)
ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ରାଜସ୍ୱ ହ୍ରାସ ପାଇଥିବା ବେଳେ କ୍ଷତି ଭରିବା ପାଇଁ ଲକଡାଉନ ସମୟରେ ମଦଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ । ତେବେ ଅନୁମତି ମିଳିବା ପରେ ଦେଶରେ ମଦ ଦୋକାନ ଖୋଲିଛି । ତେବେ ଏହି ସମୟରେ କଳାବଜାରୀ ହେବାର ସମ୍ଭାବନା ଦେଖାଦେଇଛି । ଫଳରେ ଉତ୍ତରପ୍ରଦେଶ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ବେଆଇନ ଭାବେ ତଥା ଚଢା ଦରରେ ବିକ୍ରି କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଚେତାଇ ଦେଇଛନ୍ତି ।
ରାଜ୍ୟର ମୁଖ୍ୟମ ଅବକାରୀ ସଚିବ ସଞ୍ଜୟ ଆର ଭୁସରେଡ୍ଡୀ କହିଛନ୍ତି ମଦ ଉପରେ ଲେଖାଥିବା ଏମଆରପି ଠାରୁ ଯଦି ଅଧିକ ଦର ନିଅନ୍ତି ସେମାନଙ୍କୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି କରୁଥିବା ବେଳେ ପ୍ରଥମ ଥର ଧରାପଡ଼ିଲେ, ୭୫ ହଜାର
ଟଙ୍କା ପର୍ଯ୍ୟନ୍ତ ଜରିମନା ଲାଗିବ । ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ଦେଢ ଲକ୍ଷ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏପରିକି ଉକ୍ତ ବ୍ୟବସାୟୀଙ୍କ ଲାଇସେନ୍ସକୁ ମଧ୍ୟ ବାତିଲ କରାଯିବ ବୋଲି ସେ କହିଛନ୍ତି ।