UP Election 2022: SP-RLD ମେଣ୍ଟ ବିରୋଧରେ ଗର୍ଜିଲେ AIMIM ମୁଖ୍ୟ Asaduddin Owaisi
ସଲମାନ ସମ୍ପ୍ରଦାୟକୁ ନେଇ ରାଜନୀତି କରୁଥିବା ଦଳ ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ।
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳ ତଥା ଦଳୀୟ ପ୍ରାର୍ଥୀଙ୍କ ଲାଗି ଲାଗି ସମସ୍ତ ପ୍ରକାର କଳ, ବଳ କୌଶଳ ଲଗାଇ ପ୍ରଚାର କରୁଥିବା ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ମୁସଲମାନ ସମ୍ପ୍ରଦାୟକୁ ନେଇ ରାଜନୀତି କରୁଥିବା ରାଜନୈତିକ ଦଳଙ୍କ ବିରୋଧ ଜୋରଦାର ବର୍ଷିଛନ୍ତି।
ଏକ ସାକ୍ଷତକାରରେ ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief) ଅସାଦୁଦ୍ଦିନ ଓୱେସି (Asaduddin Owaisi) କହିଛନ୍ତି ଆମେ କେବଳ ମତଦାତା ନୁହେଁ ବରଂ ମତ ହାସଲ କରୁଥିବା ଲୋକ। ରାଜ୍ୟର ମୁସଲମାନ ସମ୍ପ୍ରଦାୟକୁ (Muslim of Uttar Pradesh) ନେଇ ରାଜନୀତି କରୁଥିବା ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ଏବଂ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ଭଳି ଦଳକୁ ନେଇ ଗଠିତ ମେଣ୍ଟ (SP-RLD Alliance) ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ଯେତେବେଳେ ସେମାନେ ସେମାନେ ଏବଂ ସେମାନଙ୍କ ସମାଜ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେତେବେଳେ ଉଭୟ ଦଳ କେଉଁଠାରେ ଥିଲେ?
Also Read: ମୁସଲମାନଙ୍କ ସମସ୍ୟାକୁ ନେଇ BSP-Congress-SP କୁ ଟାର୍ଗେଟ କଲେ Asaduddin Owaisi
ରାଜନୀତିରେ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି ଯେ ଆପଣ ଅନ୍ୟ ଲୋକଙ୍କ ଦ୍ୱାରସ୍ଥ ହୋଇ କାହିଁକି ଟିକେଟ ମାଗୁଛନ୍ତି? ଆମ ପାଖକୁ ଆସ। ନିର୍ବାଚନ ଲଢିବାକୁ ଆମେ ଟିକେଟ୍ ପ୍ରଦାନ କରିବୁ। ମୁଁ ଆପଣଙ୍କୁ ସତର୍କ କରାଉଛି ଯେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆପଣଙ୍କ ସହ ପୁଣି ବିଶ୍ୱାସଘାତକତା କରିବେ। ଆପଣଙ୍କୁ ସେ ବିଧାୟକ, ବିଧାନ ପରିଷଦ ସଦସ୍ୟ, ଲୋକସଭା କିମ୍ବା ରାଜ୍ୟସବା ସାଂସଦ କରିବାକୁ କହୁଛନ୍ତି। ହେଲେ ସେ ଏପରି କରିବେ ନାହିଁ।
Also Read: UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?
ଆମେ ସଂଖ୍ୟାଲଘୁଙ୍କୁ ସାଥିରେ ସେମାନଙ୍କ ରାଜନୀତିକୁ ଉଜ୍ଜ୍ୱଳ କରିବୁ। ହେଲେ ଅଖିଳେଶ ଯାଦବ ସଂଖ୍ୟାଲଘୁଙ୍କୁ ବୁଡ଼ାଇ ଦେବେ। ମତଦାନର ତାକତ କ'ଣ ତାହା ରାଜ୍ୟରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟକୁ ବୁଝାଇ ସେ କହିଛନ୍ତି ହାତୀକୁ ଏକ ଛୋଟ ଜଞ୍ଜିରରେ ବାନ୍ଧି ଏହାକୁ ବ୍ୟବହାର କରାଯାଏ। ସେହିପରି ମୁସଲମାନ ଅନ୍ୟ ରାଜନୈ ତିକ ଦଳ ଦ୍ୱାରା ବନ୍ଧା ହୋଇ ରହିଛନ୍ତି। ମୁସଲମାନ ସେମାନଙ୍କ ସମ୍ପ୍ରଦାୟର ଶକ୍ତି କ'ଣ ତାହା ଜାଣିବା ଆବଶ୍ୟକ। ଜଞ୍ଜିର କବଳରୁ ମୁକ୍ତ ହୋଇ ହାତୀ ହେବାକୁ ମୁସଲିମ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ।