close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୫୦ବର୍ଷୀୟ ମା'ଙ୍କ ପାଇଁ ବର ଖୋଜୁଛନ୍ତି ଝିଅ

ଝିଅ ନିଜ ୫୦ବର୍ଷୀୟ ମା ପାଇଁ ବର ଖୋଜିବାରେ ଲାଗିପଡିଛନ୍ତି । ବର ଖୋଜିବା ପାଇଁ ଟ୍ୱିଟର ପୃଷ୍ଠାରେ କିଛି ଏପରି ଲେଖିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । 

୫୦ବର୍ଷୀୟ ମା'ଙ୍କ ପାଇଁ ବର ଖୋଜୁଛନ୍ତି ଝିଅ
source: social media

ନୂଆଦିଲ୍ଲୀ: ମା'ବାପା ବିବାହ ଯୋଗ୍ୟ ସନ୍ତାନ ପାଇଁ  ବରକନ୍ୟା ଖୋଜିବା ଏକ ସ୍ୱାଭାବିକ କଥା । ଯଦି ସନ୍ତାନଟିଏ  ମା' ଅଥବା ବାପା ପାଇଁ ବରପାତ୍ର /ବରପାତ୍ରୀ ଖୋଜିବ ତେବେ କଥାଟି ଆପଣଙ୍କୁ ଅଜବ ଲାଗିପାରେ । କିନ୍ତୁ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଠି ଝିଅ ନିଜ ୫୦ବର୍ଷୀୟ ମା ପାଇଁ ବର ଖୋଜିବାରେ ଲାଗିପଡିଛନ୍ତି । ବର ଖୋଜିବା ପାଇଁ ଟ୍ୱିଟର ପୃଷ୍ଠାରେ କିଛି ଏପରି ଲେଖିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । 

ଆଇନ ଛାତ୍ରୀ ହେଉଛନ୍ତି  ଆସ୍ଥା ବର୍ମା । ସେ ନିଜ ମାଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି । ଟ୍ୱିଟରରେ ନିଜ ମାଙ୍କ ସହିତ ଫଟୋ ସେୟାର କରି  ବରପାତ୍ର  ପାଇଁ ଆବେଦନ କରିଛନ୍ତି । ଏଥିଲାଗି ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ସର୍ତ୍ତରେ ସେ ଚାହିଁଛନ୍ତି ବାପା ଶାକାହାରୀ ହୁଅନ୍ତୁ । ସେ ସମ୍ଭ୍ରାନ୍ତ ପରିବାରର ହୋଇଥାନ୍ତୁ । ମଦ କିମ୍ବା ଅନ୍ୟ କୌଣସି ଖରାପ ଅଭ୍ୟାସ ନଥାଉ । 
 

୩୧ ଅକ୍ଟୋବର ରାତି ୮ଟାରେ ଏହାକୁ ନେଇ ସେ ଟ୍ୱିଟ କରିଛନ୍ତି ।  ଟ୍ୱିଟ କରିବାର କିଛି ସମୟ ମାତ୍ରକେ ଏହା ଭାଇରଲ ହେବାକୁ ଲାଗିଥିଲା  । ଏହା  ୨୭ହଜାରରୁ ଅଧିକ ଲାଇକ୍‌ ଏବଂ ୫୩ ଶହରୁ ଅଧିକ ଲୋକେ ଏଥିରେ ନିଜର ମତ ରଖିଛନ୍ତି । କେହି କେହି ତାଙ୍କୁ ବିବାହ ପାଇଁ ପଞ୍ଜିକୃତ ଥିବା ସାଇଟ୍‌ରେ ଚେଷ୍ଟା କରିବା ଲାଗି କହିଛନ୍ତି । ଏହାର ଜବାବ ଦେଇ ଆସ୍ଥା ଲେଖିଛନ୍ତି, ଚେଷ୍ଟା କରି ବିଫଳ ହୋଇସାରିଛି।ଏହାପରେ ତାଙ୍କ ମା'ଙ୍କୁ ଖୁବ୍‌ଶୀଘ୍ର ଜୀବନସାଥୀ ମିଳିଯିବ ବୋଲି ଆଶା କରୁଥିବା ସମସ୍ତେ ପ୍ରକାଶ କରୁଛନ୍ତି ।