ଘରୋଇ ଉପଚାରରେ ହଳଦିଆ ଦାନ୍ତକୁ ଏପରି ଧଳା କରନ୍ତୁ
Advertisement

ଘରୋଇ ଉପଚାରରେ ହଳଦିଆ ଦାନ୍ତକୁ ଏପରି ଧଳା କରନ୍ତୁ

 ଯଦି ଆପଣଙ୍କର ଦାନ୍ତରେ ହଳଦିଆ ଦାଗ ସମସ୍ୟା ରହିଛି, ତେବେ ନିମ୍ନଲିଖିତ କିଛି ଘରୋଇ ଉପାୟ ଆପଣାଇ ନିଜ ଦାନ୍ତକୁ ଧଳା କରିପାରିବେ ।

ଘରୋଇ ଉପଚାରରେ ହଳଦିଆ ଦାନ୍ତକୁ ଏପରି ଧଳା କରନ୍ତୁ

ମୋନିକା ମହାନ୍ତି, ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଦାନ୍ତ ହଳଦିଆ ପଡ଼ିଯାଉଛି । ଚା’, କଫି, ତମାଖୁ ଓ ସିଗାରେଟ୍‌ ଅଧିକ ମାତ୍ରାରେ ସେବନ ପାଇଁ ଦାନ୍ତ ଖୁବ୍‌ଶୀଘ୍ର ହଳଦିଆ ପଡ଼ିଯାଏ । ଯଦି ଆପଣଙ୍କର ଏଭଳି  ସମସ୍ୟା ରହିଛି, ତେବେ ନିମ୍ନଲିଖିତ କିଛି ଘରୋଇ ଉପାୟ ଆପଣାଇ ନିଜ ଦାନ୍ତକୁ ଧଳା କରିପାରିବେ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ସମ୍ପର୍କରେ ।  

ନଡ଼ିଆ ତେଲ:
ନଡ଼ିଆ ତେଲ ଦାନ୍ତ ଧଳା କରିବାରେ ବେଶ ଉପକାରୀ । ଟୁଥ୍‌ବ୍ରଶ୍‌ରେ ନଡ଼ିଆ ତେଲର କିଛି ବୁନ୍ଦା ପକାଇ  ଦାନ୍ତରେ ଘଷନ୍ତୁ । ଦେଖିବେ, ହଳଦିଆ ଦାନ୍ତ ଖୁବ କମ ଦିନରେ କିଭଳି ଧଳା ହୋଇଯିବ।
ଲେମ୍ବୁ
ଲେମ୍ବୁ ସାହାଯ୍ୟରେ  ଦାନ୍ତର ହଳିଦିଆ ଦାଗ ଶିଘ୍ର  ଦୂର କରିପାରିବେ । ଏଥିପାଇଁ ଲେମ୍ବୁ ରସରେ ଲୁଣ ମିଶାଇ ଦାନ୍ତରେ ଲଗାନ୍ତୁ ଏବଂ ବ୍ରସ ସାହାଯ୍ୟରେ କିଛି ସମୟ ଘଷନ୍ତୁ ପରେ କୁଳି କରିଦିଅନ୍ତୁ । ଏପରି ଲଗାତର୍‌ ଦୁଇ ସପ୍ତାହ କରିବା ପରେ  ଦାନ୍ତ ପୁରା  ସଫା ହୋଇଯିବ ।
ବେକିଂ ସୋଡ଼ା
ସାଧାରଣତଃ ବେକିଂ ସୋଡ଼ା ଦାନ୍ତକୁ ସଫା କରିବାର ଏକ ଭଲ ଏବଂ ସହଜ ଉପାୟ । ଟୁଥ୍‌ପେଷ୍ଟ୍‌ରେ ବେକିଂ ସୋଡ଼ା ମିଶାଇ ଦାନ୍ତକୁ ଦିନକୁ ଦୁଇଥର ବ୍ରଶ୍‌ କରନ୍ତୁ।  ଆପଣ ଏହାକୁ ଭିନେଗର୍‌ କିମ୍ବା ଲେମ୍ବୁ ସହ ମିଶାଇ କୁଳି ମଧ୍ୟ କରିପାରିବେ ।ଏହାବ୍ୟତୀତ ବେକିଂସୋଡ଼ାକୁ ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ । ଏହି ଘୋଳରେ ସପ୍ତାହକୁ ଦୁଇ ଦିନ ଦାନ୍ତ ଘଷନ୍ତୁ । ୧୫ ଦିନ ଏପରି କରିବା ପରେ ଦେଖିବେ, ଦାନ୍ତ  ପୁରା ଧଳା ଦିଶିବ।
ନିମ ଗଛର କାଠି
ନିମ ଗଛର କାଠିରେ ଭରପୁର ଔଷଧୀୟ ଗୁଣ ରହିଛି । ନିମ କାଠିରେ ରହିଥିବା ଔଷଧୀୟ ଗୁଣ ହେତୁ ଏଥିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ କୋଣ ଭଲ ଭାବେ ସଫା ହୋଇଥାଏ । ନିମରେ ଥିବା ଆଣ୍ଟିମାଇକ୍ରୋବିଅଲ ଗୁଣ  ଦାନ୍ତକୁ ସର୍ବଦା ସୁସ୍ଥ ସତେଜ  ଓ ମଜବୁତ ରଖିଥାଏ ।
ଲୁଣ ପାଣି

ଦାନ୍ତରେ ସୃଷ୍ଟି ହେଉଥିବା ଛୋଟ ଛୋଟ କଣା, ଯାହାକି ପରେ ଧୀରେ ଧୀରେ ଦାନ୍ତ ମୂଳ ପଚିବାର କାରଣ ହୋଇଥାଏ ତାହାକୁ କ୍ୟାଭିଟିଜ୍‌ କୁହାଯାଇଥାଏ । ଏହାର ଅଧିକ ଶିକାର ଛୋଟ ପିଲାମାନେ ହୋଇଥାନ୍ତି । ମୁଖ ଗହ୍ୱର ସଂକ୍ରମଣରୁ ମୁକ୍ତି ପାଇଁ ଲୁଣ ପାଣି ସବୁଠୁ ସହଜ ଉପାୟ । ଏହା ଆପଣଙ୍କ ପାଟିରେ ଥିବା ବ୍ୟାକ୍ଟେରିଆରୁ ମୁକ୍ତ କରିଥାଏ । ତେଣୁ ସପ୍ତାହକୁ ଦୁଇଥର କିମ୍ବା ତିନିଥର ଲୁଣ ପାଣିରେ ଗାର୍ଗେଲିଂ କରନ୍ତୁ ଦାନ୍ତ ଭଲ ରହିବ ।