Advertisement
Article Detail0/zeeodisha/odisha664685
Zee OdishaOther Newsକେବଳ ମାସ୍କ ପିନ୍ଧିଦେଲେ କୋରୋନାକୁ ମାତ୍ ଦେଇହେବନି: WHO

କେବଳ ମାସ୍କ ପିନ୍ଧିଦେଲେ କୋରୋନାକୁ ମାତ୍ ଦେଇହେବନି: WHO

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗ୍ରେବ୍ୟୁରେସସ ଏଭଳି ବୟାନ ରଖିଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଜେନେଭା: କେବଳ ମାସ୍କ ପିନ୍ଧିଦେଲେ କୋରୋନାକୁ ମାତ୍ ଦେଇ ହେବନି । ଏହାସତ ଯେ ମାସ୍କ ଏକ ବ୍ୟକ୍ତିଗତ ସୁରକ୍ଷା ଉପକରଣ । କିନ୍ତୁ ମାସ୍କ କୋରୋନା ଲଢ଼େଇ ପାଇଁ ଯଥେଷ୍ଟ ନୁହେଁ । କେବଳ ମାସ୍କ ପିନ୍ଧିବା ଦ୍ୱାରା  COVID-19  ମହାମାରୀକୁ ରୋକାଯାଇପାରିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗ୍ରେବ୍ୟୁରେସସ ଏଭଳି ବୟାନ ରଖିଛନ୍ତି । 

ସୋମବାର ଏକ ଭିଡିଓ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମାସ୍କକୁ କେବଳ ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହାର କରାଯାଇପାରିବ । କିନ୍ତୁ ଏହା କୌଣସି ସମାଧାନର ରାସ୍ତା ନୁହେଁ । କେବଳ ମାସ୍କ ପିନ୍ଧିଦେଲେ COVID-19 ମହାମାରୀକୁ ଆମେ ରୋକି ପାରିବା ନାହିଁ । ଯେତେବେଳେ ସମଗ୍ର ବିଶ୍ୱରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦ ହଜାର ପାାର୍ ହୋଇସାରିଛି, ସେତେବେଳେ WHO ମହାନିର୍ଦ୍ଦେଶକଙ୍କ ଏ ବୟାନ ବେଶ୍ ଗୁରୁତ୍ୱବହନ କରୁଛି । ବିକଳ୍ପ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । 

Add Zee News as a Preferred Source
About the Author