ବାଘ ହଜିବା ଘଟଣାରେ ସ୍ପଷ୍ଟୀକରଣ ରଖିଲେ ଚିଡିଆଖାନା କର୍ତ୍ତୃପକ୍ଷ
Advertisement

ବାଘ ହଜିବା ଘଟଣାରେ ସ୍ପଷ୍ଟୀକରଣ ରଖିଲେ ଚିଡିଆଖାନା କର୍ତ୍ତୃପକ୍ଷ

ଓକଲାଣ୍ଡ ଜୁ ବାଘ ନିଖୋଜ ହେବା ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ |

ବାଘ ହଜିବା ଘଟଣାରେ ସ୍ପଷ୍ଟୀକରଣ ରଖିଲେ ଚିଡିଆଖାନା କର୍ତ୍ତୃପକ୍ଷ

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଓକଲାଣ୍ଡ ଚିଡିଆଖାନାରୁ ବାଘ ହଜିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ | ଏନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଓକଲାଣ୍ଡ ଜୁ ଅଥରିଟି ପକ୍ଷରୁ କୁହାଯାଇଛି ସମସ୍ତ ବାଘ ନିରାପଦ ଏବଂ ସୁରକ୍ଷିତ ଅଛନ୍ତି |  

ଓକଲାଣ୍ଡ ସ୍ଥିତ  ବାଘ ନିଖୋଜ ହେବା ନେଇ 'ଦ ଆଲମେଡା  କଣ୍ଟ୍ରି ସେରିଫ'(The Alameda County Sheriff)ପକ୍ଷରୁ ଟ୍ୱିଟ କରି କୁହାଯାଇଥିଲା | ଏ ଘଟଣା ଉପରେ ସ୍ପଷ୍ଟୀକରଣ ରଖାଯାଇ ଟ୍ୱିଟ କରି କୁହାଯାଇଥିଲା ଯେ, ଏଠାରେ ଥିବା ସମସ୍ତ ବାଘଙ୍କ ଯାଞ୍ଚ କରାଯାଇଛି | ସେମାନେ ସୁରକ୍ଷିତ ଅଛନ୍ତି |

ଓକଲାଣ୍ଡ ଜୁ ପକ୍ଷରୁ ଟ୍ୱିଟ କରି ଜଣାଇ ଦିଆଯାଇଛି, ଚିଡିଆଖାନାରୁ ବାଘ ହଜିବା  ଖବର ମିଥ୍ୟା | ଏପରି ଏକ ମିଛ ରିପୋର୍ଟ ଜଣେ ବସ ଡ୍ରାଇଭର ଦ୍ୱାରା ଦ ଆଲମେଡା କଣ୍ଟ୍ରି ସେରିଫକୁ ପ୍ରଦାନ କରାଯାଇଥିଲା | ଚିଡିଆଖାନରେ ଥିବା ସମସ୍ତ ପ୍ରାଣୀ ସୁରକ୍ଷିତ ଥିବା ନେଇ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ |