Trending Photos
ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ହରକତକୁ ମଧ୍ୟ ଦେଶ ସାମ୍ନା କରୁଛି। ଦିଲ୍ଲୀର ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ଜଫରୁଲ ଇସ୍ଲାମ ବିବାଦୀୟ ପୋଷ୍ଟ କରି ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି। ଭାରତରେ 'ହିନ୍ଦୁତ୍ୱ' ବିରୋଧରେ କହିଥିବାରୁ ଆରବ ରାଷ୍ଟ୍ରମାନଙ୍କୁ ଜାଫର ଇସଲାମ ଧନ୍ୟବାଦ ଦେଇଛନ୍ତି। ଏହି ବିବୃତ୍ତିରେ ବିଜେପି ନେତାମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଏଥିସହିତ ଜାତୀୟ ସଂଖ୍ୟାଲଘୁ ଆୟୋଗ କହିଛନ୍ତି ଯେ ଏହା ଏକ ପିଲାଳିଆମି ବୟାନ। ଦିଲ୍ଲୀ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଉଚିତ।
ଜଫରୁଲ ଇସଲାମ ଖାନ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି, "ଭାରତୀୟ ମୁସଲମାନମାନଙ୍କ ସହିତ ଛିଡ଼ା ହୋଇଥିବାରୁ କୁଏତକୁ ଧନ୍ୟବାଦ। ଯେଉଁ ଦିନ ମୁସଲମାନମାନେ ଆରବ ଦେଶ ନିକଟରେ ଅତ୍ୟାଚାର ଅଭିଯୋଗ ଆଣିବେ, ସେଦିନ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।"
ଏଭଳି ବୟାନବାଜି ପରେ ଜାଫରୁଲଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ପକ୍ଷରୁ ଶାହାନାଓ୍ୱାଜ ହୁସେନ କହିଛନ୍ତି ଯେ, ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉସୁକାଉଛନ୍ତି। ଦେଶ ବିରୋଧରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲୋକଙ୍କୁ ଭଡକାଉଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।
ଅନ୍ୟପକ୍ଷରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କପିଲ ମିଶ୍ର ଏକ ଟ୍ୱିଟ ମାଧ୍ୟମରେ ଜଫରୁଲ ଇସଲାମ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, "ଜଫରୁଲ ଇସଲାମକୁ ତୁରନ୍ତ ଖରାପ ଏବଂ ବିଷାକ୍ତ ଚିନ୍ତାଧାରା ହଟାନ୍ତୁ। ଆତଙ୍କବାଦୀ ଜାକିର ନାୟକଙ୍କୁ ସମର୍ଥନ କରୁଛନ୍ତି। ସେ ଦେଶ ଭିତରେ ଆକ୍ରମଣ ପାଇଁ ଲୋକଙ୍କୁ ଉସୁକାଉଛନ୍ତି। ଏଭଳି ଦେଶଦ୍ରୋହୀଙ୍କୁ ଆମ ଆଦମୀ ପାର୍ଟି ସଂଖ୍ୟାଲଘୁ ଆୟୋଗର ମୁଖ୍ୟ କରି ବସାଇଛି। ଏହାକୁ ତୁରନ୍ତ ହଟାଇବା ଆମର ଦାବି ଏବଂ ଚେତାବନୀ ବୋଲି ସେ ଟ୍ୱିଟ ମାଧ୍ୟମରେ ସେ କହିଛନ୍ତି।
ସେହିପରି କେନ୍ଦ୍ରୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ସୟିଦ ଘୟୋରୁଲ ହସନ ରିଜଓ୍ୱି କହିଛନ୍ତି ଏହାକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି କି, ତାଙ୍କୁ ଏଭଳି ଭଡକାଉ ବୟାନ ଦେବାର ନଥିଲା। ଏହା ଏକ ଧମକପୂର୍ଣ୍ଣ ବୟାନ। ଏହି ଦେଶରେ ସମସ୍ତ ଧର୍ମର ଲୋକଙ୍କୁ ମିଳିମିଶି ରହିବାର ଅଧିକାର ରହିଛି। ଆରବ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ବଡ଼ ସମ୍ମାନ ଜଣାଇ ସାରିଛି ବୋଲି ସେ କହିଛନ୍ତି। ସେଆହୁରି ମଧ୍ୟ କହିଛନ୍ତି କି, ଦିଲ୍ଲୀ ଅଳ୍ପସଂଖ୍ୟକ ଆୟୋଗ ପକ୍ଷରୁ ଏଭଳି ବୟାନ ବିଲକୁଲ ଠିକ ନୁହେଁ। ଏହା ନିହାତି ଭାବେ ପିଲାଳିଆମି ଭଳି ଭାଷଣ। ଏହି ବୟାନ ଫଳରେ ଦେଶ ମଧ୍ୟରେ ଥିବା ସଦଭାବକୁ ନଷ୍ଟ କରିବ ବୋଲି ସେ କହିଥିଲେ।