Advertisement
Photo Details/zeeodisha/odisha2684330
Zee OdishaPhotosToday Horoscope: ଆଜି ହନୁମାନଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?
photoDetails0hindi

Today Horoscope: ଆଜି ହନୁମାନଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 18 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୧୮ ହେଉଛି ମଙ୍ଗଳବାର। ହିନ୍ଦୁ ଧର୍ମ ଅନୁସାରେ ମଙ୍ଗଳବାର ଦିନଟି ରାମ ଭକ୍ତ ହନୁମାନଙ୍କ ପୂଜା ପାଇଁ ସମର୍ପିତ କରାଯାଇଛି।  ତେବେ, ଆସନ୍ତୁ ଜାଣିବା ଆଜି ହନୁମାନଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ : ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ।  ବନ୍ଧୁମାନଙ୍କ ଜରିଆରେ ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ ।  ବିଭିନ୍ନ ସମସ୍ୟା ବିଜଡିତ ରହିବା ହେତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ । ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ।

 

 

ALSO READ: Weekly Special Horoscope: ମାର୍ଚ୍ଚର ତୃତୀୟ ସପ୍ତାହ; କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ?

ALSO READ:  Surya Shani Yuti 2025: ସୂର୍ଯ୍ୟ-ଶନିଙ୍କ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍

2/12

ବୃଷ : କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି । କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ ।  ପରିବାରର ବ୍ୟୟ ଭରଣା ସକାଶେ ବ୍ୟସ୍ତତା ବଢ଼ିଯାଇପାରେ । ମନୋରଞ୍ଜନରେ ରୁଚି ବଳିବ ଓ ଖୁସି ରହିବେ ।

 

3/12

ମିଥୁନ: ଆଜି ଘରର ଅଟକି ରହିଥିବା କାମକୁ ଯଥାଶୀଘ୍ର ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି ।  ମିଠା କଥାରେ ଅନ୍ୟକୁ ଆପଣେଇନେବାରେ ସମର୍ଥ ହେବେ । ପାରିବାରିକ କାରଣରୁ କଳହଜନିତ ମାନସିକ ଅସ୍ଥିରତା ଲାଗି ରହିବ । ସଭାସମିତି, ସଙ୍ଗୀତ, ଚଳଚ୍ଚିତ୍ର ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଗତି ଘଟିବ ।

 

4/12

କର୍କଟ : ଦିନଟି ଠିକ୍-ଠାକ୍ ରହିବ। ସନ୍ତାନଙ୍କ ଶିକ୍ଷା, ବନ୍ଧୁ ସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ଉପକୃତ ହେବେ । ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହୋଇପାରନ୍ତି । ଭାବପ୍ରବଣତା କାରଣରୁ ଅଧିକାଂଶ ସମୟ ତର୍କ ବିତର୍କଜନିତ ଅସ୍ଥିରତା ଲାଗି ରହିବ । ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । 

 

5/12

ସିଂହ :  ଆଜି  କର୍ମାରମ୍ଭରେ ଉତ୍ସାହିତ ହେବେ ସହ ସଫଳତା ହାସଲ କରିପାରନ୍ତି । ସହକର୍ମୀଙ୍କ ସହ ଆଲୋଚନାରୁ ସନ୍ତୋଷ ପାଇବେ । ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ କିନ୍ତୁ ଆର୍ଥିକ ଅଭିବୃଦ୍ଧି ନିରୁପଦ୍ରବ ରହିବ । ନିଜ ପରିସରର ବ୍ୟକ୍ତିଙ୍କ ଆହ୍ବାନ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

 

6/12

କନ୍ୟା : କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ସ୍ବାସ୍ଥ୍ୟହାନୀ ଓ ମାନସିକ ଅଶାନ୍ତିରେ ଅତିଷ୍ଠ ହୋଇପାରନ୍ତି । ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁ-ସମ୍ପର୍କ ବ୍ୟାହତ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

7/12

ତୁଳା :  ବନ୍ଧୁଙ୍କ ସହାୟତାରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ ଓ ଖୁସି ହେବେ । ସମ୍ପର୍କୀୟ ମାନଙ୍କ ସହ ଦ୍ୱନ୍ଦ୍ୱଯୁକ୍ତ ବାକ୍ୟାଳାପ କରିପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ । କେତେକ କ୍ଷେତ୍ରରେ ସ୍ନାୟବିକ ଦୁର୍ବଳତା ବିସ୍ମରଣର କାରଣ ହେବ ।

 

8/12

ବିଛା :  ଦିନଟି ଶୁଭ ରହିବ।  ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆର୍ଥିକ ସମସ୍ୟା ଦୂର ହୋଇଯିବ ।  ଖୁସି ମନରେ କାମ କରିବେ । ଯାହା ଚିନ୍ତା କରିଥିବେ ତାହାକୁ କାର୍ଯ୍ୟରେ ପରିଣତ କରିବେ ।ପ୍ରଶାସନିକ ସ୍ତରରେ କଠୋର ବାକ୍ୟାଳାପ କାରଣରୁ ଅଧସ୍ତନ କର୍ମଚାରୀଙ୍କଠାରୁ ଆସ୍ଥା ହରାଇପାରନ୍ତି ।

 

9/12

ଧନୁ :  ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଭୂତପୂର୍ବ ସଫଳତା ହାସଲ କରିବେ । ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଦୃଷ୍ଟିଜନିତ କ୍ରନିକ୍‌ ରୋଗର ପୀଡ଼ା ଅନୁଭବ କରିବେ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । 

 

10/12

ମକର :  କୌଣସି କ୍ଷେତ୍ରରେ ତରବର ନ ହୋଇ ସତର୍କତାର ସହ କାମ କରିବା ଭଲ । ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଇଚ୍ଛା ନ ଥାଇ ମଧ୍ୟ ବନ୍ଧୁ ଦ୍ୱାରକୁ ଯିବାକୁ ପଡ଼ିପାରେ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ଦୂରଯାତ୍ରା କରିବେ । ସ୍ବାର୍ଥକୁ କେନ୍ଦ୍ରକରି ନିଜ ଲୋକଙ୍କଠାରୁ ସମ୍ପର୍କ ହରାଇପାରନ୍ତି ।

 

11/12

କୁମ୍ଭ : ଆଜି  କର୍ମକ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ଏଥିପାଇଁ ଅଧିକ କଷ୍ଟ କରିବାକୁ ପଡ଼ିବ ।  କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ଧନଭାବସ୍ଥ ଗୁରୁ ବୈଷୟିକ ଅବିବୃଦ୍ଧି ସାଙ୍ଗକୁ ସଭାସମିତିରେ ପ୍ରଶଂସିତ ହେବେ ।

 

12/12

ମୀନ : ଆଜି ସକାଳୁ ଭ୍ରମଣ ସକାଶେ ମନ ବଳାଇବେ ଓ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବିବାଦୀୟ ଚିନ୍ତାଧାରା ଜନିତ କୌଣସି କାର୍ଯ୍ୟରେ ସଫଳତା ପାଇବେ ନାହିଁ । କେତେକ ମିଥ୍ୟାଭିଯୋଗକୁ କେନ୍ଦ୍ରକରି କିମ୍ବା ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ ।