Advertisement
Article Detail0/zeeodisha/odisha664261
Zee OdishaOther Newsଏକ ପିତା ହୋନେ କା ଫର୍ଜ ୱୌର ଦେଶ କେ ବେଟେ ହୋନେ କା କର୍ଜ

'ଏକ ପିତା ହୋନେ କା ଫର୍ଜ ୱୌର ଦେଶ କେ ବେଟେ ହୋନେ କା କର୍ଜ'

ଛବି କହେ କାହାଣୀ...

'ଏକ ପିତା ହୋନେ କା ଫର୍ଜ ୱୌର ଦେଶ କେ ବେଟେ ହୋନେ କା କର୍ଜ'

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କୋରୋନାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ କିଛି ଜରୁରୀକାଳୀନ ସେବାକୁ ଛାଡ଼ିଲେ ସମଗ୍ର ଦେଶରେ ଏବେ ଲକଡାଉନ ସ୍ଥିତି। ଏଭଳି ସ୍ଥିତିରେ ଡାକ୍ତର, ପୋଲିସ, ସ୍ୱଚ୍ଛତା କର୍ମୀ ପ୍ରମୁଖ ନିଜ କାର୍ଯ୍ୟ ତୁଲାଇ ଆସୁଛନ୍ତି। ତେବେ ଏହାରି ମଧ୍ୟରେ ଅନେକ ଛବି ସାମ୍ନାକୁ ଆସିଛି ଯାହା ବେଶ ହୃଦୟସ୍ପର୍ଶୀ। 

 

ନିକଟରେ ମଧ୍ୟପ୍ରଦେଶର ଇନ୍ଦୋରବାସୀ ତଥା ପୋଲିସ ଅଧିକାରୀ ନିର୍ମଳଙ୍କର ଏକ ଫଟୋ ବେଶ ଭାଇରାଲ ହୋଇଥିଲା। ଉକ୍ତ ଫଟୋରେ ନିର୍ମଳ ପୋଲିସ ପୋଷାକ ପିନ୍ଧିଥିବା ବେଳେ ଘର ବାହାରେ ବସି କିଛି ଖାଉଥିବାର ଦୃଶ୍ୟ ରହିଥିଲା। ଏହା ସହିତ ସେ ଖାଉଥିବା ସମୟରେ ଦୂରରୁ ତାଙ୍କ ଝିଅଙ୍କୁ ଦେଖୁଥିବା ଉକ୍ତ ଫଟୋରେ ଦେଖିବାକୁ ମିଳିଥିଲା। ତେବେ ଏହି ଫଟୋଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିଲା। ଏପରିକି ଉକ୍ତ ଫଟୋଟିକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାକୁ ଟ୍ୱିଟ କରି ଫଟୋଟିରେ ବେଶ ହୃଦୟସ୍ପର୍ଶୀ କ୍ୟାପସନଟିଏ ମଧ୍ୟ ଲେଖିଥିଲେ। 

ଶିବରାଜ ଲେଖିଥିଲେ କି, ଏକ ପିତା ହୋନେ କା ଫର୍ଜ ୱୌର ଦେଶ କେ ବେଟେ ହୋନେ କା କର୍ଜ। ଅର୍ଥାତ ଜଣେ ବାପା ହେବାର ଦାୟିତ୍ୱ ଓ ଜଣେ ପୁଅ ହେବାର ଦେଶ ପ୍ରତି କର୍ତ୍ତବ୍ୟ। ଏହି ଫଟୋଟିକୁ ଲକ୍ଷାଧିକ ଲାଇକ ମିଳୁଥିବା ବେଳେ ଲୋକମାନେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ଲକଡାଉନ ସ୍ଥିତି ଜାରି ରହିଥିବା ବେଳେ ଡାକ୍ତର, ପାରାମେଡିକାଲ ଟିମ, ପୋଲିସ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଦିନ ରାତି କାର୍ଯ୍ୟ କରୁଛନ୍ତି। 

 

 

About the Author