close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମାର୍କେଟକୁ ଆସିବ ସାଓମିର ଏହି ଦମଦାର ଫୋନ; ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଚାଇନାର ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ସାଓମି ପୂର୍ବରୁ ନୋଟ ୮ ସିରିଜ (Redmi Note 8) ଲଞ୍ଚ କରିଥିଲା । ଏବେ କମ୍ପାନୀ ପକ୍ଷରୁ Mi Note 10 ଲଞ୍ଚ କରିବାକୁ ପ୍ରସ୍ତୁତି ଜାରି ରହିଛି । ଏବେ ଏହି ସ୍ମାର୍ଟ ଫୋନ ଚୀନ ବଜାରରେ ଲଞ୍ଚ କରିବାକୁ ଆଶା ରଖିଛି କମ୍ପାନୀ । ସାଓମି ପକ୍ଷରୁ ଏହି ଫୋନର ପ୍ରଥମ ଟିଜର ଲଞ୍ଚକରାଯାଇଛି । 

ମାର୍କେଟକୁ ଆସିବ ସାଓମିର ଏହି ଦମଦାର ଫୋନ; ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ
source: social media

ସୁଚିତ୍ରା ସେଣ୍ଡ୍, ନୂଆଦିଲ୍ଲୀ: ଆଜିର ଦିନରେ ସମସ୍ତେ ନୂଆ ନୂଆ ମଡେଲର ସ୍ମାର୍ଟ ଫୋନ ଧରିବାକୁ ପସନ୍ଦ କରୁଛନ୍ତି । ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଫୋନ ତିଆରି କରୁଥିବା କମ୍ପାନୀ ମାନେ ମଧ୍ୟ ସବୁବେଳେ ନୂଆ ନୂଆ ମଡେଲର ଫୋନକୁ ମାର୍କେଟକୁ ଛାଡୁଛନ୍ତି । ଏସବୁ ଭିତରେ ସବୁବେଳେ ଆଗରେ ଅଛି  ଚାଇନା । ଚାଇନାର ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ସାଓମୀ (Xiaomi) ପୂର୍ବରୁ ନୋଟ 8 ସିରିଜ (Redmi Note 8) ଲଞ୍ଚ କରିଥିଲା । ଏବେ କମ୍ପାନୀ ପକ୍ଷରୁ ଏମଆଇ ନୋଟ ୧୦ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । 

ଚାଇନାର ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ସାଓମି ପୂର୍ବରୁ ନୋଟ ୮ ସିରିଜ (Redmi Note 8) ଲଞ୍ଚ କରିଥିଲା । ଏବେ କମ୍ପାନୀ ପକ୍ଷରୁ Mi Note 10 ଲଞ୍ଚ କରିବାକୁ ପ୍ରସ୍ତୁତି ଜାରି ରହିଛି । ଏବେ ଏହି ସ୍ମାର୍ଟ ଫୋନ ଚୀନ ବଜାରରେ ଲଞ୍ଚ କରିବାକୁ ଆଶା ରଖିଛି କମ୍ପାନୀ । ସାଓମି ପକ୍ଷରୁ ଏହି ଫୋନର ପ୍ରଥମ ଟିଜର ଲଞ୍ଚକରାଯାଇଛି । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ ।  

- ଏହି ସ୍ମାର୍ଟ ଫୋନର ମୁଖ୍ୟ ଫିଚର ହେଉଛି ଏହା ଦୁନିଆର ପ୍ରଥମ ୧୦୮ ଏମପି ଫଟୋ କ୍ୟାମେରା ଫୋନ । କମ୍ପାନୀ ପକ୍ଷରୁ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଫୋନର ଟିଜର ପୋଷ୍ଟ କରାଯାଇଛି । ଏହି ସ୍ମାର୍ଟ ଫୋନଟି ଦୁନିଆର ପ୍ରଥମ  ୧୦୮ ଏମପି  କ୍ୟାମେରା ସେଟଅପ ଥିବା ଫୋନ । 

- ନିକଟରେ ସାଓମିର Mi CC9 ସ୍ମାର୍ଟ ଫୋନରେ ମଧ୍ୟ ଏହି ଭଳି କିଛି ଫଟୋ କ୍ୟାମେରା ସେଟଅପ ଦିଆଯାଇଥିଲା । ଏହି ଫୋନର ଟିଜରକୁ ମଧ୍ୟ କମ୍ପାନୀ ନିକଟରେ ନିଜର ୱିବୋ ଆକାଉଣ୍ଟରେ ସେୟାର କରିଥିଲା  ।

- Mi CC9 ପ୍ରୋ ରେ ୧୦୮ ମେଗାଫିକ୍ସଲର କ୍ୟାମେରା ସାଓମିର Mi MIX Alpha ସ୍ମାର୍ଟ ଫୋନ ଆସୁଛି । ୧୦୮ ମେଗାଫିକ୍ସଲର କ୍ୟାମେରାର ପ୍ରାଇମେରୀ କ୍ୟାମେରା ବ୍ୟତୀତ ଏଥିରେ ୧୩ ମେଗାଫିକ୍ସଲ ୱାଇଡ ଏଙ୍ଗଲ ଲେନ୍ସ ଓ ୮ ମେଗାଫିକ୍ସଲ ଟେଲି ଫଟୋ ଲେନ୍ସ ରହିଛି ।