'ମନରେଗା'ରୁ ମହାଭାରତ: YSRCP ଏବଂ TDP ମଧ୍ୟରେ ଗଣ୍ଡଗୋଳ, ୧୦ ଗୁରୁତର
Advertisement

'ମନରେଗା'ରୁ ମହାଭାରତ: YSRCP ଏବଂ TDP ମଧ୍ୟରେ ଗଣ୍ଡଗୋଳ, ୧୦ ଗୁରୁତର

ମନରେଗା ବୈଠକରୁ ମହାଭାରତ । YSRCP ଏବଂ TDP କର୍ମୀଙ୍କ ମଧ୍ୟରେ ବାଡିଆପିଟା ।  ଚେୟାରରେ ପବସ୍ପର ପରସ୍ପରଙ୍କୁ ଆକ୍ରମଣ । ଆଉ ଧୀରେ ଧୀରେ ସ୍ଥିତି ଉଗ୍ର ରୂପ ନେଇଥିଲା । ଫଳରେ ଉଭୟ ପକ୍ଷର ୧୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ମନରେଗା ବୈଠକରୁ ମହାଭାରତ । YSRCP ଏବଂ TDP କର୍ମୀଙ୍କ ମଧ୍ୟରେ ବାଡିଆପିଟା ।  ଚେୟାରରେ ପବସ୍ପର ପରସ୍ପରଙ୍କୁ ଆକ୍ରମଣ । ଆଉ ଧୀରେ ଧୀରେ ସ୍ଥିତି ଉଗ୍ର ରୂପ ନେଇଥିଲା । ଫଳରେ ଉଭୟ ପକ୍ଷର ୧୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା(ମନରେଗା) ବୈଠକ ଚାଲିଥିବା ବେଳେ ଘଟିଛି ଏଭଳି ଘଟଣା । YSRCP ଏବଂ TDP କର୍ମୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି । 

କାହିଁକି ହୋଇଥିଲା ଗଣ୍ଡଗୋଳ ?

ମନରେଗା ବୈଠକ ବସିଥିଲା । ତେବେ YSR କଂଗ୍ରେସ କର୍ମୀମାନେ ଏଥିରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ଆପତ୍ତି ଉଠାଇଥିଲେ TDP କର୍ମୀ । ଧୀରେ ଧୀରେ ଏହା ଉଗ୍ରରୂପ ନେଇଥିଲା । ଆରମ୍ଭ ହୋଇଥିଲା ବାଡିଆପିଟା । 

ତେବେ YSRCP ଏବଂ TDP ଏବେ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି । ନିକଟ ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ।ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ଗସ୍ତ ବେଳେ ତାଙ୍କ ଗାଡି ଉପରକୁ ପଥରମାଡ ହୋଇଥିଲା ।  

ଆହୁରି ପଢନ୍ତୁ; ବାହାଘରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ ! ପୀଡିତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ଭେଟିନାହାଁନ୍ତି KCR