Advertisement
Photo Details/zeeodisha/odisha2685588
photoDetails0hindi

Today Horoscope: ଆଜି କର୍କଟ-ଧନୁ ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୧୯ ହେଉଛି ବୁଧବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର

1/12

ମେଷ: ଆଜି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ । ଯାହାକୁ ନେଇ ମନକୁ ଭାରାକ୍ରାନ୍ତ କରିବ।  କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିପାରନ୍ତି । ସହକର୍ମୀଙ୍କ ସହ ଆଲୋଚନାରୁ ସନ୍ତୋଷ ପାଇବେ ।  କିନ୍ତୁ ଆର୍ଥିକ ଅଭିବୃଦ୍ଧି ନିରୁପଦ୍ରବ ରହିବ । ନିଜ ପରିସରର ବ୍ୟକ୍ତିଙ୍କ ଆହ୍ବାନ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ALSO READ: MLA Sofia Firdous Pics: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଧାୟିକା ସୋଫିଆ ଫିରଦୋସଙ୍କ ଏହିସବୁ ଫଟୋ, ଦେଖନ୍ତୁ

ALSO READ: Viral Video: ରାସ୍ତା କଡ଼ରେ ଯାତ୍ରା ଅଭିନେତ୍ରୀ ନିଶାଙ୍କ ଜବରଦସ୍ତ ଡାନ୍ସ, ଆଶ୍ଟର୍ଯ୍ୟ ହେଲେ ଫ୍ୟାନ୍ସ

2/12

ବୃଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି । ମନୋରଞ୍ଜନରେ ରୁଚି ବଳିବ ଓ ଖୁସି ରହିବେ । ପରିବାରର ବ୍ୟୟ ଭରଣା ସକାଶେ ବ୍ୟସ୍ତତା ବଢ଼ିଯାଇପାରେ । କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ । 

 

3/12

ମିଥୁନ: ଆଜି ମିଠା କଥାରେ ଅନ୍ୟକୁ ଆପଣେଇ ନେବାରେ ସମର୍ଥ ହେବେ । ଘରର ଅଟକି ରହିଥିବା କାମକୁ ଯଥାଶୀଘ୍ର ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି । ପାରିବାରିକ କାରଣରୁ କଳହଜନିତ ମାନସିକ ଅସ୍ଥିରତା ଲାଗି ରହିବ ।  ସଭାସମିତି, ସଙ୍ଗୀତ, ଚଳଚ୍ଚିତ୍ର ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଗତି ଘଟିବ ।

 

4/12

କର୍କଟ :  ଭାବପ୍ରବଣତା କାରଣରୁ ଅଧିକାଂଶ ସମୟ ତର୍କ ବିତର୍କଜନିତ ଅସ୍ଥିରତା ଲାଗି ରହିବ । ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ସନ୍ତାନଙ୍କ ଶିକ୍ଷା, ବନ୍ଧୁ ସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ଉପକୃତ ହେବେ । ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହୋଇପାରନ୍ତି ।ଆଜି ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

 

5/12

ସିଂହ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଭୂତପୂର୍ବ ସଫଳତା ହାସଲ କରିବେ । କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ନୂଆ ନିଯୁକ୍ତି ସୁଯୋଗ ପାଇବେ।  ଦୃଷ୍ଟିଜନିତ କ୍ରନିକ୍‌ ରୋଗର ପୀଡ଼ା ଅନୁଭବ କରିବେ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । 

 

6/12

କନ୍ୟା:  ସ୍ବାସ୍ଥ୍ୟହାନି ଓ ମାନସିକ ଅଶାନ୍ତିରେ ଅତିଷ୍ଠ ହୋଇପାରନ୍ତି । ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । 

 

7/12

ତୁଳା:  ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ । ସମ୍ପର୍କୀୟ ମାନଙ୍କ ସହ ଦ୍ୱନ୍ଦ୍ୱଯୁକ୍ତ ବାକ୍ୟାଳାପ କରିପାରନ୍ତି ।  କେତେକ କ୍ଷେତ୍ରରେ ସ୍ନାୟବିକ ଦୁର୍ବଳତା ବିସ୍ମରଣର କାରଣ ହେବ । ବନ୍ଧୁଙ୍କ ସହାୟତାରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ ଓ ଖୁସି ହେବେ ।

 

8/12

ବିଛା: ଆଜିର ଦିନଟି ଖୁବ୍ ଶୁଭ ରହିବ। ଖୁସି ମନରେ କାମ କରିବେ । ଯାହା ଚିନ୍ତା କରିଥିବେ ତାହାକୁ କାର୍ଯ୍ୟରେ ପରିଣତ କରିବେ । ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆର୍ଥିକ ସମସ୍ୟା ଦୂର ହୋଇଯିବ । ପ୍ରଶାସନିକ ସ୍ତରରେ କଠୋର ବାକ୍ୟାଳାପ କାରଣରୁ ଅଧସ୍ତନ କର୍ମଚାରୀଙ୍କଠାରୁ ଆସ୍ଥା ହରାଇପାରନ୍ତି ।

 

9/12

ଧନୁ : ସ୍ବାର୍ଥକୁ କେନ୍ଦ୍ରକରି ନିଜ ଲୋକଙ୍କଠାରୁ ସମ୍ପର୍କ ହରାଇପାରନ୍ତି । କୌଣସି କ୍ଷେତ୍ରରେ ତରବର ନ ହୋଇ ସତର୍କତାର ସହ କାମ କରିବା ଭଲ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ଦୂରଯାତ୍ରା କରିବେ ।  ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଇଚ୍ଛା ନ ଥାଇ ମଧ୍ୟ ବନ୍ଧୁ ଦ୍ୱାରକୁ ଯିବାକୁ ପଡ଼ିପାରେ । 

 

10/12

ମକର : ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।ବିଭିନ୍ନ ସମସ୍ୟା ବିଜଡିତ ରହିବା ହେତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ । ବନ୍ଧୁମାନଙ୍କ ଜରିଆରେ ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ । 

 

11/12

କୁମ୍ଭ : କର୍ମକ୍ଷେତ୍ରରେ ଆଜି ସଫଳତା ପାଇବେ କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ । କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଧନଭାବସ୍ଥ ଗୁରୁ ବୈଷୟିକ ଅବିବୃଦ୍ଧି ସାଙ୍ଗକୁ ସଭାସମିତିରେ ପ୍ରଶଂସିତ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ ।

 

12/12

ମୀନ : ଦିନଟି ବହୁତ ଅନୁକୂଳ ରହିବ, ଅର୍ଥ ଓ ସମ୍ମାନ ପାଇବେ । ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହେବ । ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ରୋଗଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ । 

 

;