କୋରୋନାକୁ ନେଇ ଚାଞ୍ଚଲ୍ୟକର ସୂଚନା ଦେଲା ଓ୍ୱାର୍ଲଡ ବ୍ୟାଙ୍କ
Advertisement

କୋରୋନାକୁ ନେଇ ଚାଞ୍ଚଲ୍ୟକର ସୂଚନା ଦେଲା ଓ୍ୱାର୍ଲଡ ବ୍ୟାଙ୍କ

ଦୁର୍ବଳ ହେବ ଅର୍ଥନୀତି

 କୋରୋନାକୁ ନେଇ ଚାଞ୍ଚଲ୍ୟକର ସୂଚନା ଦେଲା ଓ୍ୱାର୍ଲଡ ବ୍ୟାଙ୍କ

ନୂଆଦିଲ୍ଲୀ: କୋରୋନାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖବର ଦେଇଛି ବିଶ୍ୱ ବ୍ୟାଙ୍କ ବା ଓ୍ୱାର୍ଲଡ ବ୍ୟାଙ୍କ। ଓ୍ୱାର୍ଲଡ ବ୍ୟାଙ୍କ କହିଛି ଏହି କୋରୋନା ମହାମାରୀ ପାଇଁ ଚୀନ ତଥା ପୂର୍ବ ଏସିୟ ରାଷ୍ଟ୍ର ଗୁଡ଼ିକରେ ଆର୍ଥିକ ସମସ୍ୟା ଗୁରୁତର ଭାବେ ଦେଖା ଦେବ। ଏହା ସହିତ କୋଟି କୋଟି ଲୋକ ଅର୍ଥ ସଂକଟର ସମ୍ମୁଖିନ ହେବେ ବୋଲି ଓ୍ୱାର୍ଲଡ ବ୍ୟାଙ୍କ କହିଛି। 

ବ୍ୟାଙ୍କ ପକ୍ଷରୁ ସୋମବାର ଏକ ରିପୋର୍ଟରେ ମାଧ୍ୟମରେ ଏହି ସୂଚନା ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ବିକାଶର ଗତି ୨।୧ ପ୍ରତିଶତ ହୋଇପାରେ। ଗତବର୍ଷ ତୁଳନାରେ ଏହା ଯଥେଷ୍ଟ କମ। ୨୦୧୯ ବର୍ଷରେ ଏହା ୫।୮ ପ୍ରତିଶତ ରହିଥିଲା।

ବ୍ୟାଙ୍କ ଅନୁମାନ କରିଛି ଯେ, ୧।୧ କୋଟିରୁ ଊର୍ଦ୍ଧ୍ୱ ଲୋକ ଗରିବୀର ପରିସୀମା ମଧ୍ୟକୁ ଠେଲି ହୋଇଯିବେ। ତେବେ ବ୍ୟାଙ୍କ ବର୍ତ୍ତମାନ କରିଥିବା ଅନୁମାନ ପୂର୍ବରୁ ଯେଉଁ ଅନୁମାନ କରିଥିଲା, ତାହାର ସମ୍ପୂର୍ଣ୍ଣ ଭିନ୍ନ ରହିଛି। ପୂର୍ବରୁ ବ୍ୟାଙ୍କ କହିଥିଲା କି, ଚଳିତ ବର୍ଷ ପର୍ଯ୍ୟାପ୍ତ ପରିମାଣର ବିକାଶ ହେବ। ପାଖାପାଖି ୩।୫ କୋଟି ଲୋକ ଗରିବୀର ସୀମାରେଖା ଉପରକୁ ଚାଲି ଆସିବେ। 

ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଚୀନର ବିକାଶରେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଗୁରୁତର ହେବ। ଚଳିତ ବର୍ଷ ଏହା ୬।୧ ପ୍ରତିଶତରୁ ଖସି ଆସି ୨।3 ପ୍ରତିଶତରେ ରହିଯିବ ବୋଲି ଉକ୍ତ ରିପୋର୍ଟରେ ଓ୍ୱାର୍ଲଡ ବ୍ୟାଙ୍କ ସୂଚନା ଦେଇଛି।