି କୌଳାସ ପର୍ବତ ଚଢ଼ି ପାରିନାହାନ୍ତି...ରହସ୍ୟମୟ କାରଣ ବିଷୟରେ ଜାଣନ୍ତୁ

୮୦୪୮ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଭରେଷ୍ଟକୁ ଅନେକ ପର୍ବତାରୋହୀ ଚଢ଼ି ସାରିଥିବାବେଳେ ମାଉଣ୍ଟ ଏଭରେଷ୍ଟଠୁ ଛୋଟ ପର୍ବତ କୌଳାସ ପର୍ବତ ଯାହାର ଉଚ୍ଚତା ୬୦୦୦ମିଟର ତାକୁ କାହିଁକି କେହି ଚଢ଼ି ପାରି ନାହାନ୍ତି ଜାଣିଛନ୍ତି କି ? ଯେଉଁମାନେ ଚଢ଼ିବାର ଦୁଃସାହସ କରଛନ୍ତି ତାଙ୍କର ଅନୁଭୂତି କଣ ଥିଲା ଜାଣନ୍ତୁ...

ଆଜି ଯାଏଁ କାହିଁକି କେହି କୌଳାସ ପର୍ବତ ଚଢ଼ି ପାରିନାହାନ୍ତି...ରହସ୍ୟମୟ କାରଣ ବିଷୟରେ ଜାଣନ୍ତୁ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ହିମାଳୟକୁ ଭାରତର ତାଜ ବୋଲି ମଧ୍ୟ କୁହାଯାଏ । ହିମାଳୟ ଭାରତର ରକ୍ଷା କବଚ ସାଜି ହଜାର ବର୍ଷ ହେବ ଭାରତର ଉତ୍ତରପଟେ ୨୪୦୦ କିମି ଲମ୍ୱି ଛିଡ଼ା ହୋଇଛି । ହିମାଳୟ ଭିତରେ ଅନେକ ଛୋଟ ବଡ଼ ପର୍ବତ ରହିଛି । ଯେପରି k2, ମାଉଣ୍ଟ ଏଭରେଷ୍ଟ କାଞ୍ଚନଜଙ୍ଗା, ନଙ୍ଗା ପର୍ବତ, ନନ୍ଦାଦେବୀ, କୌଳାସ ପର୍ବତ, ଓଁ ପର୍ବତ ଇତ୍ୟାଦି । ତେବେ ଅନେକ ପର୍ବତାରୋହୀ ଅଛନ୍ତି ଯେଉଁମାନେ ସବୁଠାରୁ ଉଚ୍ଚ ପର୍ବତ ଚଢ଼ି ନିଜର ରେକର୍ଡ ସୃଷ୍ଟି କରିବା ପାଇଁ ଚେଷ୍ଟା କରନ୍ତି । ୮୦୪୮ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ଏଭରେଷ୍ଟକୁ ଅନେକ ପର୍ବତାରୋହୀ ଚଢ଼ି ସାରିଥିବାବେଳେ ମାଉଣ୍ଟ ଏଭରେଷ୍ଟଠୁ ଛୋଟ ପର୍ବତ କୌଳାସ ପର୍ବତ ଯାହାର ଉଚ୍ଚତା ୬୦୦୦ମିଟର ତାକୁ କାହିଁକି କେହି ଚଢ଼ି ପାରି ନାହାନ୍ତି ଜାଣିଛନ୍ତି କି ? କୌଳାସ ପର୍ବତକୁ ଆଜି ଯାଏଁ କେହି ଚଢ଼ି ତାର ଶିଖରରେ ପହଞ୍ଚିପାରି ନାହାନ୍ତି । । ପର୍ବତ ଉପରେ ଅକ୍ସିଯାନର ପରିମାଣ ଖୁବ କମି ଯାଇଥାଏ । ୩୦୦୦ ମିଟର ଉପରେ ଅକ୍ସିଯାନର ମାତ୍ରା ସମୁଦ୍ର ପତ୍ତନରେ ଥିବା ଅକ୍ସିଯାନଠୁ ୨ଗୁଣା କମ୍ ହୋଇଯାଏ । ତେବେ ୮୦୪୮ ମିଟର ଉପରକୁ ୪ ହଜାରରୁ ଅଧିକ ଲୋକ ଚଢିସାରିଥିବା ବେଳେ ୬୦୦୦ମିଟର ଉଚ୍ଚତା ବିଶିଷ୍ଟ ପାହାଡ଼କୁ ଚଢ଼ିବା କାହିଁକି ଅସମ୍ଭବ । ଏହା ପଛରେ ରହିଛି ଅନେକ ରହସ୍ୟମୟ କାରଣ...

ପୁରାଣ ସମୟରୁ ହିଁ କୌଳାସ ପର୍ବତରେ ସାକ୍ଷାତ ଭଗବାନ ଶିବ ବାସ କରନ୍ତି ବୋଲି ମାନ୍ୟତା ରହିଛି । ଏହି ପର୍ବତରେ ଅନେକ ରହସ୍ୟମୟ ଶକ୍ତି ରହିଛି ଯେଉଁଥିପାଇଁ କୌଳାସ ପର୍ବତ ଉପରକୁ ଚଢ଼ିବାବେଳେ ପାଦ ଟଳମଳ ହୁଏ ଆଉ ଆଜି ଯାଏଁ କେହି ଶିଖରରେ ପହଞ୍ଚି ପାରି ନାହାନ୍ତି 

କୌଳାସ ପର୍ବତ ଏପରି ଏକ ପର୍ବତ ଯେଉଁଠିକୁ ବିଭିନ୍ନ ଧର୍ମର ଲୋକେ ପର୍ବତର ପରିକ୍ରମା କରିବା ପାଇଁ ଯାଇଥାଆନ୍ତି । ସମସ୍ତଙ୍କର ମାନିବା କଥା କି ଏହି ପର୍ବତ ଚାରିପଟେ ପରିକ୍ରମା କଲେ ମୋକ୍ଷ ପ୍ରାପ୍ତ ହୁଏ । ଏହି ପର୍ବତକୁ ତପସ୍ୱିମାନେ କୋଠର ତପସ୍ୱା କରିବା ପାଇଁ ପହଞ୍ଚିଥାଆନ୍ତି । ସେମାନେ ଏପରି କିଛି ସାଧନା କରିବା ପାଇଁ ଆସନ୍ତି ଯାହାକୁ ରାବଣ ହାସିଲ କରିଥିଲା । ସେମାନଙ୍କର ମାନ୍ୟତା ରହିଛି ଯେ ଅନ୍ୟ ସ୍ଥାନରେ ତପସ୍ୱାକଲେ ଯେତିକି କଷ୍ଟ କରିବା ପାଇଁ ପଡ଼େ ଏଠି ତାର କମ ସମୟ ମଧ୍ୟରେ ସାଧନା ପୂରା ହୋଇଥାଏ ।

ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହି ଖୋଜରେ ଅଛନ୍ତି ଯେ କାହିଁକି କେହି କୌଳାସ ପର୍ବତକୁ ଚଢି ପାରନ୍ତି ନାହିଁ ଓ ତାର ଶିଖରରେ ପହଞ୍ଚି ପାରନ୍ତି ନାହିଁ । ଲୋକଙ୍କ ମାନ୍ୟତା ରହିଛି ଯେ ଏହି ପର୍ବତରେ ଭଗବାନ ଶିବ କୌଳାସରେ ଧ୍ୟାନ ମୁଦ୍ରାରେ ଥାଆନ୍ତି । ଯେଉଁଥିପାଇଁ କେହି ଯାଇପାରନ୍ତି ନାହିଁ । ଆଉ ଯିଏ ବି ଶିଖରରେ ପହଞ୍ଚିବାକୁ ଚେଷ୍ଟା କରିଛି ତାର ମୃତ୍ୟୁ ହୋଇଯାଇଛି ନ ହେଲେ ଅଚାନକ ପାଗ ବଦଳି ଭାରି ମେରୁ ତୋଫାନ ଚଢିବାରେ ବାଧା ସୃଷ୍ଟି କରିଥାଏ । ଏପରିକି ପାଦ ଆପେ ଆପେ ପଛକୁ ପଛକୁ ହୋଇଯାଏ । 

ଏହି ପର୍ବତରେ ଏପିରି ସବୁ ଅଲୌକିକ ଜିନିଷ କାହିଁକି ହେଉଛି ତାହା ଜାଣିବା ପାଇଁ ବୌଜ୍ଞାନିକ ମାନେ ଅନେକ ରିସର୍ଚ୍ଚ କରିଛନ୍ତି । ଏପରିକି ବିଦେଶୀ ପର୍ବତାରୋହୀମାନେ ଏହି ପର୍ବତ ଚଢିବାରେ ବିଫଳ ହୋଇ ନିଜର ହାତଲ ଟେକି ସାରିଛନ୍ତି । ଗୋଟିଏ ଥର ୧୯୨୬ ମସିହାରେ ଇଂରାଜୀ ସିଭିଲ ଅଫିସର ହୁଗ୍ ରୁଟଲେଜ ଓ ପର୍ବତାରୋହୀ କର୍ନଲ ଆର ସି ଉଇଲସନ ମିଶି କୌଳସ ପର୍ବତ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ । ଆଉ ଚଢ଼ିବାକୁ ଆରମ୍ଭ କରିଥିଲେ । ଆଉ କିଛି ବାଟ ଚଢ଼ିବା ପରେ ଅଚାନକ ବରଫ ବାତ୍ୟା ଆସିଥିଲା ଆଉ ରାସ୍ତା ବନ୍ଦ ହୋଇଯାଇଥିଲା ।

ଆଉ ଏକ ଋଷିୟାନ ପର୍ବତାରୋହୀ ସେରଗେୟୀ ସିଷ୍ଟିଆକୋ ମଧ୍ୟ କୌଳାସ ଚଢ଼ିବାକୁ ଚେଷ୍ଟା କରିଥିଲେ ଆଉ ଯେତେବେଳେ ସେ ପର୍ବତର ଠିକ ଆଗରେ ଥିଲେ ଆଉ ଚଢିବା ପାଇଁ ପ୍ରଥମ ପାଦ ଥାପି ଥିଲେ ତାଙ୍କୁ ଦୁର୍ବଳ ଲାଗିବା ସହିତ ସେଠାରୁ ଫେରି ଯିବା ପାଇଁ ମନକୁ ବାରମ୍ଭାର ଚିନ୍ତା ଆସିଲା ।  

୨୦୦୧ ମସିହାରେ ଚୀନ ସରକାର ସ୍ପେନର ଗୋଟେ ପର୍ବତାରୋହୀ ଟିମକୁ କୌଳାସ ଚଢ଼ିବାର ଅନୁମତି ଦେଇଥିଲେ । ମାତ୍ର ସେହି ପର୍ବତକୁ ଚଢ଼ିବାର ଦିଃସାହସ ନ କରିବା ପାଇଁ ସମସ୍ତେ ମନା କରିଥିଲେ । ଆଉ ତାପରଠୁ ପୁଣି ପ୍ରତି ବନ୍ଧକ ଲାଗିଯାଇଛି ।

ଶିବଲିଙ୍ଗ ଆକାରର ପର୍ବତରେ ଅନେକ ଅଲୌକିକ ପ୍ରକ୍ରିୟା ସବୁ ହୋଇଥାଏ ଯାହାକୁ ଅନୁଭବ କରିହୁଏ ମାତ୍ର ଦେଖି ହୁଏ ନାହିଁ । ଅନେକଙ୍କ ମତରେ ଏହି ପର୍ବତ ଆତ୍ମାଙ୍କ ବାସସ୍ଥଳୀ । ଯେଉଁଠି ଆତ୍ମା ସହିତ ପରମାତ୍ମାର ମିଳନ ହୋଇଥାଏ । ଏହି ପବିତ୍ର ଜାଗାରେ ଯେତେବେଳେ ସୂର୍ଯ୍ୟଙ୍କର କିରଣ ପଡ଼ିଥାଏ ସେତେବେଳେ ପର୍ବତଟି ସୁନା ପରି ଚମକି ଥାଏ । 

ଖରାଦିନରେ ଯେତେବେଳେ ପର୍ବତର ବରଫ ତରଳି ଥାଏ ସେତେବେଳେ ଅଜିବ ପ୍ରକାରର ଧ୍ୱନୀ ଶୁଣିବାକୁ ମିଳିଥାଏ । ଯାହାକୁ ଶୁଣି ଲୋକେ କିଛି କ୍ଷଣ ପାଇଁ ଅଟକି ଯାଇଥାଆନ୍ତି । ଆଉ ଏହି ଧ୍ୱନୀ ମୃଦଙ୍ଗର ଶବ୍ଦ ପରି ଶୁଭିଥାଏ । 

ଏହି ପର୍ବତ ପାଖରେ ଏକ ମାନସରବର ହ୍ରଦ ମଧ୍ୟ ଥାଏ ଯାହାର ପାଣି ମିଠା । ମାନସରବର ହ୍ରଦର ପାଣି ମିଠା ହେବା ମଧ୍ୟ ଆଜି ଯାଏଁ ଏକ ରହସ୍ୟମୟ ବିଷୟ । କାରଣ ହିମାଳୟ ଆଖପାଖରେ ଥିବା ସମସ୍ତ ହ୍ରଦର ପାଣି ଖାର ବା ଲୁଣିଆ ଥିବାବେଳେ ମାନସରବର ହ୍ରଦର ପାଣି ମିଠା ଥାଏ । ଲୋକଙ୍କ ମାନ୍ୟତା ଅନୁସାରେ ଏହି ହ୍ରଦରେ ଥରେ ଗାଧୋଇଲେ ରୁଦ୍ରଲୋକ ପ୍ରାପ୍ତ ହୁଏ । 

କୌଳାସ ପର୍ବତକୁ ଯାତ୍ରା କରୁଥିବା ଯାତ୍ରୀଙ୍କ କହିବା ଅନୁସାରେ କୌଳାସ ପର୍ବତରେ ସମୟ ଖୁବ ଶୀଘ୍ର ଚାଲିଥାଏ । ଆଉ ବୋଧେ ସେହି କାରଣ ପାଇଁ ଯାତ୍ରୀଙ୍କ ନଖ ଓ ଚୁଟି ଶୀଘ୍ର ବଢିଥାଏ । 

କୌଳାସ ପର୍ବତରେ ସତରେ ଏପରି କିଛି ଅଲୌକିକ ଶକ୍ତି ଅଛି ଯେଉଁଥିପାଇଁ ଆଜି ଯାଏଁ କେହି ଏହି ପର୍ବତକୁ ଚଢ଼ି ପାରି ନାହାନ୍ତି ଓ ବୌଜ୍ଞାନିକମାନେ ମଧ୍ୟ ନିଜର ହାତ ଟେକି ଦେଇଛନ୍ତି ।