)
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନା ସଂକଟ ଜାରି ରହିଛି। ଏହାରି ମଧ୍ୟରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ୧୨ ତାରିଖ ଠାରୁ ଦେଶରେ ଟ୍ରେନ ଚଳାଚଳ ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ଷ୍ଟେସନରେ ଜମା ହୋଇଛନ୍ତି ପ୍ରବାସୀମାନେ। ସେପଟେ କିନ୍ତୁ ମୁମ୍ବାଇ ରେଳଷ୍ଟେସନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା।
ମୁମ୍ବାଇର ଛତ୍ରପତି ରେଳଷ୍ଟେସନରେ ଜଣେ ମହିଳାଙ୍କୁ ପିପିଇ କିଟ ପିନ୍ଧିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମହିଳା ଜଣକଙ୍କ ନାମ ମମତା ଖତ୍ରୀ ବୋଲି ଜଣାପଡ଼ିଛି। ତେବେ ତାଙ୍କୁ ଜେରା ସମୟରେ ସେ ଅଜବ ଯୁକ୍ତି ବାଢିଥିଲେ। ନିଜର ଗର୍ଭବତୀ ଝିଅଙ୍କୁ ଦେଖିବାକୁ ସେ ଯାଉଥିବା ନେଇ ମମତା ସୂଚନା ଦେଇଥିଲେ।
ମମତା ଆହୁରି ମଧ୍ୟ କହିଥିଲେ କି, କୁରୁଗ୍ରାମରେ ତାଙ୍କ ଝିଅ ରହୁଛି। ତାଙ୍କୁ ଦେଖିବାକୁ ସେ ଯାଉଛନ୍ତି। ଏପରିକି ସେ ତାଙ୍କ ପିଲା କିପରି ସୁରକ୍ଷିତ ରହିବ ସେ ନେଇ ମମତା ସୁଚନା ଦେଇଥିଲେ। ରେଳଷ୍ଟେସନରେ ମମତା ପିପିଇ କିଟ ପହଞ୍ଚିବା ପରେ ସେଠାରେ ଏକ ଅଜବ ମାହୋଲ ସୃଷ୍ଟି ହୋଇଥିଲା।