• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

ବରୁଣ ଗାନ୍ଧୀଙ୍କ ଠାରୁ ଦୂରେଇ ଯାଉଛି ପଦ୍ମ, ହାତ ଠାରି ଡାକୁଛି କଂଗ୍ରେସ

ବରୁଣ ଗାନ୍ଧୀ ଲଗାତାର ଟୁଇଟ୍ କରି ଲକ୍ଷ୍ମୀପୁର ହିଂସାକୁ ନେଇ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଯେଉଁଥିପାଇଁ ବିଜେପି ପେର ଏବେ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି।

ବରୁଣ ଗାନ୍ଧୀଙ୍କ ଠାରୁ ଦୂରେଇ ଯାଉଛି ପଦ୍ମ, ହାତ ଠାରି ଡାକୁଛି କଂଗ୍ରେସ
ଫାଇଲ ଫଟୋ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି। ଯାହା ତାଙ୍କୁ ଏବେ ମହଙ୍ଗା ପଡିଛି। ବରୁଣ ଗାନ୍ଧୀ ଲଗାତାର ଟୁଇଟ୍ କରି ଲକ୍ଷ୍ମୀପୁର ହିଂସାକୁ ନେଇ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଯେଉଁଥିପାଇଁ ବିଜେପି ପେର ଏବେ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। କଂଗ୍ରେସ କହିଛି ଯେ, ଯଦି ବିଜେପି ନେତା ବରୁଣ ଗାନ୍ଧୀ କୃଷକମାନଙ୍କ ଲଢ଼େଇ ପ୍ରତି ସଚ୍ଚୋଟ, ତେବେ ସେ ତାଙ୍କ ଦଳ ଛାଡ଼ି ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇବା ଉଚିତ୍।

କଂଗ୍ରେସ ନେତ୍ରୀ ଅଳକା ଲାମ୍ବା (Alka Lamba) କହିଛନ୍ତି, 'ମୁଁ ବରୁଣ ଗାନ୍ଧୀ (Varun Gandhi) ଙ୍କୁ ପରାମର୍ଶ ଦେବି ଯେ, ଯଦି ତାଙ୍କଠାରେ ଟିକିଏ ଆତ୍ମ ସମ୍ମାନ ରହିଥାଏ ଏବଂ ଯଦି ସେ ଲକ୍ଷ୍ମୀପୁର ଖେରୀରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ଲଢ଼େଇ ବିଷୟରେ ସଚ୍ଚୋଟ ହୁଅନ୍ତି, ତେବେ ଟ୍ୱିଟରରେ ଯୁଦ୍ଧ କରିବା ପରିବର୍ତ୍ତେ ସେ ବିଜେପି ଛାଡିବା ଉଚିତ୍। ରାସ୍ତାକୁ ଓହ୍ଲାଇ ସ୍ୱର ଉଠାନ୍ତୁ। ଯଦି ସେ ଭାବନ୍ତି ଯେ ତାଙ୍କୁ କ୍ୟାବିନେଟର ପରବର୍ତ୍ତୀ ସମ୍ପ୍ରସାରଣରେ ଅନ୍ତର୍ଭୁକ୍ତ କରାଯିବ, ତେବେ ମୁଁ ଭାବୁଛି ସେ ଭୁଲ୍ କରିଛନ୍ତି। ସେ ବର୍ତ୍ତମାନ ନିଷ୍ପତ୍ତି ନେବା ଉଚିତ୍।'

Also Read: Invesco କୁ ଝଟକା!  NCLAT NCLT କୁ କହିଲା  ଉତ୍ତର ରଖିବା ପାଇଁ ZEE କୁ  ଦିଆଯାଉ ପର୍ଯ୍ୟାପ୍ତ ସମୟ

ବିଜେପି ନେତା (BJP Leader) ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ ଦିଆଯାଇ ନାହିଁ। କିନ୍ତୁ ଏଥିପାଇଁ ସେ ନିଜେ ନିଷ୍ପତ୍ତି ନିଅନ୍ତୁ ବୋଲି ଅଳକା କହିଛନ୍ତି। ସେପଟେ ଗୁରୁବାର ଜାରି କରାଯାଇଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଉଭୟ ବରୁଣ ଗାନ୍ଧୀ ଓ ତାଙ୍କ ମାଆ ମେନକା ଗାନ୍ଧୀ (Menaka Gandhi) ଙ୍କ ନାମ ନାହିଁ। କୁହାଯାଉଛି ଯେ, ଲକ୍ଷ୍ମୀମପୁର ଖେରୀ ହିଂସା (Lakhimpur Kheri Violence) କୁ ନେଇ ବରୁଣ ଲଗାତାର ଯୋଗୀ ସରକାରଙ୍କୁ ପ୍ରଶ୍ନ କରୁଥିବାରୁ ତାଙ୍କୁ ଏହା ଭୋଗିବାକୁ ପଡିଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ବରୁଣ ଗାନ୍ଧୀ ଗୁରୁବାର ଦିନ ଲକ୍ଷ୍ମପୁର ଖେରୀ ଘଟଣାର ଏକ ଭିଡିଓ କ୍ଲିପ୍ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଥିରେ ବିଜେପି ନେତାଙ୍କ କାରକେଡ୍ ବିରୋଧ ପ୍ରଦର୍ଶନକାରୀ ଚାଷୀଙ୍କୁ ଦଳି ଦେଉଥିବାର ନଜର ଆସୁଛି। ପିଲିଭିତରୁ ସାଂସଦ ଥିବା ବରୁଣ ଗାନ୍ଧୀ କହିଛନ୍ତି, 'ଭିଡିଓ ବହୁତ ସ୍ପଷ୍ଟ। ହତ୍ୟା ମାଧ୍ୟମରେ ବିକ୍ଷୋଭକାରୀଙ୍କୁ ନୀରବ କରାଯାଇପାରିବ ନାହିଁ। ନିରୀହ ଚାଷୀଙ୍କୁ ହତ୍ୟା କରିବା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯିବା ଉଚିତ୍। ପ୍ରତ୍ୟେକ କୃଷକଙ୍କ ମନରେ ଅହଂକାର ଏବଂ ନିଷ୍ଠୁରତାର ବାର୍ତ୍ତା ଆସିବା ପୂର୍ବରୁ ନ୍ୟାୟ ପ୍ରଦାନ କରାଯିବା ଉଚିତ୍।'