• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି

୨୧ ଦିନ ଲକ ଡାଉନ କାହିଁକି ?

ଭାଇରସର ଲାଇଫ ସାଇକେଲ ଭାଙ୍ଗିବା ଜରୁରୀ...

୨୧ ଦିନ ଲକ ଡାଉନ କାହିଁକି  ?

ନୂଆଦିଲ୍ଲୀ: କୋରୋନାକୁ ମୁକାବିଲା ପାଇଁ ସମଗ୍ର ଦେଶରେ ଲକଡାଉନ ସ୍ଥିତି ଜାହିର କରିଛନ୍ତି । ଏନେଇ ମଙ୍ଗଳବାର ସନ୍ଧ୍ୟା ୮ଟା ସମୟରେ ହିଁ ଘୋଷଣା କରିଥିଲେ । ତେବେ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । କୋଭିଡ଼-19 କଣ, ଏହା କଣ ଆଗକୁ ମଧ୍ୟ ବ୍ୟାପବ, ଏହି ଲକଡ଼ାଉନ ୨୧ ଦିନ ହିଁ କାହିଁକି ଏଭଳି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ସୃଷ୍ଟି ହୋଇଛି । 

ତେବେ ଏହି ରୋଗକୁ ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱ ଏବେ ଲଢୁଛନ୍ତି । ସେମାନଙ୍କ ଏକମାତ୍ର ଅସ୍ତ୍ର ହେଉଛି ଲକଡାଉନ । ତେବେ ଏହି ଲକଡାଉନ ଶବ୍ଦଟି ଲୋକଙ୍କ ପାଇଁ ଆଉ ନୂଆ ହୋଇ ରହିନାହିଁ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଲକଡାଉନ କଣ । 

ଲକଡାଉନ ହେଉଛି ଏକ ଜରୁରୀକାଳୀନ ବ୍ୟବସ୍ଥା । ତେବେ ଏହି ବ୍ୟବସ୍ଥା ମାଧ୍ୟମରେ ଯାତାୟତ ଠାରୁ ଆରମ୍ଭ କରି ସମସ୍ତ ବେସରକାରୀ ସଂସ୍ଥା ଗୁଡ଼ିକୁ ବନ୍ଦ କରିଦିଆଯାଇଥାଏ । ବର୍ତ୍ତମାନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସମଗ୍ର ବିଶ୍ୱରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଏହି ସମୟ ମଧ୍ୟରେ ଯେଉଁ ପଦକ୍ଷେପମାନ ଉଠାଯାଇଥାଏ, ସେ ସମସ୍ତ ପଦକ୍ଷେପ କେବଳ ମହାମାରୀ ରୋଗ ଆକ୍ଟ, ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ, ଆଇପିସି ଓ ସିଆରପିସି ଆଧାରରେ ଏହି ପଦକ୍ଷେପମାନ ଗ୍ରହଣ କରାଯାଇଥାଏ । 

୨୧ ଦିନ ପର୍ଯ୍ୟନ୍ତ ଲକଡାଉନ କାହିଁକି
ଏହି ୨୧ ଦିନ ଲକଡାଉନ ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆର ସହକାରୀ ପ୍ରଫେସର ଥିବା ସୁରେଶ କୁମାର ରାଠୀ କହିଛନ୍ତି କି, ଏହି ଭାଇରସ ଇନକ୍ୟୁବସନ ପିରିୟଡ଼, ୧୪ ଦିନର ହୋଇଥାଏ । ଯଦି ୧୪ ଦିନ ମଧ୍ୟରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଛି ବୋଲି ଜଣାପଡ଼ିଥାଏ, ତେବେ ଏହା ଆଗାମୀ ୫ ରୁ ୭ ଦିନ ମଧ୍ୟରେ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ଯ଼ଥେଷ୍ଟ ରହିଛିଭାଇରସର ଲାଇଫ ସାଇକେଲକୁ ଭାଙ୍ଗିବାକୁ ହେଲେ ଅତି କମରେ ୨୧ ଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଆଇସୋଲେସନ, ସୋସିଆଲ ଡିଷ୍ଟାନସରେ ରହିବାକୁ ହେବ । ଏହି କାରଣରୁ ସରକାର ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତର ଓ ଏକ୍ସପର୍ଟମାନଙ୍କ ମତାମତ ଆଧାରରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ବୋଲି ଡାକ୍ତର ରାଠି କହିଛନ୍ତି ।  ତେବେ ଏହି ଲକଡାଉନ ହେବାର ୨୧ ଦିନ ପରେ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ପଦକ୍ଷେପ ଗ୍ରହଣ କରାଯିବ ବୋଲ ଜଣାପଡ଼ିଛି ।