ଗତ ୧୩ ମାର୍ଚ୍ଚରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ ।
Trending Photos
)
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath)ଙ୍କ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଦେହାନ୍ତ । ସୋମବାର ସକାଳ ୧୦ଟା ୪୦ ମିନିଟରେ ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।
ଗତ ୧୩ ମାର୍ଚ୍ଚରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ । ତାଙ୍କର ଲିଭର ଏବଂ କିଡନୀରେ ସମସ୍ୟା ରହିଥିଲା । ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ଲାଗିଥିଲେ । ଗତ କିଛି ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
CM Yogi Adityanath's father left for his heavenly abode at 10.44 am. Our deepest condolences: State Additional Chief Secretary (Home) Awanish K Awasthi (in file pic - Additional Chief Secretary Home) pic.twitter.com/vG6hUqDBch
— ANI UP (@ANINewsUP) April 20, 2020
ତେବେ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀର ସ୍ଥଳପଥରେ ପୈତୃକ ଗ୍ରାମ ପଞ୍ଚୁରକୁ ନିଆଯାଉଛି । ମଙ୍ଗଳବାର ହରିଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ । ତେବେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ, ବିଧାନସଭା ବାଚସ୍ପତି ଶ୍ରୀ ହୃଦୟ ନାରାୟଣ ଦୀକ୍ଷିତଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଏନେଇ ଶୋକବ୍ୟକ୍ତ କରିଛନ୍ତି ।