close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନୋବେଲ ପୁରସ୍କାର କ'ଣ ? ଜାଣନ୍ତୁ କେଉଁ ଭାରତୀୟ ବଂଶୋଦ୍ଭବଙ୍କୁ ୨୦୧୯ରେ ମିଳିଲା ନୋବେଲ

ଅର୍ଥନୀତି କ୍ଷେତ୍ରରେ ୨୦୧୯ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତିରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର ।  ଏହି ସମ୍ମାନଜନକ ପୁରସ୍କାରରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଭିଜିତ ବାନାର୍ଜୀ ମଧ୍ୟ ମିଳିତ ଭାବେ ପାଇବେ ନୋବେଲ । ଅଭିଜିତ ବାନାର୍ଜୀଙ୍କ ସମେତ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରିମେରଙ୍କୁ ମଧ୍ୟ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ସାରା ବିଶ୍ୱରୁ ଦାରିଦ୍ର୍ୟ କମ୍ କରିବା ପାଇଁ ଅଭିଜିତ ଓ ତାଙ୍କ ସାଥୀଙ୍କ ପ୍ରୟୋଗାତ୍ମକ ଚେଷ୍ଟା ପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯିବ ।ସାରା ବିଶ୍ୱକୁ ବ୍ୟାପି ଥିବା ଦାରିଦ୍ର୍ୟ ନାମକ ବ୍ୟାଧିକୁ କିପରି କମ୍ କରାଯାଇ ପାରିବ ସେ ନେଇ ଅନେକ ଦିନ ହେବ ଚାଲିଥିବା ରିସର୍ଚ୍ଚରେ ମିଳିଥିବା ସଫଳତା ପାଇଁ ମିଳିବ ନୋବେଲ  । 

ନୋବେଲ ପୁରସ୍କାର କ'ଣ ? ଜାଣନ୍ତୁ କେଉଁ ଭାରତୀୟ ବଂଶୋଦ୍ଭବଙ୍କୁ ୨୦୧୯ରେ ମିଳିଲା ନୋବେଲ
Winner of 2019 Nobel Prize in Economic Science.

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରେ ୨୦୧୯ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତିରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର ।  ଏହି ସମ୍ମାନଜନକ ପୁରସ୍କାରରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଭିଜିତ ବାନାର୍ଜୀ ମଧ୍ୟ ମିଳିତ ଭାବେ ପାଇବେ ନୋବେଲ । ଅଭିଜିତ ବାନାର୍ଜୀଙ୍କ ସମେତ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରିମେରଙ୍କୁ ମଧ୍ୟ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ସାରା ବିଶ୍ୱରୁ ଦାରିଦ୍ର୍ୟ କମ୍ କରିବା ପାଇଁ ଅଭିଜିତ ଓ ତାଙ୍କ ସାଥୀଙ୍କ ପ୍ରୟୋଗାତ୍ମକ ଚେଷ୍ଟା ପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯିବ ।ସାରା ବିଶ୍ୱକୁ ବ୍ୟାପି ଥିବା ଦାରିଦ୍ର୍ୟ ନାମକ ବ୍ୟାଧିକୁ କିପରି କମ୍ କରାଯାଇ ପାରିବ ସେ ନେଇ ଅନେକ ଦିନ ହେବ ଚାଲିଥିବା ରିସର୍ଚ୍ଚରେ ମିଳିଥିବା ସଫଳତା ପାଇଁ ମିଳିବ ନୋବେଲ  । 

୫୮ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଭିଜିତ ବାନାର୍ଜୀ କଲିକତା ବିଶ୍ୱ ବିଦ୍ୟାଳୟରୁ ଅଧ୍ୟୟନ କରି ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁରେ ଅଧ୍ୟୟନ କରିବା ପରେ ହାବାର୍ଡ ବିଶ୍ୱବିଦ୍ୟାଳୟରୁ ୧୯୮୮ ମସିହାରେ ପିଏଚ.ଡି ଲାଭ କରିଥିଲେ । ଅଭିଜିତ ବର୍ତ୍ତମାନ ଅର୍ନ୍ତଜାତୀୟ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୦୩ ମସିହାରେ ବାନାର୍ଜୀ ଅବଦୁଲ ଲତିଫ ଜମିଲ ପର୍ଭୋଟି ଆକ୍ସନ ନାମକ ଏକ ଗବେଷଣା କେନ୍ଦ୍ର ନିର୍ମାଣ କରିଥିଲେ । ସେହି ଗବେଷଣା କେନ୍ଦ୍ର ଡଫ୍ଲୋ ଓ ମୁଲେନଥାନଙ୍କ ସହ ମିଶି ସେ ଚଳାଉଥିଲେ । 

ରୟାଲ ସ୍ୱଦେଶୀ ଏକାଡେମୀର କହିବା ଅନୁସାରେ ତିନି ଅର୍ଥନୀତିଜ୍ଞ ନିଜ ଗବେଷଣା ମାଧ୍ୟମରେ ଦର୍ଶାଇଛନ୍ତି ଯେ ଦାରିଦ୍ର୍ୟ ନାମକ ବ୍ୟାଧିକୁ ଛୋଟରୁ ଛୋଟ ସମସ୍ୟାର ସମାଧାନ ମାଧ୍ୟମରେ କମ କରାଯାଇପାରିବ ।

ଅଭିଜିତଙ୍କ ସହ ନୋବେଲ ପାଇଁ ମନୋନୀତ ହୋଇଥିବା ଏସ୍ଥର ଡଫ୍ଲୋଙ୍କ ଜନ୍ମ ୧୯୭୨ ମସିହାରେ । ଡଫ୍ଲୋ ଦ୍ୱିତୀୟ ମହିଳା ଯିଏ କି କମ୍ ବୟସରେ ଅର୍ଥନୀତିରେ ନୋବେଲ ପାଇବା ପାଇଁ ମନୋନୀତ ହୋଇଛନ୍ତି ।

ତେବେ ୨୦୧୯ ବର୍ଷ ପାଇଁ ସବୁ କ୍ଷେତ୍ରରେ ନୋବେଲ ଘୋଷଣା ହୋଇ ସାରିଛି । ରସାୟନିକ ବିଜ୍ଞାନରେ ତିନି ଜଣଙ୍କୁ, ମେଡିସିନ ବିଭାଗରେ ତିନି ଜଣଙ୍କୁ, ସାହିତ୍ୟରେ ଦୁଇ ଜଣଙ୍କୁ,  ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ଓ ନୋବେଲ ଶାନ୍ତି ପୁରସ୍କାର ପାଇଁ ଇଥିଓପିଆର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । 

ନୋବେଲ ପୁରସ୍କାର କ'ଣ ?

ବିଶ୍ୱର ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ ହୁଏ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ରାଶିର ମୂଲ୍ୟ ଭାରତୀୟ ମୁଦ୍ରାରେ ୭ କୋଟି ୨୩ ଲକ୍ଷ ୩୦ ହଜାର ୮୮୨ ଟଙ୍କା । ସ୍ୱଡେନର ସ୍ୱଦେଶୀ ଏକାଡେମୀରେ ଏହି ପୁରସ୍କାର ପ୍ରଦାନ କରିଥାଏ । କେବଳ ନୋବେଲ ଶାନ୍ତି ପୁରସ୍କାର ନରୱେ ଦେଶ ପକ୍ଷରୁ ପ୍ରଦାନ କରାଯାଇଥାଏ ।