Advertisement
Article Detail0/zeeodisha/odisha679550
Zee OdishaOther Newsଏଣିକି ୧୨ ଶହ ପରିବର୍ତ୍ତେ ୧୭୦୦ ଯାତ୍ରୀ, ୩ଟି ରହଣୀ

ଏଣିକି ୧୨ ଶହ ପରିବର୍ତ୍ତେ ୧୭୦୦ ଯାତ୍ରୀ, ୩ଟି ରହଣୀ

ଲକଡାଉନ ସମୟରେ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରେଳ ବିଭାଗ ସହାୟତା ଯୋଗାଇ ଦେଉଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ସ୍ୱତନ୍ତ୍ର ଏକ୍ସପ୍ରେସ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ତେବେ ଏହି ଟ୍ରେନ ଗୁଡ଼ିକ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ନିୟମ ଆଣିଛନ୍ତି।   ନୂଆ ଗାଇଡ଼ଲାଇନ ଅ

ଏଣିକି ୧୨ ଶହ ପରିବର୍ତ୍ତେ ୧୭୦୦ ଯାତ୍ରୀ, ୩ଟି ରହଣୀ

ନୂଆଦିଲ୍ଲୀ: ଲକଡାଉନ ସମୟରେ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରେଳ ବିଭାଗ ସହାୟତା ଯୋଗାଇ ଦେଉଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ସ୍ୱତନ୍ତ୍ର ଏକ୍ସପ୍ରେସ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ତେବେ ଏହି ଟ୍ରେନ ଗୁଡ଼ିକ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ନିୟମ ଆଣିଛନ୍ତି।  

ନୂଆ ଗାଇଡ଼ଲାଇନ ଅନୁଯାୟୀ ଏଣିକି ଟ୍ରେନରେ ୧୨ ଶହ ପରିବର୍ତ୍ତେ ୧୭ ଶହ ଶ୍ରମିକଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ ଗୁଡିକ ଯାତ୍ରା ଆରମ୍ଭ କରିବ। ଏହି ଗାଡ଼ି ଗୁଡ଼ିକ ତିନୋଟି ସ୍ୱତନ୍ତ୍ର ସ୍ଥାନରେ ରହିବ ବୋଲି ନୂଆ ଗାଇଡ଼ ଲାଇନରେ କୁହାଯାଇଛି। ସେହିପରି ରାଜ୍ୟ ସରକାର ଟ୍ରେନ ଚଳାଚଳ ନେଇ ଅନୁମତି ମାଗିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ପ୍ରବାସୀ ଶ୍ରମିକମାନେ ବହୁ କଷ୍ଟ ସ୍ୱିକାର ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ଫେରୁଛନ୍ତି। ବିଭିନ୍ନ ସମସ୍ୟା କାରଣରୁ ସେମାନଙ୍କୁ ମୃତ୍ୟୁ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି।  

ସେହିପରି ରେଳବାଇ କହିଛି ଯେ, ଶ୍ରମିକ ଦିବସ ପରଠାରୁ ପ୍ରାୟ ୩୬୬ଟି ଟ୍ରେନ ପାଖାପାଖି ୪ ଲକ୍ଷ ଶ୍ରମିକ ମାନଙ୍କୁ ନେଇ ବିଭିନ୍ନ ରାଜ୍ୟକୁ ଯାତ୍ରା କରିଛି। କେନ୍ଦ୍ର ସରକାର ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଅନୁମତି ଦେବା ପରେ ମଧ୍ୟ ଶ୍ରମିକମାନେ ସେମାନଙ୍କ ନିଜ ଗାଡ଼ି ଯୋଗେ ଘରକୁ ଫେରୁଥିବା ଦେଖିବାକୁ ମିଳିଛ। ଏପରିକି ଲୋକମାନେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଫେରୁଥିବା ଦେଖିବାକୁ ମିଳିଛି।  

Add Zee News as a Preferred Source

ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି କି, ରାଜ୍ୟ ଗୁଡିକ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ନିଜ ରାଜ୍ୟରେ ଚଳାଚଳ ପାଇଁ ଅନୁମତି ପ୍ରଦାନ କରନ୍ତୁ। କାରଣ ଏହି ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ନିଜ ଘରେ ଖୁବ କମ ସମୟ ମଧ୍ୟରେ ସହଜରେ ପହଞ୍ଚି ପାରିବେ ବୋଲି ସେ ସୂଚନା ଦେଇଛନ୍ତି।  

ସେ ଟ୍ୱିଟ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ବିଗତ ୬ ଦିନରୁ ଅପେକ୍ଷା କରି ରହିଛନ୍ତି। ମାତ୍ର ରାଜ୍ୟ ସରକାର ଏନେଇ କୌଣସି ସୂଚନା ଦେଉନାହାନ୍ତି। ରାଜ୍ୟ ଗୁଡ଼ିକ ଅନୁମତି ଦେଲେ ସେମାନଙ୍କ ରାଜ୍ୟର ଶ୍ରମିକ ମାନଙ୍କୁ ନେବା ତଥା ଆଣିବା ବ୍ୟବସ୍ଥା କରିବେ ବୋଲି ଗୋଏଲ ସୂଚନା ଦେଇଛନ୍ତି।  

About the Author