ଆଜିଠୁ କ'ଣ ମଦ ଦୋକାନ ମଧ୍ୟ ଖୋଲା ରହିବ ?
Advertisement
Article Detail0/zeeodisha/odisha672310

ଆଜିଠୁ କ'ଣ ମଦ ଦୋକାନ ମଧ୍ୟ ଖୋଲା ରହିବ ?

ଦେଶର ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଲକଡାଉନ୍ ଭିତରେ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଦେଶର ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କିଛି ଗାଇଡ଼ ଲାଇନ ମଧ୍ୟ ରହିଛି ।  ତେବେ ଏସବୁ ଭିତରେ ଅନ୍ୟଏକ ପ୍ରଶ୍ନ ମଧ୍ୟ ଲୋକଙ୍କ ଭିତରେ ଉଠିଛି । liqour shops ମଧ୍ୟ କ'ଣ ଖୋଲା ରହିବ ?

ଗତକାଲି ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ କିଛି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ସରକାରଙ୍କ ନିର୍ଦ୍ଦେଶ ବେଶ ଗୁରୁତ୍ୱବହନ କରୁଛି । ଏହି ନିର୍ଦ୍ଦେଶ ଅନୁସାରେ, ନଗର ନିଗମ ଅଧିନରେ ଥିବା ମାର୍କେଟ କମ୍ପ୍ଲେକ୍ସ ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ ।  ପୌରପାଳିକା ଅଧିନରେ ଆସୁନଥିବା ଆବାସିକ ଅଞ୍ଚଳ ଓ ମାର୍କେଟ କମ୍ପ୍ଲେକ୍ସ ଖୋଲା ରହିବ । ସିଧାସଳଖ ବୁଝିବାକୁ ହେଲେ, ସହରରେ ଲକଡାଉନ୍ ଯେମିତି ଥିଲା ସେମିତି ହିଁ ରହିବ । 

ମଦ ଦୋକାନ କ'ଣ ଖୋଲିବ ? 

କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା Shops and Establishment Act ଅନୁଯାୟୀ । ତେଣୁ କେବଳ ରାଶନ ଏବଂ ଅନ୍ୟ କିଛି ଦୋକାନ ଖୋଲା ରହିବ । ମାତ୍ର ମଦ ବା ବିୟର Excise Act ପରିସରଭୁକ୍ତ । ତେଣୁ ଆସନ୍ତା ୩ ମେ ପର୍ଯ୍ୟନ୍ତ ମଦ ଦୋକାନ ଯେ ବନ୍ଦ ରହିବ, ଏହା ଭଲ ଭାବେ ଜାଣିନିୟନ୍ତୁ । 

;