Advertisement
Article Detail0/zeeodisha/odisha666000
Zee OdishaOther Newsକୋରୋନା ମାଡ଼ରେ ଭୁଶୁଡ଼ିଛି ଅର୍ଥ ବ୍ୟବସ୍ଥା, ୧୭୦ଟି ରାଷ୍ଟ୍ରରେ କମିବ ଆୟ

କୋରୋନା ମାଡ଼ରେ ଭୁଶୁଡ଼ିଛି ଅର୍ଥ ବ୍ୟବସ୍ଥା, ୧୭୦ଟି ରାଷ୍ଟ୍ରରେ କମିବ ଆୟ

କୋରୋନା ମାଡ଼ରେ ଆର୍ଥିକ ବ୍ୟବସ୍ଥାରେ ଦେଖାଦେଇଛି ମାନ୍ଦାବସ୍ଥା। ୧୯୩୦ ମସିହା ପରେ ଏହି ବର୍ଷ ଅର୍ଥ ବ୍ୟବସ୍ଥା ଘୋର ସଂକଟର ସମ୍ମୁଖିନ ହେବାକୁ ଯାଉଛି। ଦ୍ରୁତ ବେଗରେ ବିଶ୍ୱ ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ। କୋରୋନା ପ୍ରଭାବରେ ସମଗ୍ର ବିଶ୍ୱରେ ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରରେ ଲୋକମାନଙ୍କର ଆୟ କମିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ

କୋରୋନା ମାଡ଼ରେ ଭୁଶୁଡ଼ିଛି ଅର୍ଥ ବ୍ୟବସ୍ଥା, ୧୭୦ଟି ରାଷ୍ଟ୍ରରେ କମିବ ଆୟ

ନୂଆଦିଲ୍ଲୀ: କୋରୋନା ମାଡ଼ରେ ଆର୍ଥିକ ବ୍ୟବସ୍ଥାରେ ଦେଖାଦେଇଛି ମାନ୍ଦାବସ୍ଥା। ୧୯୩୦ ମସିହା ପରେ ଏହି ବର୍ଷ ଅର୍ଥ ବ୍ୟବସ୍ଥା ଘୋର ସଂକଟର ସମ୍ମୁଖିନ ହେବାକୁ ଯାଉଛି। ଦ୍ରୁତ ବେଗରେ ବିଶ୍ୱ ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ। କୋରୋନା ପ୍ରଭାବରେ ସମଗ୍ର ବିଶ୍ୱରେ ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରରେ ଲୋକମାନଙ୍କର ଆୟ କମିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମଏଫର ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜାର୍ୱିୱା।  

ସେ କହିଛନ୍ତି କି, ବୈଶ୍ୱିକ ବିକାଶ ଚଳିତ ୨୦୨୦ ବର୍ଷରେ ବ୍ୟାପକ ଭାବେ ହ୍ରାସ ପାଇବ। ଯଦିଓ ଏହା ପୂର୍ବରୁ ସ୍ପଷ୍ଟ ରହିଛି, ତଥାପି ବିକାଶ କ୍ଷେତ୍ରରେ ବେଶ ପ୍ରଭାବିତ ହେବ ବିଶ୍ୱ। ଯାହାର ସ୍ଥିତି ଆଗାମୀ ସପ୍ତାହରେ ବିଶ୍ୱ ଆର୍ଥିକ ଆଉଟ ଲୁକରେ ଦେଖିବାକୁ ମିଳିବ। ବାସ୍ତବ କ୍ଷେତ୍ରରେ ଆମେମାନେ ବହୁତ ବଡ଼ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ଯାଉଛେ ବୋଲି ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଛନ୍ତି କି, ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥାର ସୁଧାର ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ କହିହେଉନାହିଁ। ଏହା ସୁଧାର ଆସିବା ବେଳକୁ ମାସାଧିକ କାଳ ସମୟ ଲାଗିବ ବୋଲି ସେ କହିଛନ୍ତି। ବିଗତ ତିନି ମାସ ହିଁ ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ରଖିଦେଇଛି। ଆମର ଅନୁମାନ ରହିଥିଲା କି ୧୬୦ ଦେଶର ନାଗରିକଙ୍କ ଆୟରେ ବୃଦ୍ଧି ଘଟିବ। ମାତ୍ର ବିଶ୍ୱର ଏହି ସ୍ଥିତି ପରେ ସମଗ୍ର ବିଶ୍ୱର ଆୟ ଉପରେ କୋରୋନା ମାଡ଼ ପରେ ୧୭୦ଟି ରାଷ୍ଟ୍ରର ଲୋକମାନଙ୍କ ଆୟ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।  

Add Zee News as a Preferred Source

 

About the Author