ହଳଦୀଆ ଦାନ୍ତକୁ ନେଇ ଆପଣ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପଚାର

ହସ ହସ ମୁହଁକୁ ସମସ୍ତେ ପସନ୍ଦ କରନ୍ତି। ଆପଣଙ୍କର ଦାନ୍ତ ଆପଣଙ୍କ ହସକୁ ଅଧିକ ସୁନ୍ଦର କରିଥାଏ। ଯଦି ଏହି ଦାନ୍ତଗୁଡ଼ିକ କୌଣସି କାରଣରୁ ହଳଦିଆ ହୋଇଯାଏ। ତେବେ ଆପଣ ହସଠାରୁ ଦୂରେଇ ଯାଆନ୍ତି। କିନ୍ତୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ ଆପଣଙ୍କୁ ଏକ ଅତି ସରଳ ଉପାୟ କହୁଛୁ ଯାହା ଆପଣଙ୍କ ଦାନ୍ତର ଚମକ ଫେରାଇ ଆଣିବ। ତେବେ ଆସନ୍ତୁ ଆପଣଙ୍କୁ ଏହିପରି କିଛି ଘରୋଇ ଉପଚାର ବିଷୟରେ ଜାଣିବା, ଯାହା ଆପଣଙ୍କ ହସକୁ ଚମକାଇବ..

केटी एल्‍फी Sat, 30 Apr 2022-2:28 pm,
1/6

ବେକିଂ ସୋଡା

ଦାନ୍ତରେ ବେକିଂ ସୋଡା ବ୍ୟବହାର କରନ୍ତି, ତେବେ ହଳଦିଆ ରଙ୍ଗ ସହଜରେ ଚାଲିଯିବ।

2/6

ଉଷୁମ ପାଣିରେ ଲୁଣ

ଉଷୁମ ପାଣିରେ ଲୁଣ ମିଶାଇ ଦାନ୍ତ ଧୋଇଦିଅନ୍ତି, ତେବେ ଆପଣଙ୍କ ଦାନ୍ତ ସଫା ହୋଇଯାଏ ଏବଂ ମାଢି ସଂକ୍ରମଣ ମଧ୍ୟ ଶୀଘ୍ର ମୁକ୍ତି ମିଳିଥାଏ।

3/6

କମଳା

କମଳାରେ ଭିଟାମିନ୍ ସି ଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ କରିଥାଏ। କିନ୍ତୁ ଏହା ସହିତ ଯଦି ଆପଣ ଦାନ୍ତରେ କମଳା ଚୋପା ଘଷନ୍ତି, ତେବେ ଏହା ଆପଣଙ୍କ ଦାନ୍ତକୁ ମଧ୍ୟ ସଫା କରିବ। ଏଥିରେ ଥିବା ଅମ୍ଳୀୟ ପଦାର୍ଥ ସହିତ ଦାନ୍ତକୁ ଦୃଢକରିବ।

4/6

ପାଚିଲା ଷ୍ଟ୍ରବେରୀ

ପାଚିଲା ଷ୍ଟ୍ରବେରୀକୁ ଦାନ୍ତରେ ଘଷିବା ଦ୍ୱାରା ଆପଣଙ୍କ ଦାନ୍ତର ହଳଦିଆପଣ ମଧ୍ୟ ଦୂର ହୋଇଯିବ। ଷ୍ଟ୍ରବେରୀ ଘସିଲା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। 

 

5/6

ଲୁଣ ଏବଂ ସୋରିଷ ତେଲ

ଲେମ୍ବୁ ରସ ସହିତ କିଛି ଲୁଣ ଏବଂ ସୋରିଷ ତେଲରେ ମିଶାଇ ବ୍ରଶ୍ କରିବା ଦ୍ୱାରା ଆପଣଙ୍କ ଦାନ୍ତର ଚମକ ଆସିବ।

6/6

ଆପଲ୍ ସାଇଡର୍ ଭିନେଗାର

ଏକ କପ୍ ପାଣିରେ ଅଧା ଚାମଚ ଆପଲ୍ ସାଇଡର୍ ଭିନେଗାର (apple cider vinegar) ମିଶାଇ ଦାନ୍ତକୁ ହାଲୁକା ବ୍ରଶ୍ କରନ୍ତୁ। ନିୟମିତ ଏପରି କଲେ ଧୀରେ ଧୀରେ ଆପଣଙ୍କ ଦାନ୍ତର ହଳଦିଆ ଲୋପ ପାଇବାକୁ ଲାଗିବ। ଏହାକୁ ବିନା ପାଣିରେ ନେଇ ଭୁଲ କରନ୍ତୁ ନାହିଁ, କାରଣ ଏହା କ୍ଷତିକାରକ ହୋଇପାରେ । ଏହାକୁ ଦିନକୁ ଥରେ ବ୍ୟବହାର କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link