YES Bank କାରନାମାର ହେଲା ପର୍ଦ୍ଦାଫାଶ; ବାଧ୍ୟତାମୂଳକ ଛୁଟିରେ ଗଲେ ED ତଦନ୍ତରେ ଫସିଥିବା ଅଧିକାରୀ
Advertisement

YES Bank କାରନାମାର ହେଲା ପର୍ଦ୍ଦାଫାଶ; ବାଧ୍ୟତାମୂଳକ ଛୁଟିରେ ଗଲେ ED ତଦନ୍ତରେ ଫସିଥିବା ଅଧିକାରୀ

ପ୍ରଶ୍ନ ଉଠୁଛି ଇଡିର ଚାର୍ଜସିଟରେ ନାଁ ସାମିଲ ହେବା ପରେ କ'ଣ ବାଧ୍ୟ ବାଧ୍ୟକତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା?

YES Bank କାରନାମାର ହେଲା ପର୍ଦ୍ଦାଫାଶ; ବାଧ୍ୟତାମୂଳକ ଛୁଟିରେ ଗଲେ ED ତଦନ୍ତରେ ଫସିଥିବା ଅଧିକାରୀ

YES ବ୍ୟାଙ୍କ ମାମଲାରେ ଆସିଲା ବଡ ଖବର। YES ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ସେମାନଙ୍କ ଉପରେ ଭାରୀ ପଡିଛି। ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଚାଲିଥିବା ଅନୁସନ୍ଧାନରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି। ବଡ ପ୍ରଶ୍ନ ହେଉଛି ବ୍ୟାଙ୍କର ମୂଳ ପରିଚାଳନାର ଅଂଶ ଥିବା ଅବଶିଷ୍ଟ ଅଧିକାରୀଙ୍କୁ କେବେ ଛୁଟିରେ ପଠାଯିବ। ଯଦିଓ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କରୁ ପୁଞ୍ଜି ଆଣି YES ବ୍ୟାଙ୍କକୁ ବୁଡ଼ିଯିବାରୁ ରକ୍ଷା କରିଥିଲେ ହେଲେ ଏଠାରେ ପ୍ରକୃତ କାର୍ଯ୍ୟରତ ଲୋକେ ଏବେ ମଧ୍ୟ ଏହି ବ୍ୟାଙ୍କ ସହ ଜଡି଼ତ। 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡି (ED) ଦ୍ୱାରା ଚାଲିଥିବା ତଦନ୍ତ ପରେ ହୋଲସେଲ ବ୍ୟାଙ୍କିଂ ହେଡ ଆଶିଷ ଅଗ୍ରୱାଲଙ୍କୁ ଛୁଟିରେ ପଠାଯାଇଛି। YES ବ୍ୟାଙ୍କ ମାମଲାରେ ଇଡି ଚାର୍ଜସିଟରେ ଆଶିଷ ଅଗ୍ରୱାଲଙ୍କ ନାମ ଅନ୍ତର୍ଭୂକ୍ତ ରହିଛି। ଅଗ୍ରୱାଲ ମୁଖ୍ୟ କ୍ରେଡିଟ୍ ରିସ୍କ ଅଫିସର ଭାବେ ଅନେକ ଋଣ ପାସ୍ କରିଥିଲେ। ମଞ୍ଜୁର ହୋଇଥିବା ୩୧ ହଜାର ୮୫୫ କୋଟି ଟଙ୍କା ମୂଲ୍ୟର ୭୧ଟି ନନ୍ ପର୍ଫମିଂ ଆସେଟ୍ (Non Performing Asset) ଏନପିଏ (NPA) ହୋଇଯାଇଛି। ଇଡି ସ୍ୱୀକାର କରିଛି ଅଗ୍ରୱାଲ ତାଙ୍କ ଦାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରିନାହାଁନ୍ତି। ଏହା ସହ ସେ ଟଙ୍କା ହେରଫେର କରିବାରେ ମଧ୍ୟ ସାହାଯ୍ୟ କରିଥିଲେ। ନିକଟରେ ଆଶିଷ ଅଗ୍ରୱାଲଙ୍କୁ ସିବିଆଇ ଏବଂ ଇଡି ଦ୍ୱାରା ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। 

YES ବ୍ୟାଙ୍କ ମାମଲାର ପର୍ଦ୍ଦାଫାଶ ହେବା ପରେ YES ବ୍ୟାଙ୍କ ନୀତି ଉପରେ ପ୍ରଶ୍ନ ଉଠିଛି। ଫେବୃଆରୀ ମାସରେ ଷ୍ଟାଫ୍ ରିଭ୍ୟୁ କମିଟି ଏହି ବିଷୟରେ ଅବଗତ ହୋଇଥିଲା ହେଲେ ଏ ବାବଦରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା କାହିଁକି ବିଳମ୍ବ ହେଲା? ପ୍ରଶ୍ନ ଉଠୁଛି ଇଡିର ଚାର୍ଜସିଟରେ ନାଁ ସାମିଲ ହେବା ପରେ କ'ଣ ବାଧ୍ୟ ବାଧ୍ୟକତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା? ଯେଉଁମାନେ ବ୍ୟାଙ୍କକୁ ବୁଡ଼ାଇ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା କାହିଁକି ଦିଆଯାଉଛି। ଯାହା ବିରୁଦ୍ଧରେ SEBI (Securities & Exchange Board of India) ଆଦେଶ ରହିଛି ସେ କିପରି ବ୍ୟାଙ୍କ ବ୍ୟବସ୍ଥା ସହ ଜଡି଼ତ ଅଛନ୍ତି?

SEBI ନିୟମ ଭଙ୍ଗ କରିଥିବା କେଉଁ ଲୋକ ଏବେ ବ୍ୟାଙ୍କ ସହ ଜଡିତ ଅଛନ୍ତି? 

  • ସଞ୍ଜୟ ନାମ୍ବିୟାର, Group Legal Counsel,  YES Bank
  • ନିରଞ୍ଜନ ବନୋଡକର, CFO, YES Bank
  • ଶିବାନନ୍ଦ ସେଟ୍ଟିଗର, Company Secretary, YES Bank
  • ଆଶିଷ ଅଗ୍ରୱାଲ, Head, Whole Sale Banking, YES Bank

ଆହ୍ଲାବାଦ ହାଇକୋର୍ଟରୁ Yes Bank କୁ ମିଳିଛି ଜୋରଦାର ଝଟକା। Yes Bank ପାଖରେ ରଖାଯାଇଥିବା Dish TV ଅଂଶଧନକୁ 'Freeze' କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଏଫ୍ଆଇଆର୍ ରଦ୍ଦ କରିବାକୁ ଏବଂ ତଦନ୍ତ ବନ୍ଦ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଉପଯୁକ୍ତ ତଦନ୍ତ ବନ୍ଦ କରିବା ଠିକ୍ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ମାମଲାର ପ୍ରମାଣ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇ ନାହିଁ। ଏହି ମାମଲାରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ଏନେଇ ହାଇକୋର୍ଟ ପକ୍ଷରୁ କୁହାଯାଇଛି ଏହା ଏକ ବଡ଼ ମାମଲା କିନ୍ତୁ ଏଥିରେ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ନାହିଁ। ହାଇକୋର୍ଟ Yes Bank କୁ ନିର୍ଦ୍ଦେଶ ଦେଇଛନ୍ତି କି ବ୍ୟାଙ୍କ ପ୍ରଥମେ ମାଜିଷ୍ଟ୍ରେଟ କୋର୍ଟ ଯାଇ ସେଠାରେ ନିଜର ପକ୍ଷ ରଖନ୍ତୁ ଏବଂ ସେଠାରୁ ଆବଶ୍ୟକୀୟ ଆଶ୍ୱସ୍ତି ଲାଭ କରନ୍ତୁ।