close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସୀମା ଲଂଘୁଛି ପାକ୍ ସେନା

ଜମ୍ମୁ କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ । ଗୁଳିମାଡ଼ରେ ଜଣେ ଭାରତୀୟ ସେନା ସହିଦ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି ।

ସୀମା ଲଂଘୁଛି ପାକ୍ ସେନା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ।  ଗୁଳିମାଡ଼ରେ ଜଣେ ଭାରତୀୟ ସେନା ସହିଦ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି । ସେପଟେ ଜମ୍ମୁ କାଶ୍ମୀରର ନଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଛରେ ଥିବା କାରଣର ପର୍ଦ୍ଦାଫାସ କରିଛନ୍ତି । ଆତଙ୍କବାଦୀ କାଶ୍ମୀରରେ ଅସ୍ତ୍ର ଶସ୍ତ୍ର ଅଭାବର ସାମ୍ନା କରୁଥିବାରୁ ସେମାନେ ବିଭିନ୍ନ ଥାନାକୁ ଟାର୍ଗେଟ୍ କରି ଅସ୍ତ୍ର ଶସ୍ତ୍ର ଲୁଟ୍ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହିତ ଗତ ମାସ ପିଡିପି ନେତା ନାସୀର ହୁସେନଙ୍କୁ ବନ୍ଧକ ରଖି ଆତଙ୍କବାଦୀ ତାଙ୍କ ଅଙ୍ଗରକ୍ଷକଙ୍କଠରୁ ରାଇଫଲ ଲୁଟି ନେଇଥିଲେ ବୋଲି ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି ।
ଚୀନ ଭାରତ ସମ୍ପର୍କକୁ ନେଇ ଏବେ ବିଚଳିତ ହୋଇଛି ପାକିସ୍ତାନ । ଚୀନ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିବାବେଳେ ପାକିସ୍ତାନ କରୁଛି ମିସାଇଲ ଟେଷ୍ଟ । କରାଚୀରୁ ୪୦ କିଲୋମିଟର ଦୂର ସୋନମାନୀରେ ପାକିସ୍ତାନ ମିଶାଇଲ ପରୀକ୍ଷଣ ପାଇଁ ପ୍ରସ୍ତୁତି କରୁଥିବା ଗୁଇନ୍ଦା ସୁତ୍ରରୁ ଖବର ମିଳିଛି ।  ଏଥିପାଇଁ କରାଚୀ ଏୟାରପୋର୍ଟକୁ ଆସୁଥିବା ସମସ୍ତ ବିମାନ ଗୁଡ଼ିକର ଦିଗ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ସେପଟେ ଟେରର ଫଣ୍ଡିଂ ମାମଲାରେ ଜମାତ ଉଦ ଦାୱା ଓ ଲସ୍କର ଏ ତୋଇବା ଆତଙ୍କବାଦୀଙ୍କୁ ଗିରଫ କରିଥିବା ଦାବି କରିଛି ପାକିସ୍ତାନ । ଆତଙ୍କବାଦୀ ପ୍ରଫେସର ଜଫର ଇକବାଲ, ଅଜିଜ, ମହମ୍ମଦ ଅସରଫ ଓ ଅବଦୁଲ ସଲମଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏଫଏଟିଏଫ ବୈଠକ ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ପୂର୍ବରୁ ଏଫଏଟିଏଫ ରିପୋର୍ଟରେ ପାକିସ୍ତାନକୁ ଗ୍ରେ ଗୃପରେ ରଖାଯାଇଥିବା ଖବର ପ୍ରକାଶ ପାଇଥିଲା ।