ବୋହୂଙ୍କୁ ଉପହାରରେ ସଡ଼କ ଦେବେ ସାଂସଦ
Advertisement

ବୋହୂଙ୍କୁ ଉପହାରରେ ସଡ଼କ ଦେବେ ସାଂସଦ

ବାହାଘର ଉପହାରରେ ବୋହୂ ସାଂସଦଙ୍କୁ ଯାହା ମାଗିଥିଲେ ତାହାକୁ ଶୁଣି ସେ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। 

ବୋହୂଙ୍କୁ ଉପହାରରେ ସଡ଼କ ଦେବେ ସାଂସଦ

Road Gift for Daughter in Law: ସୁନା, ରୂପା ଟଙ୍କା ନୁହେଁ ବୋହୂଙ୍କୁ ଉପହାରରେ ସଡ଼କ ଦେବେ ଜଣେ ଲୋକସଭା ସାଂସଦ। ଉତ୍ତର ପ୍ରଦେଶ ଆଲିଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ନବ ବିବାହିତ ବୋହୂକୁ ଆଶୀର୍ବାଦ ଦେବା ଲାଗି ନିଜ ନିର୍ବାଚନମଣ୍ଡଳୀ ଅଧିନସ୍ଥ ଖୈର କସିସୋ ଗ୍ରାମରେ ପହଞ୍ଚିଥିଲେ ଆଲିଗଡ଼ ଲୋକସଭା ସାଂସଦ ସତୀଶ ଗୌତମ। ମାତ୍ର ଉପହାରରେ ବୋହୂ ସାଂସଦଙ୍କୁ ଯାହା ମାଗିଥିଲେ ତାହାକୁ ଶୁଣି ସେ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। 

ସହୃଦୟତା ଦେଖାଇ ସାଂସଦ ବୋହୂ କହିଥିବା ଉପହାର ଦେବାକୁ ରାଜି ହୋଇଥିଲେ। ସାଂସଦଙ୍କ ପାଖରେ ବୋହୂ ରଖିଥିବା ଦାବି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଅପ୍ରେଲ ୨ ତାରିଖରେ ନବୀନ ଶର୍ମାଙ୍କ ଏକମାତ୍ର ପୁତ୍ର ଦୀପାଂଶୁ ଶର୍ମାଙ୍କ ବିବାହ ହାଥରସ ଜିଲ୍ଲାର ମୁରସାନ୍ ଅଞ୍ଚଳର ବମନଇ ଗ୍ରାମ ପ୍ରିୟଙ୍କାଙ୍କ ସହ ହୋଇଥିଲା। ବିବାହ ଦିନ ବ୍ୟସ୍ତତା ହେତୁ ସାଂସଦ ବାହାଘରରେ ପହଞ୍ଚି ପାରିନଥିଲେ। ମାତ୍ର ପରେ ଯେତେବେଳେ ସେ ବୋହୂକୁ ଆଶୀର୍ବାଦ ଦେବା ସମୟରେ ନିଜ ପକେଟ ରୁ ଏକ ଲଫାପା ବାହାର କରିଥିଲେ ସେତେବେଳେ ବୋହୂ ଉପହାରରେ ଯାହା ମାଗିଥିଲେ ତାହାକୁ ଶୁଣି ଗ୍ରାମବାସୀ ଖୁସିରେ ନାଚିଥିଲେ।  ଯେତେବେଳେ ମୁଁ ଏଠାକୁ ବାହା ହୋଇ ଆସିଥିଲି ସେତେବେଳେ ମୋତେ କାଦୁଅ ରାସ୍ତାରେ ଶାଶୁ ଘରକୁ ଆସିବାକୁ ପଡିଥିଲା।

Also Read: ଗୋଇଠା ମାରି ପାଚେରୀ ଭାଙ୍ଗିଦେଲେ ବିଧାୟକ

 ଆଲିଗଡ଼ ସାଂସଦ ସତୀଶ ଗୌତମଙ୍କ ଖୈର କସିସୋ ଗ୍ରାମର ନିବାସୀ ନବୀନ କୁମାର ଶର୍ମାଙ୍କ ସହ ପାରିବାରିକ ସମ୍ପର୍କ ରହିଛି। ନବୀନଙ୍କ ପରିବାରରେ ଅନୁଷ୍ଠିତ ହୋଇଥିବା ବିବାହ ଉତ୍ସବରେ ଯୋଗ ଦେଇଥିଲେ ସ୍ଥାନୀୟ ସାଂସଦ। ଏହି ସମୟରେ ନବ ବିବାହିତ ବୋହୂ ଉପହାରରେ ସଡ଼କ ଦେବାକୁ ସାଂସଦଙ୍କ ପାଖରେ ଦାବି ରଖିଥିଲେ। ବୋହୂ କଥା ଶୁଣି ପ୍ରଥମେ ହସିଥିଲେ ସାଂସଦ। ମାତ୍ର ପରେ ବୋହୂଙ୍କୁ ଆଶ୍ୱସନା ଦେଇ ସାଂସଦ କହିଥିଲେ ମାସେ ମଧ୍ୟରେ ସଡ଼କ କାମ ଆରମ୍ଭ ହୋଇଯିବ। ବାହାଘର ଉପହାରରେ ମୁଁ ବୋହୂଙ୍କୁ ସଡ଼କ ଦେଉଛନ୍ତି ବୋଲି କହିଛନ୍ତି ସାଂସଦ ସତୀଶ ଗୌତମ। ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ସଡ଼କ ବାବଦରେ ସ୍ଥାନୀୟ ପ୍ରଶାସନ ସହ ଚର୍ଚ୍ଚା କରିବା ପରେ ବିଭାଗୀୟ ଅଧିକାରୀଙ୍କୁ ଏହି କାର୍ଯ୍ୟ ବାବଦରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।