ଟୁକଡ଼େ ଗ୍ୟାଙ୍ଗର ଦୁଇ ସଦସ୍ୟ ଭାରତ ପାଇଁ ବିପଦ: ଯଶୋବନ୍ତ ସିହ୍ନା
Advertisement

ଟୁକଡ଼େ ଗ୍ୟାଙ୍ଗର ଦୁଇ ସଦସ୍ୟ ଭାରତ ପାଇଁ ବିପଦ: ଯଶୋବନ୍ତ ସିହ୍ନା

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି 

ଟୁକଡ଼େ ଗ୍ୟାଙ୍ଗର ଦୁଇ ସଦସ୍ୟ ଭାରତ ପାଇଁ ବିପଦ: ଯଶୋବନ୍ତ ସିହ୍ନା

ନୂଆଦିଲ୍ଲୀ: ଟୁକଡ଼େ ଗ୍ୟାଙ୍ଗକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ବେଶ ମହଙ୍ଗା ପଡ଼ିଛି । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଏହି ଟୁକଡ଼େ ଗ୍ୟାଙ୍ଗରେ ମାତ୍ର ଦୁଇ ଜଣ ଲୋକ ରହିଛନ୍ତି । ଜଣେ ଦୁର୍ଯ୍ୟୋଧନ ଓ ଅନ୍ୟ ଜଣେ ଦୁଃଶାସନ । ଏହି ଦୁଇ ଜଣ ଏବେ ବିଜେପିରେ ରହିଛନ୍ତି । ଏମାନଙ୍କୁ ସତର୍କ ରୁହ ବୋଲି ସେ କହିଛନ୍ତି । ଏଠାରେ କହିରଖୁଛୁ ଯେ, ଯଶୋବନ୍ତ ସିହ୍ନା ଅଟଳ ବିହାର ବାଜପାୟୀଙ୍କ ସରକାରରେ ଅର୍ଥ ଏବଂ ବୈଦେଶିକ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । 

ସୂଚନାଯୋଗ୍ୟ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ କି, ଦିଲ୍ଲୀରେ ଅଶାନ୍ତି ସୃଷ୍ଟି କରିବା, ହିଂସା ଘଟାଇବା ପାଇଁ କିଛି ଟୁକଡ଼େ ଗ୍ୟାଙ୍ଗର ହାତ ରହିଛି । ବର୍ତ୍ତମାନ ସମୟ ଆସିଛି ସେମାନଙ୍କୁ ଦଣ୍ଡ ଦେବା ପାଇଁ । ଦିଲ୍ଲୀବାସିନ୍ଦା ସେମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡ ଦେବେ ବୋଲି ଶ୍ରୀ ଶାହା କହିଥିଲେ । 

 

ଅମିତ ଶାହା ଦିଲ୍ଲୀର କଡକଡଡୁମାରେ ଡିଡିଏ ଇଷ୍ଟ ଦିଲ୍ଲୀ ହବର ଉଦଘାଟନ କରିବା ସମୟରେ ସେ ଏହା କହିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ମଧ୍ୟ ବେଶ କଡ଼ା ସମାଲୋଚନା କରିଥିଲେ ସେ । ଶ୍ରୀ ଶାହା କହିଥିଲେ କି, କେଜରିଓ୍ୱାଲ ମୁଖ୍ୟମନ୍ତ୍ରୀ ହେବାର 60 ମାସ ବିତିବାକୁ ବସିଲାଣି । ମାତ୍ର ସେ ଦେଇଥିବା ପ୍ରସ୍ତାବକୁ ଆଜି ପର୍ଯ୍ୟନ୍ତ ପୁରଣ କରିପାରିଲେନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଜୀବନରେ କେବଳ ଧାରଣା ଏବଂ ବିରୋଧ କରିବା ଶିଖିଛନ୍ତି । କେଜରିଓ୍ୱାଲ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନକୁ ମଧ୍ୟ ଲାଗୁ କରାଇ ଦେଉନାହାନ୍ତି ବୋଲି ସେ କହିଥିଲେ ।