Advertisement
Article Detail0/zeeodisha/odisha2332584
Zee OdishaZee Odishaଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୁଲିସ

ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୁଲିସ

ଦେଢ ବର୍ଷ ହେବ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ କେୟାରଟେକର ଅର୍ଥାତ୍ ଉକ୍ତ ଯୁବତୀ ଜଣକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ।

ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୁଲିସ

ଭୁବନେଶ୍ଵର: ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ପୁଲିସ ଜେରା କରିଛି। ବିଡ଼ାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି। ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ବିଡ଼ାନାସୀ ଥାନାରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। 

ସେହିପରି ଘଟଣାକୁ ନେଇ ଗତକାଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛି। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୫ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି। 

ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା ଦେଢ଼ ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। 

Add Zee News as a Preferred Source

ସୂଚନାଯୋଗ୍ୟ ଯେ, ରିୟା ଏବଂ ତାଙ୍କ ସ୍ୱାମୀ ଘରୋଇ କେୟାର ଟେକରକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ ଯୁବତୀ ଜଣକ। ତେବେ ଏହି ଯୁବତୀ ଜଣଙ୍କ ରିୟାଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ। ରିୟାଙ୍କ ସ୍ବାମୀ ମଦ ବୋତଲରେ ତାଙ୍କୁ ବାଡ଼େଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ତେବେ କଳେ ବଳେ କୌଶଳେ ଯୁବତୀ ଜଣଙ୍କ ରିୟାଙ୍କ ଘରୁ ଖସି ପଳାଇ ଆସିଥିଲେ। ଏହାପରେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିନେତ୍ରୀ ରିୟା ଏବଂ ତାଙ୍କ ସ୍ୱାମୀଙ୍କ ନାଁ ରେ ଅଭିଯୋଗ କରିଥିଲେ। ଫଳରେ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଛି। 

ତେବେ ଯୁବତୀର କହିବା ଅନୁଯାୟୀ, ଦେଢ ବର୍ଷ ହେବ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ କେୟାରଟେକର ଅର୍ଥାତ୍ ଉକ୍ତ ଯୁବତୀ ଜଣକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏଥିସହିତ ଅଭିନେତ୍ରୀ ରିୟା ଯୁବତୀ ଜଣକୁ ବାହାର ପଟୁ ତାଲା ପକାଇ ରଖୁଥିଲେ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯିବତୀ ଜଣଙ୍କ । ତେବେ ଏହି ଘଟଣାରେ ଏଯାଏଁ ମୁହଁ ଖୋଲି ନାହାନ୍ତି ଅଭିନେତ୍ରୀ ରୀୟା ଏବଂ ତାଙ୍କ ସ୍ୱାମୀ। ତେବେ ପ୍ରକୃତରେ କଣ ରହିଛି ଘଟଣାର ସତ୍ୟାସତ୍ୟ ତାହା ଆଗକୁ ହିଁ ଜଣାପଡିବ। 

About the Author