Advertisement
Article Detail0/zeeodisha/odisha669033
Zee OdishaOther Newsକାହିଁକି ଲକଡାଉନ୍ ହଟାଇବାକୁ ନିଷ୍ପତ୍ତି ନେଲା ଆମେରିକା ? ଜାଣନ୍ତୁ କାରଣ

କାହିଁକି ଲକଡାଉନ୍ ହଟାଇବାକୁ ନିଷ୍ପତ୍ତି ନେଲା ଆମେରିକା ? ଜାଣନ୍ତୁ କାରଣ

କୋରୋନା ଭାଇରସ୍ ଯୋଗୁ ଆମେରିକାର କେବଳ ଅଧିକ ଲୋକଙ୍କ ମୃତ୍ୟୁ ହୋଇନି, ଆହୁରି ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି । 

ଫାଇଲ ଫଟୋ
ଫାଇଲ ଫଟୋ

ୱାଂଶିଟନ: କିଲର କୋରୋନା ଯୋଗୁ ଯଦି କୌଣସି ଦେଶ ସର୍ବାଧିକ ପ୍ରଭାବିତ ହୋଇଛି, ସେ ହେଉଛି ଆମେରିକା । ବିଶ୍ୱର ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ନୁହେଁ, ମୃତକଙ୍କ ସଂଖ୍ୟା ମଧ୍ୟ । ଏପର୍ଯ୍ୟନ୍ତ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮୨୧୦ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୬୪୧ ରହିଛି । ଏବେ ବି ୫୮୫୭୨୫ ଜଣଙ୍କ ଦେହରେ କୋରୋନା ଭୂତାଣୁ ସକ୍ରିୟ ରହିଛି । ତେବେ ଏଠାରେ ପ୍ରଶ୍ନ, ଏସବୁ ସତ୍ତ୍ୱେ କାହିଁକି ଲକଡାଉନ୍ ହଟାଇବା ପାଇଁ ଆମେରିକା ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଦେଶରୁ ଲକଡାଉନ୍ ହଟାଇବା ପାଇଁ ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ନେବା ପରେ ଏନେଇ ଚର୍ଚ୍ଚା ସରଗରମ ହୋଇଛି । 

କୋରୋନା ଭାଇରସ୍ ଯୋଗୁ ଆମେରିକାର କେବଳ ଅଧିକ ଲୋକଙ୍କ ମୃତ୍ୟୁ ହୋଇନି, ଆହୁରି ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି । କୋରୋନା କାରଣରୁ ଆମେରିକାର ଲକ୍ଷାଧିକ ଲୋକ ବେରୋଜଗାର ହୋଇଛନ୍ତି । ଆମେରିକାର ଅର୍ଥବ୍ୟବସ୍ଥା ବର୍ତ୍ତମାନ କେଉଁ ସ୍ଥିତି ଦେଇ ଗତି କରୁଛି, ତାହା ନ୍ୟୁୟର୍କ ଫେଡେରାଲ ରିଜର୍ଭ ବ୍ୟାଙ୍କର ଅଧ୍ୟକ୍ଷଙ୍କ ଏକ ବୟାନରୁ ସ୍ପଷ୍ଟ ଜଣାପଡ଼େ । ସେ କହିଥିଲେ, ''ଆମେରିକା ପୁଣିଥରେ ନିଜ ପୂର୍ବ ଅର୍ଥବ୍ୟବସ୍ଥାକୁ ପାଇବାକୁ ୧ରୁ ୨ ବର୍ଷ ସମୟ ଦରକାର । ''

ଲକଡାଉନ କାରଣରୁ ଆମେରିକାର ହୋମ ବିଲ୍ଡିଙ୍ଗ ମାର୍କେଟ ଏବଂ ମାନୁଫ୍ୟାକଚରିଂ ଉପରେ ଖରାପ ପ୍ରଭାବ ପଡ଼ିଛି । ସେମିତିରେ ବି ଆସନ୍ତା ନଭେମ୍ବର ମାସରେ ଆମେରିକାରେ ନିର୍ବାଚନ ରହିଛି । ତେଣୁ କୋରୋନାରୁ ନିୟନ୍ତ୍ରଣକୁ ଆଣିବା ସହ ଅର୍ଥବ୍ୟବସ୍ଥାକୁ ସୁଧାରିବା ରିପବ୍ଲିକାନ ପାର୍ଟି ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ।  

Add Zee News as a Preferred Source

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ଏକ ଥରକେ ସମସ୍ତ ରାଜ୍ୟ ଖୋଲୁ ନାହୁଁ । ପୁରା ସାବଧାନତାର ସହ ପର୍ଯ୍ୟାୟକ୍ରମେ ଲକଡାଉନ୍ ହଟାଇବୁ । ପ୍ରଥମ ପର୍ଯ୍ୟାୟରେ କିଛି ରାଜ୍ୟରେ ଲକଡାଉନ ହଟିବ । ଟ୍ରମ୍ପ ଏକଥା ମଧ୍ୟ କହିଛନ୍ତି, ଏମିତି କିଛି ରାଜ୍ୟ ରହିଛି, ଯେଉଁଠି କୋରୋନା ପ୍ରଭାବ ନାହିଁ । 

ସେହିପରି ଆମେରିକା ରାଷ୍ଟ୍ରପତି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ''ଯଦି କୌଣସି ରାଜ୍ୟର ଗଭର୍ଣ୍ଣରଙ୍କୁ ମନେହୁଏ ଯେ, ବର୍ତ୍ତମାନ ପରିସ୍ଥିତିରେ ଲକଡାଉନ୍ ଉଠାଇଦେବା ଠିକ୍ ନୁହେଁ, ତେବେ ଗଭର୍ଣ୍ଣରଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେବୁ । ସେହିପରି ଯଦି ଗଭର୍ଣ୍ଣର ଚାହିଁବେ, ତାହାଲେ ଲକଡାଉନ ଉଚ୍ଛେଦ ହେବ । ଆମେ କେବଳ ଏହି କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବା ପାଇଁ ମାର୍ଗଦର୍ଶନ ଦେବୁ । ଗଭର୍ଣ୍ଣରଙ୍କ ପାଖରେ ନିଷ୍ପତ୍ତି ନେବାର ପୂର୍ଣ୍ଣ ସ୍ୱାଧୀନତା ରହିବ । ''

About the Author