Advertisement
Article Detail0/zeeodisha/odisha663422
Zee OdishaOther Newsକୋରୋନା: ଛୁଆକୁ ମିଳିଲାନି ଡାକ୍ତରଖାନା

କୋରୋନା: ଛୁଆକୁ ମିଳିଲାନି ଡାକ୍ତରଖାନା

ଦେଶରେ ବର୍ତ୍ତମାନ କୋରୋନାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଥିରୁ ବର୍ତ୍ତିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ସମସ୍ତ ରୋଗୀଙ୍କ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ଜଣେ ମା  ତାର ୬ମା

କୋରୋନା: ଛୁଆକୁ ମିଳିଲାନି ଡାକ୍ତରଖାନା

ମୁମ୍ବାଇ: ଦେଶରେ ବର୍ତ୍ତମାନ କୋରୋନାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଥିରୁ ବର୍ତ୍ତିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ସମସ୍ତ ରୋଗୀଙ୍କ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ଜଣେ ମା  ତାର ୬ମାସ ଛୁଆ ପାଇଁ ତିନି ତିନିଟି ଡାକ୍ତରଖାନା ବୁଲି ହନ୍ତସନ୍ତ ହେବାକୁ ପଡ଼ିଛି। 

ଘଟଣା ହେଉଛି ମୁମ୍ବାଇର କଲ୍ୟାଣ ଅଞ୍ଚଳର। ଜଣେ ମହିଳା ତାର ୬ ମାସର ଶିଶୁ କୋରୋନା ପଜିଟିଭ ଆସିଥିବା ଜଣାପଡ଼ିଥିଲା। ଏପରିକି ତାହା ପୂର୍ବରୁ ଉକ୍ତ ମହିଳାଙ୍କ ଶ୍ୱଶୁର ଓ ସମ୍ପର୍କୀୟ ମଧ୍ୟ କୋରୋନା ଆକ୍ରାନ୍ତ ରହିଥିଲେ। ତେବେ ପିଲା କୋରୋନା ଆକ୍ରାନ୍ତ ରହିଥିବା ନେଇ ମୁମ୍ବାଇରେ ତିନି ତିନିଟି ଡାକ୍ତରଖାନା ବୁଲି ବାକୁ ପଡ଼ିଥିଲା ଉକ୍ତ ମହିଳାଙ୍କୁ। ତେବେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିଥିଲେ ଉକ୍ତ ମହିଳା। 

ଗଣମାଧ୍ୟମ ଆଗରେ ତାଙ୍କର ଦୁଃଖ ପ୍ରକାଶ କରିଥିଲେ ସେ। ଉକ୍ତ ମହିଳା କହିଥିଲେ କି, ମୋର ୬ ମାସର ପୁଅକୁ ଗୁରୁବାର ଜ୍ୱର ହୋଇଥିଲା। ମାତ୍ର ଶୁକ୍ରବାର ତାର ଅବସ୍ଥା ବିଗିଡ଼ି ଯାଇଥିଲା। ପ୍ରଥମେ ମୁଁ ଶାସ୍ତ୍ରୀନଗର ଡାକ୍ତରଖାନା ଯାଇଥିଲି। ମାତ୍ର ସେଠାରେ କୌଣସି ସୁବିଧା ନଥିବା ଦର୍ଶାଇ ସେଠାରୁ ମୋତେ ଫେରାଇ ଦିଆଯାଇଥିଲା। ତେବେ ବହୁ ଅନୁରୋଧ ପରେ ନଗରପାଳିକା ଡାକ୍ତରଖାନାର ଏକ ଆମ୍ବୁଲାନ୍ସ ଜରିଆରେ ଏମଆରସିସି ଡାକ୍ତରଖାନା ମଧ୍ୟ ଯାଇଥିଲୁ। ସେଠାରେ ମଧ୍ୟ ମୋତେ ନିରାଶ ହେବାକୁ ପଡ଼ିଥିଲା। 

Add Zee News as a Preferred Source

ଉକ୍ତ ମହିଳା ଆହୁରି ମଧ୍ୟ କହିଥିଲେ କି, ଡାକ୍ତରଖାନା କର୍ତ୍ତୃପକ୍ଷ ଏହି କୋରୋନାର ଚିକିତ୍ସା କରିବା ପାଇଁ ସକ୍ଷମ ନୁହେଁ। ବରଂ ତାଙ୍କୁ କସ୍ତୁରବା ଡାକ୍ତରଖାନାରେ ଭର୍ତ୍ତି କରିବାକୁ ହେବ ବୋଲି ଉକ୍ତ ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର ବହୁ ଅନୁରୋଧ ପରେ ପରାମର୍ଶ ଦେଇଥିଲେ ବୋଲି ଉକ୍ତ ମହିଳା ସୂଚନା ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ଏହା କୌଣସି ଦୁଃସ୍ୱପ୍ନ ଠାରୁ କିଛି କମ ନଥିଲା। ମୁଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲୁଥିଲି। ଏହାରି ମଧ୍ୟ ମୋ ପୁଅର ତାପମାତ୍ରା ମଧ୍ୟ ଧିରେ ଧିରେ ବଢିବାରେ ଲାଗିଥିଲା ବୋଲି ସେ କହିଥିଲେ। 

ତେବେ ଉକ୍ତ ମହିଳା ଯେତେବେଳେ କସ୍ତୁରବା ଡାକ୍ତରଖାନାରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ପୁଅର ତାପମାତ୍ରା ଢେର ଅଧିକ ରହିଥିଲା। ମହିଳାଜଣକ ବିଚଳିତ ହୋଇ ଏଣେତେଣେ ଧାଁ ଦୌଡ଼ କରିଥିଲେ। ମାତ୍ର ତାଙ୍କ ଉପରେ କେହି ଧ୍ୟାନ ଦେଇ ନଥିବା ମହିଳା ଜଣକ ପ୍ରକାଶ କରିଥିଲେ। ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟା ବିଭାଗର ହସ୍ତକ୍ଷେପ ପରେ ତାଙ୍କୁ କସ୍ତୁରବା ଡାକ୍ତରଖାନାରେ  ଦାଖଲ ହୋଇଥିଲେ। ବର୍ତ୍ତମାନ ସମୟରେ ଉକ୍ତ ମହିଳାଙ୍କ ସମ୍ପୂର୍ଣ୍ଣ ପରିବାର କସ୍ତୁରବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 

About the Author