ବଜ୍ରପାତରେ ୨୭ ମୃତ
Advertisement

ବଜ୍ରପାତରେ ୨୭ ମୃତ

ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

ପ୍ରତୀକାତ୍ମକ ଫଟୋ

ଲକ୍ଷ୍ନୌ: ରବିବାର ଉତ୍ତର ପ୍ରଦେଶ ଯେଉଁ ଯେଉଁଭଳି ଭାବେ ବର୍ଷା ଓ ଝଡ଼ ତୋଫାନ ହେଲା, ସେଥିରେ ବହୁ ଧନଜୀବନ ହାନି ହୋଇଛି । ବଜ୍ରପାତ ଯୋଗୁ ୟୁପିର ପୃଥକ ପୃଥକ ସ୍ଥାନରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି । ସେହିପରି ଅନେକ ଧନସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ହୋଇଛି । 

ତେବେ ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରଙ୍କ ୪ଲକ୍ଷ ଲେଖାଏଁ କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।