ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ
Advertisement
Article Detail0/zeeodisha/odisha585828

ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

କାର୍ଯ୍ୟରତ ମହିଳା କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ  ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ  ସ୍ମିତାରାଣୀ। ସ୍ମିତାରାଣୀଙ୍କ ସ୍ୱାମୀ ତାଳଚେରରେ ଚାକିରୀ କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ଝିଅ ମଧ୍ୟ ରହିଛି। 

  • କାର୍ଯ୍ୟରତ ମହିଳା କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି
  • ସେ  ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି
  • ମୃତକଙ୍କ ନାଁ  ସ୍ମିତାରାଣୀ
  • ସ୍ମିତାରାଣୀଙ୍କ ସ୍ୱାମୀ ତାଳଚେରରେ ଚାକିରୀ କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ଝିଅ ମଧ୍ୟ ରହିଛି

Trending Photos

ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଯାଜପୁର: ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁରରେ କାର୍ଯ୍ୟରତ ମହିଳା କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ  ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ  ସ୍ମିତାରାଣୀ। 

ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଆଜି ଭତ୍ତା ବଣ୍ଟନ ଲାଗି ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟିଥିଲେ। ଖରାବେଳେ ସେ ଖାଇବାକୁ ସରପଞ୍ଚଙ୍କ ନିଜସ୍ଵ ଅଫିସ ଗୃହକୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ ଅଫିସ ଉପରମହଲାକୁ ଯାଇଥିଲେ। ହେଲେ ସେଠାରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା।

fallback

ସେ ବେକରେ ଓଡ଼ଣି ଲଗାଇ ଆତ୍ମହତ୍ୟା କରିଥିବା ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି। କାର୍ଯ୍ୟାଳୟର ଉପରମହଲାରୁ  ତାଙ୍କୁ  ଝୁଲନ୍ତା  ଅବସ୍ଥାରେ  ଦେଖି  ସଙ୍ଗେସଙ୍ଗେ  ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସ୍ମିତାରାଣୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ତଦନ୍ତ କରୁଛି ପୋଲିସ। ତେବେ ସ୍ମିତାରାଣୀଙ୍କ ସ୍ୱାମୀ ତାଳଚେରରେ ଚାକିରୀ କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ଝିଅ ମଧ୍ୟ ରହିଛି। 

;