Advertisement
Article Detail0/zeeodisha/odisha667678
Zee OdishaOther Newsମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ରୋଗୀଙ୍କ ନାମରେ ମାମଲା ରୁଜୁ

ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ରୋଗୀଙ୍କ ନାମରେ ମାମଲା ରୁଜୁ

କୋରୋନା ସଂକଟ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆସୁଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଖବର ଆସିଛି। ଏହି ମାମଲାରେ ଉକ୍ତ ମହିଳା ଡାକ୍ତର ଜଣକ  ଅନ୍ୟ ଜଣେ ରୋଗୀଙ୍କ ନାମରେ ମାମଲା ରୁଜୁ ହୋଇଛି।   ଘଟଣାଟି ଏହିପରି। ପୁଣେର ସସୁନ ଜେନେରାଲ ଡାକ୍

ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ରୋଗୀଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: କୋରୋନା ସଂକଟ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆସୁଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଖବର ଆସିଛି। ଏହି ମାମଲାରେ ଉକ୍ତ ମହିଳା ଡାକ୍ତର ଜଣକ  ଅନ୍ୟ ଜଣେ ରୋଗୀଙ୍କ ନାମରେ ମାମଲା ରୁଜୁ ହୋଇଛି।  

ଘଟଣାଟି ଏହିପରି। ପୁଣେର ସସୁନ ଜେନେରାଲ ଡାକ୍ତରଖାନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଡାକ୍ତରଖାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ତାଙ୍କ ଓ୍ୱାର୍ଡରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ ସେ ଆଜି ଜଣେ ରୋଗୀଙ୍କୁ ଦେଖିବାକୁ ତାଙ୍କ ଓ୍ୱାର୍ଡକୁ ଯାଇଥିଲେ। ମାତ୍ର ସେଠାରେ ଚିକିତ୍ସିତ ହେଉଥିବା ରୋଗୀ ତାଙ୍କୁ ଗୋଇଠା ମାରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଡାକ୍ତରଙ୍କ କହିବା ମୁତାବକ ଗୋଇଠା ମାରିଥିବା ରୋଗୀ ଜଣକ ସ୍ଥାନୀୟ କୋଁଢଓ୍ୱା ଅଞ୍ଚଳର ଭୀମ ଓମ ମଗର।  

ଉକ୍ତ ମହିଳା ଡାକ୍ତର ଜଣକ କହିଥିଲେ କି, ସେ ସସୁନ ଡାକ୍ତରଖାନାରେ ବିଗତ ତିନି ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି। ଏହି ଡାକ୍ତରଖାନାର ୧୩ ନମ୍ବର ଓ୍ୱାର୍ଡରେ ଭୀମ ନିମୋନିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କର ଚିକିତ୍ସା ମହିଳା ଡାକ୍ତର ଜଣକ ଚିକିତ୍ସା କରୁଥିଲେ। ତେବେ ଭୀମଙ୍କ ହାତରେ କ୍ୟାଥେଟର ଲଗାଯାଇଥିଲା। ଯାହାକୁ ବିଳମ୍ବିତ ରାତିରେ କାଢିବା ପାଇଁ ପ୍ରୟାସ ରାଯାଇଥିଲା।  

Add Zee News as a Preferred Source

ଓ୍ୱାର୍ଡ ବୟ ଓ ତାଲିମ ନେଉଥିବା ଡାକ୍ତରମାନେ ତାଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ। ମାତ୍ର ଅଭିଯୁକ୍ତ ରୋଗୀ ଜଣକ ବୁଝିବାକୁ ପ୍ରସ୍ତୁତ ନଥିଲା। ଅପରପାର୍ଶ୍ୱରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଗାଳିଗୁଲଜ କରିଥିଲେ। ମାଡ଼ ଖାଇଥିବା ମହିଳା ଡାକ୍ତର କହିଛନ୍ତି କି, ଯେତେବେଳେ ସେ ଭୀମଙ୍କୁ ବୁଝାଇବାକୁ ପ୍ରୟାସ କରୁଥିଲେ, ସେତେବେଳେ ଭୀମ ତାଙ୍କ ମୁହଁକୁ ଜୋରରେ ଏକ ଚଟକଣି ମାରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ଫଳରେ ସେ ତଳେ ପଡି ଯାଇଥିଲେ।  

ଏହି ଘଟଣାର ତଦନ୍ତ କରୁଥିବା ବୁନ୍ଦ ଗାର୍ଡନ ଥାନାର ପୋଲିସ ଅଧିକାରୀ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, ଡାକ୍ତରଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ରୋଗୀର ଚିକିତ୍ସା ଜାରି ରହିଛି। ଡାକ୍ତରଖାନାରୁ ରୋଗୀ ଛାଡ଼ ପାଇଲେ ତାଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ।

About the Author