ଭବିଷ୍ୟତର ଯୋଜନା ପାଇଁ ଏହି ପଦକ୍ଷେପ ନେଇପାରନ୍ତି Amarinder Singh
Advertisement

ଭବିଷ୍ୟତର ଯୋଜନା ପାଇଁ ଏହି ପଦକ୍ଷେପ ନେଇପାରନ୍ତି Amarinder Singh

ନୂଆ ଦଳ ଗଢିବେ ନାଁ ବିଜେପିରେ ଯୋଗଦାନ କରିବେ ସେ ନେଇ ଚିତ୍ର ନିକଟ ଭବିଷ୍ୟତରେ ସ୍ପଷ୍ଟ ହୋଇଯିବ।

ଭବିଷ୍ୟତର ଯୋଜନା ପାଇଁ ଏହି ପଦକ୍ଷେପ ନେଇପାରନ୍ତି Amarinder Singh

ଚଣ୍ଡିଗଡ: ପଦ ଛାଡିବା ପରେ ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଗାଦି ଛାଡିବା ପରେ କଂଗ୍ରେସ ଦଳରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି କ୍ୟାପ୍ଟେନ। ଦଳ ଛାଡିବା ନେଇ ଘୋଷଣା କରିବା ପରେ ସେ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ପଦ ଛାଡିବା ପରେ ଅମରିନ୍ଦର ସିଂହଙ୍କ (Amarinder Singh) ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥା କ'ଣ ରହିବ ସେ ନେଇ ମିଳିଥିବା ଖବର ଅନୁସାରେ ଆଗାମୀ ୧୫ ଦିନ ମଧ୍ୟରେ ନୂଆ ଦଳ ଗଢିବା ନେଇ ଘୋଷଣା କରିପାରନ୍ତି କ୍ୟାପ୍ଟେନ। କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଦୀର୍ଘ ୧୧ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନର ସମାଧାନ କରିବା ନେଇ ଯଦି ତାଙ୍କର କେନ୍ଦ୍ର ସରକାରଙ୍କ ସହ କଥାବାର୍ତ୍ତା ସଫଳ ହୁଏ ତାହେଲେ ସେ ଏହାକୁ ପ୍ରସଙ୍ଗ କରି ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ (Punjab Assembly Election 2022) ଅଂଶଗ୍ରହଣ କରିବେ।

କଂଗ୍ରେସ ଛାଡିବା ନେଇ ଘୋଷଣା କରିଥିବା କ୍ୟାପ୍ଟେନଙ୍କ ନିକଟରେ ବିଜେପି ହାତ ଧରିବା ନେଇ ଅନ୍ୟ ଏକ ବିକଳ୍ପ ରହିଛି। ନୂଆ ଦଳ ଗଢିବେ ନାଁ ବିଜେପିରେ ଯୋଗଦାନ କରିବେ ସେ ନେଇ ଚିତ୍ର ନିକଟ ଭବିଷ୍ୟତରେ ସ୍ପଷ୍ଟ ହୋଇଯିବ।

Also Read: Punjab Politics:ଏବେ BJP ହାତ ଧରିବେନି Captain

ଗତ ୧୯୮୦ ଦଶକରୁ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା କ୍ୟାପ୍ଟେନ ୧୯୮୦ ମସିହାରେ  ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ (1980 Lok Sabha Elelction) ପ୍ରତିଦ୍ୱନ୍ଦ୍ୱିତା କରି ସର୍ବପ୍ରଥମେ ପଟିଆଲା ଲୋକସଭା ଆସନରୁ (Patiala Lok Sabha Constituency) ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୧୯୮୪ ମସିହାରେ ଅମ୍ରିତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର (Amritsar Golden Temple) ପରିସରରେ ଖଲିସ୍ତାନୀ ଆତଙ୍କବାଦୀଙ୍କ (Khalistani Terrorist) ବିରୁଦ୍ଧରେ ହୋଇଥିବା ଅପରେସନ ବ୍ଲୁ ଷ୍ଟାର (Operation Blue Star) କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସାଂସଦ ପଦରୁ ଇସ୍ତଫା ଦେଇଥିଲେ। 

ଏହା ପରେ ଶିରୋମଣି ଅକାଳୀ ଦଳ  ଏସଏଡି (SAD) ହାତ ଧରିଥିଲେ। ଗତ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ (Punjab Assembly Election 1985) ସେ ରାଜ୍ୟର ତଲୱାଣ୍ଡି ସାବୋ (Talwandi Sabo Assembly Constituency) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଧାୟକ ନିର୍ବାଚିତ ହୋଇଥିଲା। ଏହି ନିର୍ବାଚନରେ ଏସଏଡି ବାଜିମାତ ରାଜ୍ୟରେ ସରକାର ଗଠନ କରିଥିଲା। ଏହି ସରକାରରେ ସେ କୃଷି, ଜଙ୍ଗଲ, ବିକାଶ, ପଞ୍ଜାୟତିରାଜ ବିଭାଗ ମନ୍ତ୍ରୀ ହୋଇଥିଲେ। 

Also Read: Congress ରେ ରହିବେନି, BJP ରେ ଯୋଗ ଦେବେନି; କଣ କରିବେ Amarinder Singh?

ହେଲେ ୧୯୯୨ ମସିହାରେ ଏସଏଡି ଛାଡି ସେ ଶିରୋମଣି ଅକାଳୀ ଦଳ-ପାନ୍ଥିକ (Shiromani Akali Dal (Panthic) ନାମରେ ଅନ୍ୟ ଏକ ଦଳ ଗଢିଥିଲେ। ୧୯୯୭ ମସିହାର ହେ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ (Punjab Assembly Election 1997) ଦଳର ଶୋଚନୀୟ ପରାଜୟ ପରେ ୧୯୯୮ ମସିହାରେ ନିଜ ଦଳକୁ କଂଗ୍ରେସରେ (Congress) ବିଲୟ କରି ଦେଇଥିଲେ।

ଏହା ପରେ ୨୦୦୨, ୨୦୦୭, ୨୦୧୨, ୨୦୧୭ ବର୍ଷରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ରାଜ୍ୟର ପଟିଆଲ ବିଧାନସଭା ଆସନରୁ (Patiala Assembly Constituency) କ୍ରମାଗତ ଭାବେ ବିଧାୟକ ହୋଇଆସୁଥିଲେ। ସେହିପରି ଗତ ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ଅମ୍ରିତସର ଲୋକସଭା ଆସନରୁ (Amritsar Lok Sabha Constituency) ସାଂସଦ ଭାବେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଥିଲ କ୍ୟାପ୍ଟେନ।

Also Read: Amarinder Singh: କେନ୍ଦ୍ରମନ୍ତ୍ରୀ ହେବେ ନାଁ ନୂଆ ଦଳ ଗଢିବେ?

ପ୍ରଥମ ଦଫାରେ ୨୬ ଫେବୃଆରୀ ୨୦୦୨-୧ ମାର୍ଚ୍ଚ ୨୦୦୭, ଦ୍ୱିତୀୟ ଦଫାରେ ୧୬ ମାର୍ଚ୍ଚ ୨୦୧୭-୧୮ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ପଞ୍ଜାବ ମୁଖ୍ୟମନ୍ତ୍ର ଭାବେ କାର୍ଯ୍ୟ କରିଥିଲେ ଅମରିନ୍ଦର ସିଂହ। ଅନ୍ୟପଟେ ୧୯୯୯-୨୦୦୨, ୨୦୧୦-୧୩, ୨୦୧୫-୧୭ ପର୍ଯ୍ୟନ୍ତ ୩ ଥର ଲାଗି ରାଜ୍ୟ କଂଗ୍ରେସ କମିଟି (Punjab Pradesh Congress Committee) ସଭାପତି କାର୍ଯ୍ୟ କରିଛନ୍ତି ସେ।