• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

୯୯ ବର୍ଷରେ ଯୋଗ ଶିକ୍ଷକଙ୍କ ନିଧନ, ନିଜ ମୃତ୍ୟୁର କରିଥିଲେ ଭବିଷ୍ୟତବାଣୀ!

ଭାରତର ସବୁଠାରୁ ବୟସ୍କ ଯୋଗ ଶିକ୍ଷକ ବି. ନାନମ୍ମଲଙ୍କ ନିଧନ ହୋଇଯାଇଛି । ଶନିବାର କୋଏମ୍ବୁଟର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିଜ ଜୀବନକାଳରେ ସେ ୧୦ ଲକ୍ଷରୁ ଅଧିକ ଛାତ୍ରଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

୯୯ ବର୍ଷରେ ଯୋଗ ଶିକ୍ଷକଙ୍କ ନିଧନ,  ନିଜ ମୃତ୍ୟୁର କରିଥିଲେ ଭବିଷ୍ୟତବାଣୀ!
୯୯ ବର୍ଷରେ ଯୋଗ ଶିକ୍ଷକ ନାନମ୍ମଲଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବୟସ୍କ ଯୋଗ ଶିକ୍ଷକ ବି. ନାନମ୍ମଲଙ୍କ ନିଧନ ହୋଇଯାଇଛି । ଶନିବାର କୋଏମ୍ବୁଟର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିଜ ଜୀବନକାଳରେ ସେ ୧୦ ଲକ୍ଷରୁ ଅଧିକ ଛାତ୍ରଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

ବିଗତ ୩୦ ଦିନ ଧରି ସେ ବେଡ ରେଷ୍ଟରେ ଥିଲେ । ତାଙ୍କ ଛାତ୍ରମାନେ ତାଙ୍କୁ ସ୍ନେହରେ ଯୋଗା ଦାଦି କହି ଡାକୁଥିଲେ । ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ଛାତ୍ରଙ୍କ ମଧ୍ୟରେ ଦୁଖର ଛାୟା ଖେଳିଯାଇଛି ।  ଅନ୍ୟପଟେ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ସେ ନିଜ ମୃତ୍ୟୁର ଭବିଷ୍ୟତବାଣୀ କରିଥିଲେ । ନାନମ୍ମଲ ନିଜ ପରିବାରକୁ କହିଥିଲେ ଯେ ୪୮ ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯିବ । 

ପରିବାର ଲୋକେ କହିଛନ୍ତି ଯେ ନାନମ୍ମଲ ନିଜର ଯେଉଁ ମୃତ୍ୟୁ ତାରିଖ ସେମାନଙ୍କୁ କହିଥିଲେ, ତାହାର ଆଠ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏଠାରେ କହି ରଖୁଛୁ ଯେ, ସେ ୯୯ ବର୍ଷ ହୋଇଥିଲେ ମଧ୍ୟ ପ୍ରତିଦିନ ଯୋଗ ଅଭ୍ୟାସ କରୁଥିଲେ । ସେ ପ୍ରତିଦନ ୧୦୦ ଛାତ୍ରଙ୍କୁ ଯୋଗାସନର ଶିକ୍ଷା ପ୍ରଦାନ କରୁଥଲେ । ବର୍ତ୍ତମାନ ଯାଏ ସେ ୧୦ ଲକ୍ଷ ଛାତ୍ରଙ୍କୁ ଯୋଗ ଶିକ୍ଷା ଦେଇ ସାରିଥିଲେ । ତାଙ୍କର ପ୍ରାୟ ୬୦୦ ଛାତ୍ର ଦୁନିଆସାରା ଯୋଗ ପ୍ରଶିକ୍ଷକ ଭାବେ କାମ କରୁଛନ୍ତି । ସେ ମହିଳାଙ୍କୁ ମଧ୍ୟ ଯୋଗାଭ୍ୟାସ ସମ୍ପର୍କରେ ସଚେତନ କରୁଥିଲେ ।