close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ତୃତୀୟ ଟି-୨୦ ମ୍ୟାଚରେ ରୋହିତଙ୍କ ପାଖରେ ରହିଛି ଏହି ରେକର୍ଡ କରିବାର ସୁଯୋଗ

ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା । ପୂର୍ବରୁ ଟି-୨୦ କ୍ରିକେଟରେ ବହୁ ରେକର୍ଡ ନିଜ ନାଁରେ କରି ନେଇଛନ୍ତି ହିଟମ୍ୟାନ ରୋହିତ । ବର୍ତ୍ତମାନ ତାଙ୍କ ପାଖରେ ଆଉଁ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ବାଂଲାଦେଶ ବିରୋଧରେ ରବିବାର ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ହେବାର ଅଛି । ଏହି ମ୍ୟାଚରେ ରୋହିତଙ୍କ ନଜର ଅନେକ ରେକର୍ଡ ଉପରେ ରହିବ, ଯେଉଁଥିରେ ୪୦୦ ଛକା ଲଗାଇବାର ରେକର୍ଡ ମଧ୍ୟ ସାମିଲ ରହିଛି ।

ତୃତୀୟ ଟି-୨୦ ମ୍ୟାଚରେ ରୋହିତଙ୍କ ପାଖରେ ରହିଛି ଏହି ରେକର୍ଡ କରିବାର ସୁଯୋଗ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା । ପୂର୍ବରୁ ଟି-୨୦ କ୍ରିକେଟରେ ବହୁ ରେକର୍ଡ ନିଜ ନାଁରେ କରି ନେଇଛନ୍ତି ହିଟମ୍ୟାନ ରୋହିତ । ବର୍ତ୍ତମାନ ତାଙ୍କ ପାଖରେ ଆଉଁ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ବାଂଲାଦେଶ ବିରୋଧରେ ରବିବାର ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ହେବାର ଅଛି । ଏହି ମ୍ୟାଚରେ ରୋହିତଙ୍କ ନଜର ଅନେକ ରେକର୍ଡ ଉପରେ ରହିବ, ଯେଉଁଥିରେ ୪୦୦ ଛକା ଲଗାଇବାର ରେକର୍ଡ ମଧ୍ୟ ସାମିଲ ରହିଛି ।

ସର୍ବାଧିକ ଛକା ଲଗାଇବା ମାମଲାରେ ୱେଷ୍ଟଇଣ୍ଡିଜର ଖେଳାଳି କ୍ରିସ ଗେଲ ନମ୍ୱର ଏକ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ଯାଏ ସେ ୫୩୪ ଛକା ଲଗାଇ ସାରିଛନ୍ତି । ସେହିପରି ଏହି ତାଲିକାରେ ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଅଫ୍ରିଦୀଙ୍କ ନାଁ ଦ୍ୱିତୀୟ ସ୍ଥାନରେ ରହିଛି । ସେ ୪୭୬ଟି ଛକା ଲଗାଇଛନ୍ତି । ନାଗପୁର ଟି-୨୦ ମ୍ୟାଚରେ ରୋହିତଙ୍କ ସାମ୍ନାରେ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ତାଙ୍କ ପାଖରେ ୪୦୦ ଛକା ଲଗାଇବାର ସୁଯୋଗ ରହିବ । କାରଣ ବର୍ତ୍ତମାନ ଯାଏ ସେ ୩୯୮ଟି ଛକା ଲଗାଇ ସାରିଛନ୍ତି । ଆଉଁ ମାତ୍ର ୨ଟି ଛକା ସହ ସେ ୪୦୦ ଛକା ଲଗାଇବାର ରେକର୍ଡ ନିଜ ନାଁରେ କରି ନେବେ ।

ରୋହିତ ଟେଷ୍ଟ କ୍ରିକେଟରେ ୫୧, ଏକ ଦିବସୀୟ କ୍ରିକେଟରେ ୨୩୨ ଓ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୧୧୫ଟି ଛକା ଲଗାଇ ସାରିଛନ୍ତି । ସେହିପରି ତାଙ୍କ ପାଖରେ ଟି-୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧ ଶତକ ହାସଲ କରିବାର ସୁଯୋଗ ରହିଛି । ସେ ଯଦି ଏହି ମ୍ୟାଚରେ ୫୦ରୁ ଅଧିକ ରନ ହାସଲ କରି ନିଅନ୍ତି, ତେବେ ଟି-୨୦ କ୍ରିକେଟରେ ସର୍ବାଧିକ ୨୩ ଥର ଅର୍ଦ୍ଧ ଶତକରୁ ଅଧିକ ରନ କରିବା ଖେଳାଳି ବନିଯିବେ । ବର୍ତ୍ତମାନ ସମୟରେ ବିରାଟ କୋହଲି ଓ ରୋହିତ ଦୁହେଁ ୨୨-୨୨ଟି ଅର୍ଦ୍ଧ ଶତକ କରି ସମାନ ସ୍ଥାନରେ ଅଛନ୍ତି ।