କେନ୍ଦ୍ରୀୟ ପ୍ରାଣୀଉଦ୍ୟାନ ପ୍ରାଧିକରଣ ପକ୍ଷରୁ ଦେଶର ସମସ୍ତ ଛୋଟ ବଡ଼ ଚିଡ଼ିଆଖାନାକୁ ହାଇଆଲର୍ଟ ରହିବାକୁ କୁହାଯାଇଛି ।
Trending Photos
)
ନୂଆଦିଲ୍ଲୀ: କେବଳ ମଣିଷ ନୁହେଁ, ପଶୁଙ୍କୁ ମଧ୍ୟ କୋରୋନା ! ବାଘ ଦେହରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଚିଡ଼ିଆଖାନା ଗୁଡ଼ିକର ଚିନ୍ତା ବଢ଼ିଯ଼ାଇଛି । ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ଏକ ବାଘ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏପଟେ ଏହାକୁ ଦେଖି ଭାରତର ସମସ୍ତ ଚିଡ଼ିଆଖାନା ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି ।
କେନ୍ଦ୍ରୀୟ ପ୍ରାଣୀଉଦ୍ୟାନ ପ୍ରାଧିକରଣ ପକ୍ଷରୁ ଦେଶର ସମସ୍ତ ଛୋଟ ବଡ଼ ଚିଡ଼ିଆଖାନାକୁ ହାଇଆଲର୍ଟ ରହିବାକୁ କୁହାଯାଇଛି । ସେହିପରି ସିସିଟିଭି ମାଧ୍ୟମରେ ୨୪x୭ ମନିଟରିଂ କରିବାକୁ ପରାମର୍ଶ ଦିଆଯାଇଛି । ପଶୁପକ୍ଷୀଙ୍କ ଲକ୍ଷଣ ଏବଂ ଅସ୍ୱାଭାବିକ ବ୍ୟବହାର ଉପରେ ତୀକ୍ଷଣ ନଜର ରଖିବାକୁ କହିଛି କେନ୍ଦ୍ରୀୟ ପ୍ରାଣୀଉଦ୍ୟାନ ପ୍ରାଧିକରଣ ।
Zoos across India are advised to be on high alert and monitor animals 24/7 through CCTV for any symptoms/abnormal behaviour as a precautionary measure in wake of a Tiger in New York's Bronx Zoo testing positive for #COVID19: Central Zoo Authority
— ANI (@ANI) April 6, 2020