Advertisement
Photo Details/zeeodisha/odisha2668258
Zee OdishaPhotosToday Horoscope: ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?
photoDetails0hindi

Today Horoscope: ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 4 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୪ ହେଉଛି ମଙ୍ଗଳବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ:  ଆଜି ଆପଣଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ।  ମାନସିକ ଅବସାଦ , ପାରିବାରିକ ସମସ୍ୟା ସହ ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। କୌଣସି ଭଲ ଖବର ଆଶା କରାଯାଇ ନପାରେ। ଦୁଃଖଦ ଘଟଣା ଏବଂ ବିପଦ ମଧ୍ୟ ଦେଖାଦେଇପାରେ। ପ୍ରାପ୍ୟ ଟଙ୍କା ଫେରିପାଇବାରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଲାଭଜନକ ଭଲ କାମ ବନ୍ଦ କରିବାକୁ ପଡ଼ିପାରେ। 

ALSO READ: Viral Video: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଭୂମିକା ଦାଶ ! ଭାଇରାଲ୍ ହେଉଛି ଏହି ଭିଡିଓ

ALSO READ: ଏମିତି ଆରମ୍ଭ ହୋଇଥିଲା ଉତ୍ତମ ମହାନ୍ତିଙ୍କ ଲଭଷ୍ଟୋରୀ, ଅପରାଜିତାଙ୍କୁ କହି ନଥିଲେ ଆଇ-ଲଭ୍-ୟୁ...

 

2/12

ବୃଷ: ଆଜି କାର୍ଯ୍ୟସିଦ୍ଧି ହେବ ସହ ଦିର୍ଘ ଦିନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ସାଂସାରିକ ଭୋଗ୍ୟ ବସ୍ତୁ ଲାଭ କରିବାର ସମ୍ଭାବନା ଅଛି। ଯଦି ଆପଣ କିଛି ନୂଆ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଉପଯୁକ୍ତ ସମୟ କାରଣ ଏହା ସଫଳ ହେବା ନିଶ୍ଚିତ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସମ୍ମାନ, ପଦୋନ୍ନତି ଏବଂ ପ୍ରଶଂସା ଆଶା କରିପାରନ୍ତି। ଏବଂ ସ୍ୱାସ୍ଥ୍ୟ ଭଲ ରହିବ। 

3/12
  ମିଥୁନ:  ଅସୁସ୍ଥତା, ମାନସିକ ଅବସାଦ ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ।  ବ୍ୟବସାୟ କିମ୍ବା ଅଫିସରେ ସାଧାରଣ ଦିନ ଅପେକ୍ଷା ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।ଖାସ୍ କରି ଶତ୍ରୁମାନଙ୍କ ଉପରେ ବିଶେଷ ନଜର ରଖନ୍ତୁ କାରଣ ସେମାନେ କ୍ଷତି କରିବାର ସମ୍ଭାବନା ଅଛି। ପିଲାମାନଙ୍କ ସହିତ ବିବାଦ କରନ୍ତୁ ନାହିଁ। ହୁଏତ ସେମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି। 

4/12
କର୍କଟ:   ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ଆଗକୁ ଯାଇ ଲକ୍ଷ୍ୟ ହାସଲ କରିବାର ସମୟ ଆସିଛି। କାରଣ ଏଥିରେ ଆପଣ ସଫଳ ହୋଇପାରିବେ। ନିଜ କୃତିତ୍ବ ପାଇଁ ସମ୍ମାନ ଏବଂ ସ୍ୱୀକୃତି ପାଇପାରନ୍ତି। ଆପଣ ଶତ୍ରୁମାନଙ୍କୁ ପରାସ୍ତ କରିବେ, ନୂତନ ବନ୍ଧୁ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ମୋଟ ଉପରେ ଦିନଟି ଆପଣ ହସଖୁସି ଭିତରେ କଟାଇବାର ସମ୍ଭାବନା ରହିଛି।

5/12
  ସିଂହ:   ଦିନଟି ଖୁବ୍ ଭଲରେ କଟିବ । ଆକସ୍ମିକ ଅର୍ଥପ୍ରାପ୍ତି ହୋଇପାରେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି। ଯଦି ଆପଣ ଏକ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ହେଉଛି ଉପଯୁକ୍ତ ସମୟ। ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ। ସାଂସାରିକ ଭୋଗ ଏବଂ ସୁସ୍ବାଦୁ ଖାଦ୍ୟର ଆନନ୍ଦ ନେଇପାରିବେ। ଶତ୍ରୁମାନେ ପରାଭୂତ ହେବେ। ଏଥିସହ ନୂତନ ବନ୍ଧୁ, ବିଶେଷକରି ବିପରୀତ ଲିଙ୍ଗର ବନ୍ଧୁ ସୃଷ୍ଟି କରିବା ପାଇଁ ଏହି ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। 

6/12

କନ୍ୟା:  ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଖର୍ଚ୍ଚ ବଢ଼ିପାରେ। ଯତ୍ନର ସହିତ ଟଙ୍କା ଖର୍ଚ୍ଚ କରନ୍ତୁ। ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ।  ପ୍ରିୟଜନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ। ଅନିୟନ୍ତ୍ରିତ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। କାରଣ ଏହା କୌଣସି ସମସ୍ୟାର ସମାଧାନ ନୁହେଁ ବରଂ ସମସ୍ୟା ବୃଦ୍ଧିକାରକ।

7/12
ତୁଳା:  ଉତ୍ତମ ବ୍ୟବହାର ଓ ସହନଶୀଳତା ବଳରେ କେତେକ ନକାରାତ୍ମକ ସ୍ଥିତିକୁ ଏଡ଼ାଇପାରିବେ।  ଆପଣ ନେଇଥିବା ଦାୟିତ୍ବ ଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରନ୍ତୁ। ଟିକିଏ ପରିଶ୍ରମ ଅଧିକ ପଡ଼ିପାରେ।  ଆର୍ଥିକ ଦୃଷ୍ଟିରୁ ସମୟ ଟିକିଏ କଷ୍ଟକର ହୋଇପାରେ।  ଯଦି ଆପଣ ଜଣେ ବ୍ୟବସାୟୀ ତେବେ କାରବାରରେ ସଚ୍ଚୋଟତା ଅବଲମ୍ବନ କରନ୍ତୁ। ଦୂରଯାତ୍ରା ବା ବିଦେଶ ଯାତ୍ରା ଯୋଜନାକୁ ସ୍ଥଗିତ ରଖନ୍ତୁ। ନିଜ କାମ ନିଜ ଇଚ୍ଛାରେ ସମାପ୍ତ ନକରିବାରୁ ଆପଣ ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି।

8/12
  ବିଛା: ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଉଦ୍ୟମରେ ସଫଳତା ପାଇପାରିବେ। ଖ୍ୟାତି ବଢ଼ିବ। ବକେୟା, ଟଙ୍କା ପାଇପାରନ୍ତି। ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ। 

9/12

ଧନୁ: ଅଫିସରେ କିଛି ବାଧା ଉପୁଜିପାରେ, କିନ୍ତୁ ତାହା ସ୍ଥାୟୀ ହେବନାହିଁ। ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଲୋକମାନଙ୍କ ସହିତ ବ୍ୟବହାର ବେଳେ ବିଶେଷ ଭାବରେ ସଚେତନ ରହିବା ଉଚିତ। କୌଣସି ପ୍ରକାର ବିବାଦ ଭିତରେ ପଶିଲେ ତାହା ବୃଥା ଝଗଡା ରୂପ ନେଇପାରେ। ନିଜର ସମ୍ମାନ ଏବଂ ପ୍ରତିଷ୍ଠା ରକ୍ଷା କରିବାକୁ ପ୍ରଯତ୍ନ କରନ୍ତୁ।  କଠିନ ପରିଶ୍ରମର ଫଳାଫଳ ନିଶ୍ଚିତ ମିଳିବ। ଧୈର୍ଯ୍ୟ ରଖି ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।

10/12

ମକର: ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି। ଖର୍ଚ୍ଚ ବୃଦ୍ଧି ପାଇବ। ବୃଥା ଅପଚୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ମାନସିକ ସ୍ତରରେ, ଆପଣ ଯନ୍ତ୍ରଣା ଏବଂ ଅସ୍ଥିରତା ଅନୁଭବ କରିପାରନ୍ତି। ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ବଜାୟ ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ପଡିପାରେ। ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। 

11/12
କୁମ୍ଭ:  ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ଅନୁକୂଳ ରହିବ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।  ଦାମ୍ପତ୍ୟ ଜୀବନରେ ଆନନ୍ଦ ମିଳିବ। ଶରୀରରେ ସୁସ୍ଥତା ଅନୁଭବ କରିବେ। ତଥାପି ନିଜ ଭାବନା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ନହେବାକୁ ଚେଷ୍ଟା କରନ୍ତୁ। ପୁରୁଣା ଋଣ, ଅର୍ଥନୈତିକ ଲକ୍ଷ୍ୟ ଏବଂ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହୋଇପାରେ।

12/12
  ମୀନ: ଦିନଟି ଭଲ କଟିବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି।  ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ନିଜର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହେବା ଆପଣଙ୍କ ପାଇଁ ସଫଳତା ଆଣିଦେଇପାରେ। ନିଜର ବୁଦ୍ଧିବଳ ଉପରେ ନିର୍ଭର କଲେ ଅନେକ ସମସ୍ୟାରୁ ମୁକ୍ତି ପାଇବେ। ଘରେ ଖୁସିର ପରିବେଶ ରହିବ। ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ। ଆର୍ଥିକ ପରିସ୍ଥିତି ଭଲ ରହିବ।