ବିଧାନସଭା ନିର୍ବାଚନରେ BJP ୨୦୨୨ରେ ୩୫୦ରୁ ଊର୍ଦ୍ଧ୍ୱ ଆସନ ଜିତିବ ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିଥିଲେ। ଆଉ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା SP ଅଧ୍ୟକ୍ଷ ଅଖିଳେଶ ଯାଦବ BJPକୁ ଚ୍ୟାଲେଞ୍ଜ କରିଛନ୍ତି।
Trending Photos
)
ଲକ୍ଷ୍ନୌ: ଆସନ୍ତା ୨୦୨୨ରେ ଦେଶର ସବୁଠୁ ବୃହତ୍ତ ରାଜ୍ୟ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ସମାଜବାଦୀ ପାର୍ଟି (SP) ଠାରୁ କ୍ଷମତା ଛଡାଇ ଆଣିଥିବା BJP ପୁଣି ରାଜ୍ୟରେ ସାଶନ କରିବାକୁ ଲକ୍ଷ୍ୟ ରଖିଛି। ବିଧାନସଭା ନିର୍ବାଚନରେ BJP ୨୦୨୨ରେ ୩୫୦ରୁ ଊର୍ଦ୍ଧ୍ୱ ଆସନ ଜିତିବ ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିଥିଲେ। ଆଉ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା SP ଅଧ୍ୟକ୍ଷ ଅଖିଳେଶ ଯାଦବ BJPକୁ ଚ୍ୟାଲେଞ୍ଜ କରିଛନ୍ତି।
ଉତ୍ତର ପ୍ରଦେଶ (Uttar Pradesh) ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ, ସମାଜବାଦୀ ପାର୍ଟି ୨୦୨୨ ନିର୍ବାଚନରେ ୩୫୦ଟି ଆସନ ଜିତିବ। BJPର ୪୫ ବିଧାୟକ ମଧ୍ୟ ଜିତିବେ ନାହିଁ। କିଛି ଦିନ ମଧ୍ୟରେ ଟିକେଟ୍ କଟାହେଉଥିବା ନେତାଙ୍କ ଏକ ତାଲିକା ପ୍ରସ୍ତୁତ ହେବ। ଏହା ପରେ BJPରେ ବିପର୍ଯ୍ୟୟ ହେବ। ଉତ୍ତର ପ୍ରଦେଶବାସୀ ପୁଣି ସମାଜବାଦୀ ପାର୍ଟି ଉପରେ ବିଶ୍ୱାସ କରିବାକୁ ଯାଉଛନ୍ତି ବୋଲି ଅଖିଳେଶ ଦାବି କରିଛନ୍ତି।
Also Read: ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ମମତାଙ୍କୁ ଭେଟିଲେ ତେଜସ୍ୱୀ
୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ (UP Assembly Election) ବିଷୟରେ ଅଖିଳେଶ ଯାଦବ କହିଛନ୍ତି ଯେ, ଆମେ କୌଣସି ବଡ ଦଳ ସହ ମେଣ୍ଟ କରିବୁ ନାହିଁ। ଏହି ନିର୍ବାଚନରେ ଛୋଟ ଛୋଟ ଦଳ ସହିତ ଆମେ ଜନସାଧାରଣଙ୍କ ନିକଟକୁ ଯିବୁ। ବଡ ଦଳ ସହିତ କୌଣସି ଆପୋଷ ବୁଝାମଣା ହେବ ନାହିଁ। ସପା ନିଜେ ନିଜ ଦମରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ।
ଅଖିଳେଶ ଯାଦବ କହିଛନ୍ତି ଯେ, ଯୋଗୀ ସରକାର (Yogi Adityanath Govt) ଚାରି ବର୍ଷ ମଧ୍ୟରେ କିଛି ନୂଆ କରିପାରି ନାହାଁନ୍ତି। BJP ତାହାର ମନିଫେଷ୍ଟୋକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ସମଗ୍ର ରାଜ୍ୟରେ ଯୋଗୀ ସରକାର ବିଦ୍ୟୁତ ମହଙ୍ଗା କରିଛି। କୋରୋନା କାଳରେ ୟୁପି ସରକାରଙ୍କ ଦ୍ୱାରା ସବୁଠାରୁ ଖରାପ କାର୍ଯ୍ୟ କରାଯାଇଛି।