ସ୍ୱାବଲମ୍ୱୀ ହୋଇପାରିଛନ୍ତି ଅପର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କରୁ ଋଣ ନେଇ ବସାଇଛନ୍ତି ମେସିନ
କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ବି.ଜମନକିରାର ଅପର୍ଣ୍ଣା ସ୍ୱୟଂସହାୟକ ଗୋଷ୍ଠୀ ଛତୁଆ ୟୁନିଟ ସ୍ଥାପନ କରି ବ୍ଲକ ରେ ନାଁ ଅର୍ଜନ କରିଛନ୍ତି
Trending Photos

କୁଚିଣ୍ଡା: କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ବି.ଜମନକିରାର ଅପର୍ଣ୍ଣା ସ୍ୱୟଂସହାୟକ ଗୋଷ୍ଠୀ ଛତୁଆ ୟୁନିଟ ସ୍ଥାପନ କରି ବ୍ଲକ ରେ ନାଁ ଅର୍ଜନ କରିଛନ୍ତି । ଛତୁଆ ସହିତ ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ୧୨ଟି ପଞ୍ଚାୟତ ର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଣ କରୁଛନ୍ତି । ମହିଳା ମାନେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତା ସହିତ ରାଜ୍ୟ ଓ ରାଜ୍ୟ ବାହାରୁ ସ୍ୱୟଂସହାୟକ ଗୋଷ୍ଠୀ ଆସି ପ୍ରଶଂସା କରିବା ସହିତ ପ୍ରେରଣା ନେଉଛନ୍ତି ।
ସ୍ୱାବଲମ୍ୱୀ ହୋଇପରିଛନ୍ତି ଅପର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ତିଆରି କରୁଛନ୍ତି ଛତୁଆ ଓ ଖାଦ୍ୟ । ବ୍ୟାଙ୍କରୁ ଋଣ ନେଇ ବସାଇଛନ୍ତି ମେସିନ । ଗୋଷ୍ଠୀର ଉନ୍ନତିମୂଳକ କାର୍ଯ୍ୟ ପାଇଁ ମିଳିଛି ପୁରସ୍କାର ।
୨୦୦୩ରେ ୧୨ଜଣ ମହିଳାଙ୍କୁ ନେଇ ରମିତା ଚୌଧୁରୀ ନିର୍ମାଣ କରିଥିଲେ ଏହି ଗୋଷ୍ଠୀ । ଗୋଷ୍ଠୀର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛି । ୨୦୧୩ରେ ଏହି ଗ୍ରୁପକୁ କୁଚିଣ୍ଡା ଶିଶୁ ବିକାଶ ମହିଳା ବିଭାଗ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁଙ୍କ ପାଇଁ ଖାଦ୍ୟ ପ୍ରଦାନ କରିବା ଦାୟିତ୍ୱ ମିଳିଥିଲା । ବ୍ୟାଙ୍କରୁ ଋଣ କରି ଗ୍ରୁପର ମହିଳା ମେସିନ ବସାଇ ଛତୁଆ, ସୁଜି ହାଲୁଆ, ବାଦାମ ଲଡୁ ତିଆରି କରୁଛନ୍ତି । ସେମାନଙ୍କ ଦ୍ୱରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରତ୍ୟେକ ମାସ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଛି । ଯାହା ଦ୍ୱାରା ଗୋଷ୍ଠୀର ମହିଳାଙ୍କ ଆର୍ଥିକସ୍ଥିତି ସ୍ବଚ୍ଛଳ ହୋଇପାରୁଛି ।
ଅପର୍ଣ୍ଣା ସ୍ୱୟଂସହାୟକ ଗୋଷ୍ଠୀ ନିର୍ମାଣ କରିଥିବା ଛତୁଆ ୟୁନିଟକୁ ଛତିଶଗଡ଼ ରାଜ୍ୟର ଜଶିପୁର ଜିଲ୍ଲାର ସ୍ୱୟଂସହାୟକ ମହିଳା ଦିଶାଦର୍ଶନ କାର୍ଯ୍ୟକ୍ରମରେ ଦେଖିବାକୁ ଆସିଥିଲେ । ଅପର୍ଣ୍ଣା ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ରମିତା ମହିଳାଙ୍କୁ ତାଙ୍କର ୟୁନିଟକୁ ବୁଲାଇ ଦେଖାଇଥିଲେ । ଆସିଥିବା ମହିଳା ମାନେ ୟୁନିଟ କୁ ଦେଖି ପ୍ରଶଂସା କରିଥିଲେଏ ।
More Stories