୨୦୨୦ ମସିହାର ପାୱାରଫୁଲ ଭିସା ଲିଷ୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?
Advertisement

୨୦୨୦ ମସିହାର ପାୱାରଫୁଲ ଭିସା ଲିଷ୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ଦୁନିଆରେ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଭିସା(VISA)ର ଆବଶ୍ୟକତା ପଡ଼ିଥାଏ ।

୨୦୨୦ ମସିହାର ପାୱାରଫୁଲ ଭିସା ଲିଷ୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ବର :  ଦୁନିଆରେ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଭିସା(VISA)ର ଆବଶ୍ୟକତା ପଡ଼ିଥାଏ । Henley Passport ଦୁନିଆର ସବୁଠୁ ପ୍ରଭାବଶାଳୀ Passportର ଲିଷ୍ଟ ଜାରି କରିଛି । କେଉଁ Passportରେ କେତେ ଦେଶରେ Visa ଫ୍ରି ଏଣ୍ଟ୍ରି ବା ଭିସା ଅନଲାଇନ୍ ଏରାଇଭାଲ୍ ମିଳିଥାଏ, ଏହି ଆଧାରରେ Ranking ଜାରି କରାଯାଇଥାଏ । ସବୁଠୁ ବେଶୀ ଜାପାନର ପାସପୋର୍ଟଧାରୀଙ୍କୁ ବିଭିନ୍ନ ଦେଶରେ ଏଣ୍ଟ୍ରିର ସୁଯୋଗ ମିଳିଥାଏ ।

ଯଦି ଆପଣଙ୍କ ପାଖରେ ଜାପାନ ପାସପୋର୍ଟ ଥାଏ, ତେବେ ଦୁନିଆର ୧୯୧ଟି ଦେଶରେ ଭିସା ଫ୍ରି ଏଣ୍ଟ୍ରି ବା ଅନ୍ Arrival ଏଣ୍ଟ୍ରି  ଦିଆଯାଇଥାଏ । ଏହି ଲିଷ୍ଟରେ ଏସିଆ ପ୍ରଥମରେ। ସିଙ୍ଗାପୁର ୧୯୦ସ୍କୋର ସହିତ ଦ୍ବିତୀୟ ସ୍ଥାନରେ। ଦକ୍ଷିଣ କୋରିଆ ଓ ଜର୍ମାନୀ ୧୮୯ ସ୍କୋରର ସହିତ ତୃତୀୟ ( ଉଭୟ ରାଷ୍ଟ୍ର)ସ୍ଥାନରେ ରହିଛନ୍ତି । ୟୁରୋପୀୟ ଦେଶ ଗୁଡ଼ିକ ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିଛନ୍ତି।ଫିନଲ୍ୟାଣ୍ଡ ଓ ସ୍ପେନ୍ ୪ ନମ୍ବରରେ ଅଛନ୍ତି ।  Luxembourg ଓ ସ୍ପେନ୍ ୪ର୍ଥ ସ୍ଥାନରେ ।  ୫ମରେ ଡେନମାର୍କ , ସ୍ବିଡେନ ଓ ଫ୍ରାନ୍ସ ୬ଷ୍ଠ ସ୍ଥାନରେ ।

ଆମେରିକା ଓ ୟୁକେର Ranking ହ୍ରାସ ପାଇଛି। ଉଭୟ ସଂଯୁକ୍ତ ଭାବେ ୮ମ ସ୍ଥାନରେ ଅଛନ୍ତି ।  ଯେତେବେଳେ  କି ୫ ବର୍ଷ ପୂର୍ବେ ୨୦୧୫ରେ ଏହି ଦେଶ ପ୍ରଥମ ସ୍ଥାନରେ ରହିଥିଲେ। BREXITକୁ ନେଇ ଆରମ୍ଭ ହୋଇଥିବା ଆଶଙ୍କା  ଏହାର କାରଣ । ସବୁଠୁ ବଡ଼ କଥା ହେଉଛିବ ୨୦୨୦ମସିହା Passport Rankingରେ ୮୪ତମ  ସ୍ଥାନରେ ଅଛି ଭାରତ। ପୂର୍ବରୁ ଭାରତର ସ୍ଥାନ ୨ୟ ସ୍ଥାନରେ ଥିଲା । ଆୟରଲ୍ୟାଣ୍ଡ ୭ମ ସ୍ଥାନରେ ରହିଛି। ୨୦୧୯ରେ ରେକର୍ଡ଼ସ୍ତରରେ ୯୦୦,୦୦୦ ଆୟରିସ Passport ଜାରି କରାଯାଇଥିଲା ।

ବିଗତ ଦଶକ ଭିତରେ ସବୁଠୁ ଅଧିକ ଭିସା ମିଳିଛି UAEକୁ। ୟୁଏଇ ଅଷ୍ଟାଦଶ ସ୍ଥାନରେ ପହଞ୍ଚିଛି। ୟୁଏଇକୁ ୧୭୧ ସ୍କୋର ମିଳିଛି । ଆଫଗାନିସ୍ଥାନ୍ ତୁଳନାରେ ଜାପାନ Passport ଧାରିଙ୍କୁ ୧୬୫ ଦେଶରେ  ଅଧିକ ଏଣ୍ଟ୍ରି ମିଳିଛି । ଆଫଗାନିସ୍ଥାନର Passport ଦୁନିଆର ସବୁଠୁ ଦୁର୍ବଳ Passport ଅଟେ ।  ଏଠାକାର Passportଧାରୀଙ୍କୁ କେବଳ ୨୬ଟି ଦେଶ ପାଇଁ ଭିସା ଫ୍ରି ବା ଭିସା ଅନ ଏରାଇଭାଲ୍ ଏଣ୍ଟ୍ରି ମିଳିଥାଏ।