ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ
Advertisement

ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ

ଟିଏମସିରେ ଯୋଗଦେବା ପରେ ପାର୍ଟି ମୁଖ୍ୟାଳୟରେ କଲାମ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଛି । ​​ଏବଂ ସେ ବିଦ୍ୱେଷ ପରିବେଶକୁ ଦୂରେଇ ରଖିବା ପାଇଁ ଟିଏମସି ଆଡକୁ ମୁହାଁଇଛନ୍ତି । 

ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ

କୋଲକାତା: ଆଉ କିଛି ମାସର ଅପେକ୍ଷା ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି କ୍ରମରେ ମୁସଲିମ ଭୋଟ୍ ଉପରେ ନଜର ରଖି ବଙ୍ଗଳାର ବିଧାନସଭା ନିର୍ବାଚନରେ ​​ଡେଇଁଥିବା ଅସାଦୁଦ୍ଦିନ ଓୱେସୀ (Asaduddin Owaisi) ଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବଡ଼ ଝଟକା ଦେଇଛନ୍ତି । ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମୀନ (AIMIM) ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏସକେ ଅବଦୁଲ କଲାମ ପାର୍ଟି ପରିବର୍ତ୍ତନ କରିଛନ୍ତି । ସେ ଆହୁରି ଅନେକ ଦଳର ସଦସ୍ୟଙ୍କ ସହ ତୃଣମୂଳ କଂଗ୍ରେସ (TMC) ରେ ଯୋଗ ଦେଇଛନ୍ତି ।

 ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ଟିଏମସିରେ ଯୋଗଦେବା ପରେ ପାର୍ଟି ମୁଖ୍ୟାଳୟରେ କଲାମ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଛି । ​​ଏବଂ ସେ ବିଦ୍ୱେଷ ପରିବେଶକୁ ଦୂରେଇ ରଖିବା ପାଇଁ ଟିଏମସି ଆଡକୁ ମୁହାଁଇଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ,  ''ଆମେ ଦେଖିଛୁ ପଶ୍ଚିମବଙ୍ଗ ଶାନ୍ତିର ସ୍ଥାନ ଥିଲା । କିନ୍ତୁ କିଛି ସମୟ ହେବ ଘୃଣାର ପରିବେଶ ହୋଇଯାଇଛି ଏବଂ ଏହାକୁ ଠିକ୍ କରାଯିବା ଉଚିତ୍ । ସେଥିପାଇଁ ମୁଁ ତୃଣମୂଳ କଂଗ୍ରେସରେ ଯୋଗଦେବାକୁ ସ୍ଥିର କଲି ।''

ଅଧିକ ପଢ଼ନ୍ତୁ:-ମଧ୍ୟ ପ୍ରଦେଶ ବିଜେପିରେ ବିଦ୍ରୋହ! 'କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ୩୫ ଜଣ ବିଧାୟକ'

ବରିଷ୍ଠ ଟିଏମସି ନେତା ତଥା ରାଜ୍ୟ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ଏଆଇଏମ୍ଆଇଏମ୍ ନେତା ଏବଂ ତାଙ୍କ ସମର୍ଥକମାନେ ଶାସକ ଦଳରେ ଯୋଗ ଦେଇଛନ୍ତି । କଲାମ କହିଛନ୍ତି ଯେ ଅତୀତରେ AIMIM ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା କରିବା ଉଚିତ୍ ଥିଲା ଏବଂ ଏହି ସମୟରେ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା କରିବା ଠିକ୍ ନୁହେଁ । ସେ କହିଛନ୍ତି ଯେ ଏହା ଅନାବଶ୍ୟକ ଭାବରେ ଭୋଟ୍ କାଟିବ, ଯାହା ଆଦୌ ଆବଶ୍ୟକ ନୁହେଁ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ନୀତିଶ ସରକାର!

ଉଲ୍ଲେଖନୀୟ କଥା ହେଉଛି, ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗତ ବର୍ଷ ନଭେମ୍ବରରେ AIMIM ନେତା ଅନୱାର ପାଶା ତାଙ୍କ ସହକର୍ମୀଙ୍କ ସହ ଟିଏମସିରେ ଯୋଗ ଦେଇଥିଲେ । ପାର୍ଟି ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଗତ ରବିବାର ରାଜ୍ୟ ଗସ୍ତରେ ଯାଇ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ ।