ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କ’ଣ ପାଇଁ ପିନ୍ଧନ୍ତି କଳା ଚଷମା ? ଜାଣନ୍ତୁ ଏହାର ରହସ୍ୟ
Advertisement

ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କ’ଣ ପାଇଁ ପିନ୍ଧନ୍ତି କଳା ଚଷମା ? ଜାଣନ୍ତୁ ଏହାର ରହସ୍ୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ SPG ଯବାନ ଥାଆନ୍ତି । ଅର୍ଥାତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁଫର କମାଣ୍ଡୋମାନେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କ’ଣ ପାଇଁ ପିନ୍ଧନ୍ତି କଳା ଚଷମା ? ଜାଣନ୍ତୁ ଏହାର ରହସ୍ୟ

ନୂଆଦିଲ୍ଲୀ: ପ୍ରାୟ ସମୟ ଆପଣ ଦେଖିଥିବେ ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କଳା ରଙ୍ଗର ଚଷମା ପିନ୍ଧନ୍ତି । ଯେତେବେଳେ ଆମ ପ୍ରଧାନମନ୍ତ୍ରୀ କୌଣସି ସ୍ଥାନରେ ଭାଷଣ ଦେବାକୁ ଯାଉଥିବେ ବା ରାଲି ତାଙ୍କ ପଛରେ ଯେଉଁ ସୁରକ୍ଷାକର୍ମୀ ବା ବଡିଗାର୍ଡ ରହନ୍ତି, ସେମାନେ କଳା ଚଷମା ପିନ୍ଧନ୍ତି । କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି କି ଏହି ବଡିଗାର୍ଡମାନେ କାହିଁକି କଳା ଚଷମା ପିନ୍ଧନ୍ତି । ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ SPG ଯବାନ ଥାଆନ୍ତି । ଅର୍ଥାତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁଫର କମାଣ୍ଡୋମାନେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରନ୍ତି । ଏସପିଜି ସଙ୍ଗଠନ ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଗଠନ କରାଯାଇଥିଲା । ଏସପିଜି କମାଣ୍ଡୋ ପ୍ରଧାନମନ୍ତ୍ରୀଙ୍କ ସହ ଚାଲୁଥିବା ବା ଛିଡ଼ା ହେବା ହେଉଥିବା ବେଳେ ସର୍ବଦା ସାଙ୍ଗରେ ରହନ୍ତି । ତାଙ୍କର ନଜର କେଉଠି ରହିଥାଏ ଏହି କଥାର ସୂଚନା କୌଣସି ବ୍ୟକ୍ତି ନ ଜାଣି ପାରୁ, ସେଥି ପାଇଁ କଳା ଚଷମାର ବ୍ୟବହାର କରାଯାଇଥାଏ । କଳା ଚଷମାର ବ୍ୟବହାର ଯୋଗୁଁ ବ୍ୟକ୍ତିଙ୍କ ନଜର କେଉଠି ଓ କାହା ଉପରେ ରହିଛି, ତାହା ଜାଣି ହୁଏ ନାହିଁ ।

ଏଥିପାଇଁ ପିଏମଙ୍କ ସୁରକ୍ଷାରେ ଥିବା ବଡିଗାର୍ଡମାନେ ସର୍ବଦା କଳା ଚଷମା ପିନ୍ଧିଥାନ୍ତି । ଏହାସହ କୌଣସି ବିସ୍ଫୋରଣ ହେଉ ବା ଗୁଳି ବର୍ଷଣ ହେଉ, ଏହି ସମୟରେ ସ୍ୱାଭାବିକ ଭାବେ କିଛି ସମୟ ମଣିଷର ଆଖି ବନ୍ଦ ହୋଇଯାଇଥାଏ । କିନ୍ତୁ ଏହି ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କୁ ନିଜ ଆଖି ଖୋଲି ରଖିବାକୁ ପଡିଥାଏ । ଯାହା କଳା ଚଷମା ପିନ୍ଧିବାରୁ ବହୁ ସାହାଯ୍ୟ ମିଳିଥାଏ । ଏହାସହ କମ୍ ଆଲୁଅରେ ହଠାତ ଅଧିକ ଆଲୁଅ ହୋଇଗଲେ ଆମ ଆଖି କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥାଏ । ଏହି ସ୍ଥିତିରେ ଆମେ କଳା ଚଷମା ପିନ୍ଧିଲେ ଆମକୁ ଏଥିରୁ ରକ୍ଷା ପାଇଁ ପାଉଥାଉ । ତେଣୁ ସୁରକ୍ଷାକର୍ମୀମାନେ କଳା ଚଷମା ପିନ୍ଧନ୍ତି ।

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ, ଯୌନ ନିର୍ଯ୍ୟାତନା ପରି ଅପରାଧ କରି ଜେଲର ହାୱା ଖାଇ ସାରିଛନ୍ତି ଏହି ୫ ଜଣ କ୍ରିକେଟର