Advertisement
Article Detail0/zeeodisha/odisha696370
Zee OdishaOther Newsଜୁନ ୨୧ ତାରିଖରେ ସମାପ୍ତ ହେବକି ଦୁନିଆ? ଜାଣନ୍ତୁ ଏହାର ସତ୍ୟତା

ଜୁନ ୨୧ ତାରିଖରେ ସମାପ୍ତ ହେବକି ଦୁନିଆ? ଜାଣନ୍ତୁ ଏହାର ସତ୍ୟତା

ଜୁନ ୨୧ ତାରିଖରେ ଦୁନିଆର ସମାପ୍ତି ହେବାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାର ରହସ୍ୟ ଉନ୍ମୋଚିତ ହୋଇଛି | 

ଜୁନ ୨୧ ତାରିଖରେ ସମାପ୍ତ ହେବକି ଦୁନିଆ? ଜାଣନ୍ତୁ ଏହାର ସତ୍ୟତା

ଏବେ ସମଗ୍ର ବିଶ୍ୱରେ କୋରୋନା ଭାଇରସର ତାଣ୍ଡବ ଜାରି ରହିଥିବା ବେଳେ, ଅନ୍ୟପଟେ ଏକ ସାମ୍ଭାବ୍ୟ ଅଘଟଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ଏ ସମ୍ପର୍କରେ କୁହାଯାଇଛି ଚଳିତ ବର୍ଷ ଜୁନ ୨୧ ତାରିଖରେ ଦୁନିଆ ସମାପ୍ତ ହୋଇଯିବ | ଏହି ସିଦ୍ଧାନ୍ତ(theory) ବିଶ୍ୱର ଅନ୍ୟତମ ପୁରୁଣା ସଭ୍ୟତା ଭାବେ ଜଣାଶୁଣା ମାୟା ସଭ୍ୟତାର କ୍ୟାଲେଣ୍ଡର ଉପରେ ପର୍ଯ୍ୟବେସିତ | ହେଲେ ଏବେ ବିଶ୍ୱରେ ଅଧିକାଂଶ ଲୋକଙ୍କ ଦ୍ୱାରା ଗ୍ରିଗୋରିୟାନ କ୍ୟାଲେଣ୍ଡର ବ୍ୟବହାର କରାଯାଉଛି |

ମାୟା ସଭ୍ୟତା କ୍ୟାଲେଣ୍ଡର ୧୫୮୨ ମସିହାରେ ସାମ୍ନାକୁ ଆସିଥିଲା | ଏହା ପୂର୍ବରୁ ଲୋକେ ବିଭିନ୍ନ ଧରଣର କ୍ୟାଲେଣ୍ଡର ବ୍ୟବହାର କରୁଥିଲେ | ଯାହା ମଧ୍ୟରେ ସବୁଠୁ ଲୋକପ୍ରିୟ ଥିଲା ଜୁଲିୟାନ ଏବଂ ମାୟା କ୍ୟାଲେଣ୍ଡର | ବିଶେଷଜ୍ଞଙ୍କ କହିବା ଅନୁସାରେ ପୃଥିବୀକୁ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିବା ପାଇଁ ଲାଗୁଥିବା ସମୟକୁ ଭଲ ଭାବରେ ପ୍ରଦର୍ଶିତ କରିବା ପାଇଁ କରିବା ପାଇଁ ଗ୍ରେଗୋରିଆନ କ୍ୟାଲେଣ୍ଡରର ବ୍ୟବହୃତ ପ୍ରବର୍ତ୍ତିତ ହୋଇଥିଲା | 

ହେଲେ ଅନେକ ଲୋକ ବିଶ୍ୱାସ କରନ୍ତି ସେହି ବର୍ଷ ଠାରୁ ୧୧ ଦିନ ସମାପ୍ତ ହୋଇ ଯାଇଥିଲା |  ଯାହା ଜୁଲିୟାନ କ୍ୟାଲେଣ୍ଡର ଦ୍ୱାରା ୧୫୮୨ ମସିହାରେ ନିର୍ଦ୍ଧାରିତ କରାଯାଇଥିଲା | ସେହି ସମୟ ସହ ହଜିଯାଇଥିବା ଦିନରେ ବୃଦ୍ଧି ହୋଇଛି | ଏହା ସହ ଏକ ସିଦ୍ଧାନ୍ତର ବିକାଶ ହୋଇଛି | ଏହି ଦାବି ଅନୁସାରେ ଆମେ ବର୍ତ୍ତମାନ ବର୍ଷ ୨୦୧୨ରେ ରହିବା କଥା ମାତ୍ର ଚଳିତବର୍ଷ ୨୦୨୦ରେ ନୁହେଁ |

Add Zee News as a Preferred Source

ବୈଜ୍ଞାନିକ ପାଉଲୋ ଟାଗାଲୋଗୟୁନ ନିକଟରେ ଏକ ଟ୍ୱିଟ୍ କରିଥିଲେ, ଯାହାକୁ ପରେ ସେ ଟ୍ୱିଟର ହ୍ୟାଣ୍ଡେଲରୁ ହଟାଇ ଦେଇଥିଲେ | ଏହି ଟ୍ୱିଟ ମାଧ୍ୟମରେ ସେ ଦର୍ଶାଇଥିଲେ, ଜୁଲିଆନ୍ କାଲେଣ୍ଡର ଅନୁସାରେ ଆମେ ବର୍ତ୍ତମାନ ୨୦୧୨ ବର୍ଷରେ ରହିବା କଥା | ହେଲେ ବର୍ତ୍ତମାନ ପ୍ରଚଳିତ ଥିବା ଗ୍ରିଗୋରିଆନ୍ କ୍ୟାଲେଣ୍ଡରରେ ପରିବର୍ତ୍ତନ ହେତୁ ଗୋଟିଏ ବର୍ଷରେ ୧୧ ଦିନ ହଜିଯାଉଛି | 

ଯଦି ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନ୍ତର୍ଗତ ୧୭୫୨ ମସିହାରୁ ବର୍ଷ ୨୦୨୦, ଏହି ୨୬୮ ବର୍ଷକୁ ହିସାବକୁ ନିଆଯାଏ ସେବେକାର 11ଦିନ, ୨୯୪୮ ଦିନ ସହ ସମାନ | ସେବେକାର ଗୋଟିଏ ବର୍ଷର ସମୟ ୨୯୪୮ ଦିନ ଏବେକାର ବର୍ଷର ମୋଟ ଦିନ ୩୬୫କୁ ହିସାବ କରାଯାଏ ଏହା ବର୍ତ୍ତମାନ ସମୟର ୮ ବର୍ଷ ସହ ସମାନ | ଏହି ସିଦ୍ଧାନ୍ତକୁ ବିଚାରକୁ ନିଆଯାଏ ୨୦୨୦ ଜୁନ ୨୧ ତାରିଖ, ବାସ୍ତବରେ ୨୦୧୨ ଡିସେମ୍ବର ୨୧ ତାରିଖ ହେବା କଥା | ପୂର୍ବରୁ ଏହି ସମାନ ଦିନ ଅର୍ଥାତ ୨୦୧୨ ବର୍ଷରେ ଦୁନିଆ ସମାପ୍ତି ହେବା ନେଇ ପୂର୍ବାନୁମାନ କରାଯାଇଥିଲା | 

ଏନେଇ ଆମେରିକୀୟ ମହାକାଶ ଗବେଷା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି, ପ୍ରାଚୀନ ସମୟରେ ସୁମେରୀୟଙ୍କ ଦ୍ୱାରା ଆବିଷ୍କାର କରାଯାଇଥିବା ନିବିରୁ ଗ୍ରହର ପୃଥିବୀ ପ୍ରତି ଏକ ପ୍ରଭାବ ରହିଛି ବୋଲି ଏକ କାହାଣୀର ଆରମ୍ଭ ହୋଇଛି | ଯଦି ଏ ଘଟଣାକୁ ବିଚାରକୁ ନିଆଯାଏ ବର୍ଷ ୨୦୦୩ରେ ଦୁନିଆ ବିନାଶ ହେବାର ପୂର୍ବାନୁମାନ କରାଯାଇଥିଲା, ହେଲେ ସେତେବେଳେ କିଛି ଘଟି ନଥିଲା | 

ଏହା ପରେ ଦୁନିଆ ବିନାଶର ତାରିଖ ବର୍ଷ ୨୦୧୨ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା | ଏହି ସମୟ ପ୍ରାଚୀନ ମାୟା କ୍ୟାଲେଣ୍ଡର ସହ ସମ୍ପୃକ୍ତ ହୋଇଥିଲା | ୨୦୧୨ ଡିସେମ୍ବର ୨୧ ତାରିଖରେ ଦୁନିଆ ଧ୍ୱଂସ ପାଇବା ନେଇ ପୂର୍ବରୁ ପୂର୍ବାନୁମାନ କରାଯାଇ ସାରିଛି |

ପୂର୍ବରୁ ନାସା ପକ୍ଷରୁ କୁହାଯାଇଥିଲା, ୨୦୧୨ରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ହେବାକୁ ଥିବା ନାଟକୀୟ ପରିବର୍ତ୍ତନ ପାଇଁ ବିଜ୍ଞାନ କେଉଁଠି ଅଛି? ପ୍ରମାଣ କେଉଁଠାରେ ରହିଛି? ଏପରି ଘଟଣାର କୌଣସି ବାସ୍ତବତା ନାହିଁ | ଏହି କାଳ୍ପନିକ ଦାବି ପୁସ୍ତକ, ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଇଣ୍ଟରନେଟରେ ଉପଲବ୍ଧ ରହିଛି | ଆମେ ତଥ୍ୟକୁ ପରିବର୍ତ୍ତନ କରିପାରିବୁ ନାହିଁ | ଡିସେମ୍ବର ୨୧ ତାରିଖ ୨୦୧୨ରେ ହେବାକୁ ଥିବା ଏପରି ଆଶ୍ଚର୍ଯ୍ୟପ୍ରଦ ଘଟଣାର କୌଣସି ବିଶ୍ୱାସନୀୟ ପ୍ରମାଣ ନାହିଁ |