ସମ୍ବଲପୁରରେ ଅଘଟଣ
Trending Photos
)
ସମ୍ବଲପୁର: ଜିଲ୍ଲାର ସଦର ଥାନା ଅନ୍ତର୍ଗତ କୁଇଲତା-ନୂଆଁପାଲି ଗାଁରେ ନିଜ ଘର ଅଗଣାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାଵ ହୋଇଛି। ଆଜି ସକାଳେ ମହିଳା ଜଣଙ୍କର ମୃତଦେହକୁ ଦେଖି ତାଙ୍କର ଭାଇ ତଥା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ୪୦ ବର୍ଷିୟ ଜ୍ୟୋଷ୍ଣା ପ୍ରଧାନ।
ସେପଟେ ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସହାୟତା ପାଇଁ ସଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଛି। ଉଭୟ ପୋଲିସ ଓ ସାଇଣ୍ଟିଫିକ ଟିମ ବର୍ତ୍ତମାନ ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁସାରେ ଜ୍ୟୋଷ୍ଣାଙ୍କ ଭାଇ ସନାତନଙ୍କ ସହ ତାଙ୍କର ସବୁବେଳେ ଝଗଡା ଲାଗି ରହୁଥିଲା।
ତେଣୁ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ପରିବାରିକ କଳହ ଜନିତ ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି। ଏପଟେ ମୃତ ଜ୍ୟୋଷ୍ଣାଙ୍କ ବଡ଼ ଭାଇ ସନାତନଙ୍କ ପରିବାର ଲୋକ ବର୍ତ୍ତମାନ ଏଠି ନଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢ଼ୀଭୂତ ହେଉଛି। ତେବେ ଜ୍ୟୋଷ୍ଣାଙ୍କ ଭାଇ ଏ ନେଇ ସେ କିଛି ଜାଣିନଥିବା କହିଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।