close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏନସିପି ସହ ମିଶି ସରକାର ଗଢିବ ଶିବସେନା? ଏମିତି କିଛି କହିଲେ ସଞ୍ଜୟ ରାଉତ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ସମସ୍ତଙ୍କ ଚକିତ କରିଦେଇଥିଲା । ଏଠାରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହାର ଫାଇଦା ସହଯୋଗୀ ଶିବସେନା ଉଠାଇବାକୁ ଚାହୁଁଛି ।  ବର୍ତ୍ତମାନ ଶିବସେନାର ଆଖି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଏନସିପି ସହ ମିଶି ସରକାର ଗଢିବ ଶିବସେନା? ଏମିତି କିଛି କହିଲେ ସଞ୍ଜୟ ରାଉତ
ଏନସିପି ସହ ମିଶି ସରକାର ଗଢିବ ଶିବସେନା?

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ସମସ୍ତଙ୍କ ଚକିତ କରିଦେଇଥିଲା । ଏଠାରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହାର ଫାଇଦା ସହଯୋଗୀ ଶିବସେନା ଉଠାଇବାକୁ ଚାହୁଁଛି ।  ବର୍ତ୍ତମାନ ଶିବସେନାର ଆଖି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଏହି କ୍ରମରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ପୁଣିଥରେ ବିଜେପିକୁ ମେଣ୍ଟର ଧର୍ମ ପାଳନ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ବିଜେପିକୁ ୫୦-୫୦ ଫର୍ମୁଲାକୁ ପାଳନ କରିବା ଆବଶ୍ୟକ । ଏହି ଫର୍ମୁଲା ଅନ୍ତର୍ଗତ ଦୁଇ ଦଳରୁ ସମାନ କ୍ୟାବିନେଟ ସଦସ୍ୟ ହେବା ଆବଶ୍ୟକ । ସେ ଏନସିପି ସହ ମିଶି ସରକାର ଗଢିବାର ପ୍ରଶ୍ନ ଉପରେ କହିଛନ୍ତି ଯେ ରାଜନୀତିରେ ବିକଳ୍ପ ଖୋଲା ରହିଥାଏ ।

ସେ ଆହୁରି କହିଛନ୍ତି ଯେ ହରିୟାଣାରେ ବିଜେପି ବିନା ସଂଖ୍ୟା ଗରିଷ୍ଠତାରେ ସରକାର ଗଢି ନେଇଛି । ସେ ଏପରି ଏକ ଦଳ ସହିତ ହାତ ମିଶାଇଛି, ଯିଏ ତାଙ୍କ ବିରୋଧୀ ଭାବେ ଜଣାଶୁଣା । ଯଦି ସରକାର ଗଢିବାରେ ବିଲମ୍ୱ ହେଉଛି, ସେଥିରେ ଆମର କୌଣସି ଭୁଲ ନାହିଁ ବୋଲି ରାଉତ କହିଛନ୍ତି ।

ଅନ୍ୟପକ୍ଷେ ବିଗତ ଦିନରେ କଂଗ୍ରେସ ସଙ୍କେତ ଦେଇଥିଲା ଯେ ସେ ଶିବସେନା ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଇପାରେ । ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଥିଲେ ଯେ, ଆମେ ଏହା ଉପରେ ଶିବସେନା ସହ କୌଣସି ଆଲୋଚନା କରିନାହୁଁ । ଯଦି ଏପରି କିଛି ସ୍ଥିତି ଆସୁଛି, ତେବେ ହାଇକମାଣ୍ଡ ଏହାର ନିଷ୍ପତ୍ତି ନେବେ । 

ଗତ ଶୁକ୍ରବାର ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲ କହିଥିଲେ ଯେ, ଶିବସେନାକୁ ଖୋଲା ଅଫର ଦେଉଛି, ସେମାନେ ମୁଖ୍ୟମନ୍ତ୍ରୀ ପଦ ନେଇ ଆମ ସହ ମିଶି ସରକାର ଗଢନ୍ତୁ । ବିଜେପି ସହ ସରକାର ଗଢିଲେ ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ କିନ୍ତୁ ଆମ ସହ ଆସିଲେ ମୁଖ୍ୟମନ୍ତ୍ରୀ ପଦ ମିଳିବ । ବର୍ତ୍ତମାନ ଶିବସେନା ସ୍ଥିର କରୁ ସେ କଣ କରିବ ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କ ଏକ ମନ୍ତବ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା ।  ବିଜେପିକୁ ରାଜ୍ୟ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇ ପାରନ୍ତି ଏନସିପି ଓ କଂଗ୍ରେସ । ଚୌହ୍ୱାନ କହିଛନ୍ତି ଯେ, ନିର୍ବାଚନୀ ଫଳାଫଳ ଆସିବା ସହ ମହାରାଷ୍ଟ୍ରରେ ଆଗାମୀ ସରକାର ଗଢିବାର ରୋଚକ ସମ୍ଭାବନା ମଧ୍ୟ ଦେଖା ଦେଇଛି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।